କାର୍ଟୁନିଷ୍ଟ ଅବନୀ ରଥଙ୍କୁ ଡିପ୍ଲୋମା ଡି ଏକ୍ସିଲେଣ୍ଟା ସମ୍ମାନ

ବଲାଙ୍ଗୀର ଅଫିସ, ୭ା୨: ରୋମାନିଆର ଗୁରା-ହୁମୋରୁଲୁଇଠାରେ ଆୟୋଜିତ ଆନ୍ତର୍ଜାତିକ ବ୍ୟଙ୍ଗ ରେଖାଚିତ୍ର ମହୋତ୍ସବର ୩୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶ୍ୱର ବଛାବଛା କାର୍ଟୁନିଷ୍ଟଙ୍କୁ ମନୋନୀତ କରାଯାଇ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତରୁ ବଲାଙ୍ଗୀର ନିବାସୀ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟଙ୍ଗ ଚିତ୍ରଶିଳ୍ପୀ ଅବନୀ ରଥଙ୍କୁ ଡିପ୍ଲୋମା ଡି ଏକ୍ସିଲେଣ୍ଟା ସମ୍ମାନରେ ସମ୍ମାନିତ କରାଯାଇଛି । ଏଭଳି ଏକ ମର୍ଯ୍ୟାଦାଜନକ ସମ୍ମାନ ପାଇ କାର୍ଟୁନିଷ୍ଟ ରଥ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ରୋମାନିଆର ଫେଷ୍ଟିଭେଲୁଲ ଇଣ୍ଟରନ୍ୟାଶନାଲ ଡି ଗ୍ରାଫିକା ସେଟିରିକା ଲିଟରେଚର ସେଟିରିକା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୋମାନିଆର ଆୟୋଜକ ଅନୁଷ୍ଠାନ ପକ୍ଷରୁ କାର୍ଟୁନିଷ୍ଟ ରଥଙ୍କ ବଲାଙ୍ଗୀର ବାସଭବନ ଠିକଣାରେ ଉକ୍ତ ସମ୍ମାନ ଓ ପ୍ରମାଣପତ୍ର ପ୍ରେରଣ କରାଯାଇଛି । ୨୦୧୨ ମସିହାରେ କାର୍ଟୁନିଷ୍ଟ ରଥଙ୍କ ‘ଅବସରବାଦୀ’ (ଅପର୍ଚ୍ୟୁନିଷ୍ଟ) ଶୀର୍ଷକ ଏକ ବ୍ୟଙ୍ଗଚିତ୍ରକୁ ରୋମାନିଆର ଆୟୋଜକ ଅନୁଷ୍ଠାନ ପକ୍ଷରୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ଅନୁଷ୍ଠାନର ୩୦ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱସ୍ତରୀୟ କାର୍ଟୁନିଷ୍ଟମାନଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ଏହି କୃତିତ୍ୱ ସମ୍ପର୍କରେ ଜଣାପଡିବା ପରେ ବହୁ ଶୁଭେଚ୍ଛୁ ଓ କାର୍ଟୁନପ୍ରେମୀ ରଥଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri