ବାଲେଶ୍ୱର

ଉତ୍କର୍ଷ ଲାଗି ଜାରି ରହିଛି ପ୍ରଚେଷ୍ଟା: ଏଫଏମ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଆଜି

ବାଲେଶ୍ୱର ଅଫିସ, ୪।୩-ବାଲେଶ୍ୱର ଜିଲା ରେମୁଣାସ୍ଥିତ ବ୍ୟାସବିହାରଠାରେ ୧୯୯୯ ଜୁଲାଇ ୧୧ରେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ନାମାନୁସାରେ ପ୍ରତିଷ୍ଠା ହୋଇଥିଲା ଫକୀରମୋହନ ବିଶ୍ୱବିଦ୍ୟାଳୟ । ୨୧ ବର୍ଷରେ ପଦାର୍ପଣ କରିଥିବା ତଥା ନାକ୍‌ ମାନ୍ୟତା ପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ…

ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ ବିକି ନ ପାରି ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଟୋକନ ଅପେକ୍ଷାରେ ଚାଷୀ…

ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ଥବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ…

୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଫଳରେ ବ୍ଲକରେ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯାଇଛି କହିଲେ ଚଳେ। ସରକାରଙ୍କ ୫ଟି…

ବାଟବଣା ଭାଲୁକୁ ଜଗିଛି ବନ ବିଭାଗ

ସଜନାଗଡ଼, ୩।୩(ଡି.ଏନ.ଏ.)-ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ଜନବସତି ଆଡକୁ ପଶିଆସୁଛନ୍ତି। ସୋମବାର ରାତିରେ ଏକ ମା’ ଭାଲୁ ସହିତ ଶାବକ ଭାଲୁ ନୀଳଗିରି ଉପଖଣ୍ଡ ଅଧୀନ ମହିଷାପଟା ପଞ୍ଚାୟତ ନିକଟ ପାଟଣା ଗ୍ରାମକୁ ପଶି ଆସିଥିଲା। ମଙ୍ଗଳବାର ପୂର୍ବାହ୍ନରେ ମା’ ଭାଲୁଟି…

‘ଗାଁ ନାଟକରୁ ମିଳିଥିଲା ପ୍ରେରଣା’

ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ ରୂପେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ା ଓଡ଼ିଶା ଯାତ୍ରା ଜଗତର ଜଣେ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯ ଶହ କେଜି ବିରଳ ପ୍ରଜାତିର ମଗର: ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ,୨।୩(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସମୁଦ୍ର ମୁହାଣରୁ ସୋମବାର ଏକ ବିରଳ ପ୍ରଜାତିର ମଗର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଯାହାର ଓଜନ ୯ ଶହ କେଜି ବୋଲି ଜଣାପଡ଼ିଛି। ତିନିଟି ଟ୍ରଲରରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ…

ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ ଷ୍ଟେଶନରେ ଦୀର୍ଘ ୯ମାସ ଧରି ଭିତ୍ତିଭୂମି ଥିଲେ ମଧ୍ୟ ଏହା ନାମକୁମାତ୍ର କାର୍ଯ୍ୟକାରୀ ହୋଇଛି।…

ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି। ଏହି ପୁରାତନ କଳାର ନବୀକରଣ ପରେ ସବୁଠି ବଢିଛି ଏହାର ଆଦୃତି ଓ ମହକ।…

ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆରଟିଓ ବିଭାଗ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ସହରର ପାଲବଣି ଗୋଲେଇ ଛକଠାରେ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ ନାଥ (୪୫)। ସୂଚନା ଅନଯାୟୀ, କିଛି ବର୍ଷ ତଳେ ସୁରଜ ମୟୂରଭଞ୍ଜ ଜିଲା ମୋରଡ଼ା…

କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ବାହାରେ ଫିଙ୍ଗିଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାହାନଗା,୧।୩(ଡି.ଏନ୍‌.ଏ.): ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଷ୍ଠୀ ଗ୍ରାମସ୍ଥିତ ଉଡମ୍ବର ସାହିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏନେଇ ରବିବାର ସକାଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri