ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ବାଳିକା ବିଭାଗରେ ଦେସ୍ନା, ବାଳକରେ ଆୟୁଷ ଫାଇନାଲକୁ ପ୍ରବେଶ
ବଅଁରପାଳ,୧୦।୮(ଡି.ଏନ୍.ଏ.): ଅନୁଗୋଳ ଜିଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ନାଲ୍କୋ ବ୍ୟାଡମିଣ୍ଟନ ହଲ୍ରେ ଆଯୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଶନିବାର ଫାଇନାଲ ଦିବସ। ତେବେ ଏଥିରେ ତାଳଚେର, ଅନୁଗୋଳ, ନାଲ୍କୋ ଏନ୍ଟିପିସି ଟିପିସିପିଏସ୍ ଆଦି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ…
ଚାଷ ଦେଇଛି ପୁରସ୍କାର
ବଅଁରପାଳ, ୧୦।୮(ଡି.ଏନ୍.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ ବ୍ଲକ କୁରୁଡୁଲୁ ଗ୍ରାମର ଦମ୍ପତି କୁମର ସାହୁ ଓ ତାଙ୍କ ସ୍ତ୍ରୀ ବିନୋଦିନୀ ସାହୁ।…
ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର
ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ। ସରକାରୀ ଶିକ୍ଷା ବ୍ୟବସ୍ଥା ଏପରି ଭୁଶୁଡ଼ି…
ଅସୁରକ୍ଷିତ ଷ୍ଟାଡିୟମ ପୁରୁଣା ଗ୍ୟାଲେରି : ରକ୍ଷଣାବେକ୍ଷଣ କରିବାକୁ ଦାବିପତ୍ର
ଅନୁଗୋଳ ଅଫିସ, ୧୦।୮ – ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ମହାଆଡମ୍ବରରେ ପାଳନ ହେବାକୁ ଥିବା ଏହି ସ୍ବାଧୀନତା ଦିବସରେ ଲୋକମାନେ କେଉଁଠି ବସିବେ ତାହାକୁ ନେଇ ଚିନ୍ତା ପ୍ରକଟ…
ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍ନ କରିଛନ୍ତି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଚାଙ୍ଗୁଡିଆ ପଞ୍ଚାୟତରେ ୪ଟି ଗୋଷ୍ଠୀକେନ୍ଦ୍ର, ସନ୍ତରାବନ୍ଧ ଉଚ୍ଚ ବିଦ୍ୟାଳୟରେ ଜିଲା ଖଣିଜ…
ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍ ଚୁଲା ବ୍ୟବସ୍ଥା ଦାବି
ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର ଶ୍ମଶାନ ନିର୍ମାଣ ଲୋକଙ୍କ ବିରୋଧ ପାଇଁ ଆଗେଇ ପାରି ନାହିଁ। ଏପରିସ୍ଥଳେ କରଡ଼ାଗାଡ଼ିଆ ଶ୍ମଶାନ…
ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ
ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ସାରୁଆଳି ଠାରେ ପୁନଃସ୍ଥାପନ ହୋଇଥିବା…
ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ
ବଅଁରପାଳ,୯।୮ (ଡିି.ଏନ୍.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ବି ନାହିଁ। ଏପରି କି ବେଞ୍ଚ ଓ ଡେସ୍କ ଅଭାବରୁ…
ବିଦ୍ୟାଳୟ ମିଶ୍ରଣକୁ ୨ ମାସ ବିତିଲା: ଶିକ୍ଷକ ଅଭାବ, ନିଯୁକ୍ତି ନାହିଁ
ଛେଣ୍ଡିପଦା, ୯।୮(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ଥିବା ପାନ୍ଥେଶ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ୨ ମାସ ବିତିଲାଣି। ହେଲେ ସେଠାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହେଉନାହିଁ। ଏଥିସହ ଶ୍ରେଣୀଗୃହର ଅଭାବ ଓ ଅନ୍ୟାନ୍ୟ…
ଜାତୀୟ କୃମି ଦିବସ: କୃମି ଔଷଧ ଖାଇ ୨୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ଛେଣ୍ଡିପଦା, ୮।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଗୁରୁବାର ୨୬ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକାଶ ଯେ, ଛେଣ୍ଡିପଦାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୃମି…
ଟ୍ରକ୍-ବାଇକ୍ ମୁହାଁମୁହିଁ : ବାଇକଚାଳକ ମୃତ
ଅନୁଗୋଳ ଅଫିସ,୮।୮: ଅନୁଗୋଳ ସହର ଉପକଣ୍ଠ ହୁଲୁରିସିଂହା ପୋଲ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅନୁଗୋଳରୁ ବେପାର ସାରି ରନ୍ତଲେଇ ଗ୍ରାମର ଦୁଃଖବନ୍ଧୁ ଦାସ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ…
ସାପକାମୁଡ଼ାରେ ପୁଅ ମୃତ, ବାପା ଗୁରୁତର
ଅନୁଗୋଳ ଅଫିସ,୮।୮: ଅନୁଗୋଳ ଜିଲା ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମରେ ଘରେ ଶୋଇଥିବା ସମୟରେ ବାପ ଓ ପୁଅଙ୍କୁ ସାପ କାମୁଡ଼ି ଦେବାରୁ ପୁଅ ଟୁକୁ ଗଡ଼ନାୟକ(୧୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…
Archives


