ବଲାଙ୍ଗୀର

ଜବରଦଖଲ ଉଚ୍ଛେଦ ପରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ଟାଉନ କଂଗ୍ରେସ ପକ୍ଷରୁ ଭୂମିହୀନ, ବାସହୀନ ଲୋକଙ୍କୁ ବିନାମୂଲ୍ୟରେ ଜମି ଯୋଗାଇ ଦେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି। ବଲାଙ୍ଗୀର ସହରରେ ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ଗରିବ ଖଟିଖିଆ…

ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.) କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦ ସଭାଗୃହରେ ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ସୋମେଶ…

ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ) ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲା ଶିଳ୍ପକେନ୍ଦ୍ର…

ସାଧୁ ବେଶରେ ଆସି ଲୁଟିନେଲେ ମୋବାଇଲ, ଟଙ୍କା

ସଇଁତଳା, ୨୩ା୨: ସାଧୁ ବେଶରେ ଆସି ଦୁଇ ଜଣ ବ୍ୟକ୍ତି ବଲାଙ୍ଗୀର ଜିଲା ସଇଁତଲା ବ୍ୟାଙ୍କ ଛକରେ ଥିବା ଏକ ମୋବାଇଲ ଦୋକାନୀଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ବ୍ୟବସାୟୀ ରମେଶ ସାହୁ ସଇଁତଳା ଥାନାରେ ଅଭିଯୋଗ…

ଅନ୍ୟଜାତିରେ ବିବାହ କରିଥିବାରୁ ମିଳିଲାନି କାନ୍ଧ, ସରପଞ୍ଚ ଦେଖାଇଲେ ମଣିଷପଣିଆ

ଖପ୍ରାଖୋଲ,୨୦ା୨: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅଧୀନ ବାହାଲଭଟଲି ଗାଁର ଅସହାୟ ବୃଦ୍ଧ ବାବୁଲାଲ ପୁଟେଲ(୬୫)ଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଅନ୍ୟ ଜାତିର ବିବାହ କରିଥିବାରୁ ତାଙ୍କୁ କାନ୍ଧ ଦେବାକୁ କେହି ଆସି ନ ଥିଲେ।…

ଟିଟିଲାଗଡ଼ରେ ତୈଳ ଦର ବୃଦ୍ଧି ପ୍ରତିବାଦ

ଟିଟିଲାଗଡ଼,୧୫।୨(ଡି.ଏନ୍‌.ଏ.): ଆଜି ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହନ ଚଳାଚଳ, ବ୍ୟାଙ୍କ, କେନ୍ଦ୍ର କାର୍ଯ୍ୟାଳୟ କୋର୍ଟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ନଗର ସଭାପତି…

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଭାଜପା କର୍ମୀଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୩।୨: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସହର ଗାନ୍ଧୀନଗରପଡା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର-ସମ୍ବଲପୁର ରୋଡକୁ ଭାଜପା ପକ୍ଷରୁ ୩ ଘଣ୍ଟା ବନ୍ଦକରାଯାଇଛି। ସକାଳ ୧୦ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହୋଇଥିଲା…

ପିଲାଙ୍କୁ ବହି ମିଳୁନି, ଉଇ ଖାଇ ନଷ୍ଟ ହେଉଛି

ଲୋଇସିଂହା,୧୩।୨(ଡି.ଏନ.ଏ.): ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହି ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ ବହିର ସୁଷମ ବଣ୍ଟନ ନ ହୋଇ ସ୍କୁଲରେ ପଡି ନଷ୍ଟ ହେଉଛି। ଶୁକ୍ରବାର ଲୋଇସିଂହା…

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ, ୧୧।୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଡେପୁଟି ରେଞ୍ଜର କେଶବ ନାୟକଙ୍କ ବଲାଙ୍ଗୀର ସାଗରପଡା ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ ଜାରି…

ଥାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ, ଏବେ ବିବାହ କଥା ଉଠିବାରୁ…

ଟିଟିଲାଗଡ଼,୭।୨(ଡି.ଏନ୍‌.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନାରୁ। ମହିଳା ଜଣକ ଶନିବାର ବିଳମ୍ବିତ ରାତିରେ ଏଭଳି ଅଭିଯୋଗ…

ମା’ଙ୍କ ମୃତ୍ୟୁ ପରେ କବରସ୍ଥଳରେ ଧୂପ ଦେଇ ବସି ରହୁଥିଲେ, ମାସକ ପରେ ଜୀବନ ହାରିଲେ ପୁଅ

ସଇଁତଲା, ୭ା୨(ଡି.ଏନ.ଏ.): ମାସକ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ମା’। ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ପୁଅ ଶନିବାର ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ମା’ଙ୍କ କବରସ୍ଥଳରେ ସେ ଧୂପଦେଇ ବସି ରହୁଥିଲେ। ଶେଷରେ ମା’ଙ୍କ…

କାର୍ଟୁନିଷ୍ଟ ଅବନୀ ରଥଙ୍କୁ ଡିପ୍ଲୋମା ଡି ଏକ୍ସିଲେଣ୍ଟା ସମ୍ମାନ

ବଲାଙ୍ଗୀର ଅଫିସ, ୭ା୨: ରୋମାନିଆର ଗୁରା-ହୁମୋରୁଲୁଇଠାରେ ଆୟୋଜିତ ଆନ୍ତର୍ଜାତିକ ବ୍ୟଙ୍ଗ ରେଖାଚିତ୍ର ମହୋତ୍ସବର ୩୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶ୍ୱର ବଛାବଛା କାର୍ଟୁନିଷ୍ଟଙ୍କୁ ମନୋନୀତ କରାଯାଇ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତରୁ ବଲାଙ୍ଗୀର ନିବାସୀ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟଙ୍ଗ ଚିତ୍ରଶିଳ୍ପୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri