କ୍ଷତିପୂରଣ ପ୍ରତିଶ୍ରୁତି ପରେ ହେଲା ଶବ ଦାହ
ରୂପ୍ସା/ବସ୍ତା/ଲଙ୍ଗଳେଶ୍ୱର, ୨୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ଆଳୁମେଦା ଗ୍ରାମର ଯୁବକ ନୀଳକଣ୍ଠ ବେହେରା (୩୫) ବୁଧବାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ସେ ବିଲରେ ଧାନ ତଳି ପକାଇବା ପାଇଁ କାଦୁଅ କରୁଥିବା…
ଧାନ ବୋଝେଇ ଟ୍ରକ୍କୁ ୫୮,୦୪୦ ଟଙ୍କା ଜରିମାନା
ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ) ପକ୍ଷରୁ ୫୮, ୦୪୦ ଟଙ୍କା ଜରିମାନା କରାଯାଇଛି। ଟ୍ରକ୍ର କାଗଜପତ୍ର ଠିକ୍ ନ ଥିବାବେଳେ…
ବେଆଇନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଲେ ପରିବାର
ବସ୍ତା,୨୩।୧(ଡି.ଏନ.ଏ)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୁଆରୀ ଗ୍ରାମର ନୀଳକଣ୍ଠ ବେହେରା(୩୮)। ସୂଚନାନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ନିଜର ସେଚ ପଏଣ୍ଟକୁ…
ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ ଅବିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଠପଢା…
୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ
ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧୀନ ଖୁଆଡ଼ ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଗ୍ରାମବାସୀ ଓ…
ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳ ଦମ୍ପତି
ବାଲେଶ୍ୱର ଅଫିସ, ୨୩।୧- ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ୪ ବର୍ଷର କନ୍ୟାସନ୍ତାନକୁ ବୁଧବାର କେରଳର କେ.ବି. ସୁବାସ ଓ ରୀତା ସୁବାସ ନାମ୍ନୀ ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ଉକ୍ତ ଦମ୍ପତି ୩ବର୍ଷ ପୂର୍ବରୁ ଏକ ପୋଷ୍ୟ…
ଜାଲ ଟିକଟ ବିକ୍ରି ଅଭିଯୋଗରେ ୨ ଗିରଫ
ବାଲେଶ୍ୱର ଅଫିସ,୨୩।୧-ଜାଲ ଟିକଟ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ଡିଭିଜନାଲ ଟାସ୍କଫୋର୍ସ ଟିମ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋର ଅଞ୍ଚଳର ଜଗନ୍ନାଥ ଦାସ ଓ ରେଳ ବିଭାଗର ଆର୍ଏମ୍ଏସ୍୍ କର୍ମଚାରୀ ହେମନ୍ତ ପୃଷ୍ଟି ରେଳ ଟିକଟକୁ କଳାବଜାରୀ ମାଧ୍ୟମରେ…
ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ
ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା…
ଭିଜିଲାନ୍ସ ଜାଲରେ ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ
ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ ଲାଞ୍ଚନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣି ସତ୍ୟବ୍ରତ ବେହେରା ଓ ଅସ୍ଥାୟୀ ଡାଟା ଏଣ୍ଟ୍ରି କର୍ମଚାରୀ ମିନାକ୍ଷି ସିଂଙ୍କୁ…
ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର
ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭ ଗାଡିକୁ ଗ୍ରାମର ଯୁବକ ଓ ଅନନ୍ତପୁର ଫାଣ୍ଡି ପୋଲିସ୍ ଜବତ କରିଥିଲେ। ଗାଡିରେ ଥିବା…
୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ
ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କୁ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି। ଚମାରଗାଁ ପଞ୍ଚାୟତର…
ତହସିଲ ଆଗରେ ଆଦିବାସୀଙ୍କ ମେଳି
ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ବରଂ ୩ ଦିନ ମଧ୍ୟରେ…
Archives


