ଅନୁଗୋଳ

ଅସୁସ୍ଥ ଦନ୍ତାହାତୀ ପୋଖରୀରେ ପଡ଼ି ମୃତ

ବନ୍ତଳା,୨୪।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ଢେଙ୍କାନାଳ ବନଖଣ୍ଡ ଅଧୀନ ହିନ୍ଦୋଳ ରେଞ୍ଜ କରାବିରା ଗ୍ରାମ ନିକଟ ପୋଖରୀରେ ପଡ଼ି ମଙ୍ଗଳବାର ରାତିରେ ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ଘଟିଛି। ଖବର ପାଇ ହିନ୍ଦୋଳ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ…

ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ତେବେ ୮/୧୦ଟି ଭାରିଯାନ ମାଟିରେ ପୋତି ହୋଇଯାଇଥିବା କୁହାଯାଉଛି। ମଙ୍ଗଳବାର ରାତିରେ ୯…

ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା…

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ନାବାଳିକାଙ୍କ ମାଇଁ କରିଥିବା ଅଭିଯୋଗ ଆଧାରରେ ନଂ. ୫୫୨/୧୯ରେ ମାମଲା ରୁଜୁ…

ବିଦ୍ୟୁତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, କ୍ଷତିପୂରଣ ଦାବିରେ ଆନ୍ଦୋଳନ

ବଇଣ୍ଡା,୨୩।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ସେସୁ କାର୍ଯ୍ୟାଳୟ ଅଧୀନରେ ଥିବା ନାକିଚି ଛେଳିଆଢିପ ବିଦ୍ୟୁତ ସବ୍‌ଷ୍ଟେଶନରେ କାର୍ଯ୍ୟରତ ବଇଣ୍ଡା ଗ୍ରାମର ପ୍ରହଲ୍ଲାଦ ମହାପାତ୍ର(୫୫)ଙ୍କ ମୃତଦେହ ମଙ୍ଗଳବାର ହଣ୍ଡପା ପୋଲିସ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର କରିଛି। ପ୍ରହଲ୍ଲାଦ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ କାର୍ଯ୍ୟାଳୟଠାରେ…

ନାଲ୍‌କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ୍‌ ଓଭରରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ସହ ଗୁରୁତର କର୍ମଚାରୀଙ୍କୁ ନାଲ୍‌କୋ…

ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ: ସାପ କାମୁଡ଼ିଥିବା ସନ୍ଦେହ

ଛେଣ୍ଡିପଦା, ୨୩।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ପୂର୍ବତନ ସମିତି ସଭ୍ୟଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କୋଶଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କପିଳ ଗଡ଼ନାୟକ(୩୭)। ପ୍ରକାଶ ଯେ, କପିଳ ସୋମବାର ରାତିରେ ଘରେ ଖାଇ…

ସ୍କୁଲ ଆସିଲେନି ପିଲା, ବସି ବସି ଫେରିଲେ ଶିକ୍ଷକ

ବନ୍ତଳା, ୨୩।୭ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ଅନ୍ତୁଳିଆ ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ସୋମବାର କୌଣସି ଛାତ୍ରୀଛାତ୍ର ଆସି ନ ଥିଲେ। ସ୍କୁଲକୁ ଅଧିକ ୨ଜଣ ଶିକ୍ଷକ ନ ଦିଆଯିବା ପର୍ଯ୍ୟନ୍ତ ଅଭିଭାବକମାନେ ପିଲାଙ୍କୁ ଛାଡ଼ିବେ ନାହିଁ ବୋଲି ପୂର୍ବରୁ ଚେତାବନୀ…

ନୂତନ ଟାଟା ଅଲଟ୍ରା ଟି ୭ ବଜାରରେ

ଅନୁଗୋଳ ଅଫିସ, ୨୩।୭ ଟାଟା ମୋଟର୍ସ ପକ୍ଷରୁ ନୂଆ ଅଲଟ୍ରା ଟି ୭ର ଅନୁଗୋଳ ସହରରେ ବଜାର ପ୍ରବେଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଟାଟାମୋଟର୍ସର ଓଡ଼ିଶା ମୁଖ୍ୟ ଅଭିଶେକ ଗୁପ୍ତା, ପ୍ରଡକ୍ଟ ମ୍ୟାନେଜର ଦୀପଙ୍କର ପାଣ୍ଡେ,…

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି। ହେଲେ ଏହାର ସମାଧାନ କରାଯାଉ ନ ଥିବାରୁ ତାଳଚେର ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତାମାନେ ଅକଥନୀୟ…

ଶୋଇଥିବା ବେଳେ କାମୁଡ଼ିଲା ଚିତି ସାପ, ଶିଶୁକନ୍ୟା ମୃତ

ଛେଣ୍ଡିପଦା,୨୨।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିବୁ ବେହେରାଙ୍କ ଦେଢ଼ ବର୍ଷର ଝିଅ ରାନୀ। ଶିବୁ ଏବଂ ତାଙ୍କ ପରିବାର ରବିବାର ରାତିରେ ଶୋଇଥିବା…

ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ପୂର୍ବତନ ସରପଞ୍ଚ ନାରାୟଣ ସାହୁଙ୍କ ଆବାହକତ୍ୱରେ ରବିବାର ଏକ ବୈଠକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri