କୃଷି ଋଣ ହଡ଼ପ ଅଭିଯୋଗ: ଚାଷୀ ଥାନାର ଦ୍ୱାରସ୍ଥ
ଛେଣ୍ତିପଦା,୧୬।୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ କେସ ନଂ. ୨୭୩/୧୯ରେ ଏକ ମାମଲା ରୁଜୁ କରି ସମବାୟ ସମିତିର ସଭାପତିଙ୍କୁ ଅଟକ ରଖି…
ରେଙ୍ଗାଳି ଡ୍ୟାମ୍ରୁ ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ବନ୍ୟାଜଳ ନିଷ୍କାସିତ
କଣିହାଁ,୧୫।୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁସ୍ଥିତ ରେଙ୍ଗାଳି ଡ୍ୟାମ୍ରୁ ରବିବାର ସକାଳ ୯ ଟାରେ ବନ୍ୟାଜଳ ନିଷ୍କାସିତ ହୋଇଛି। ୭ ନମ୍ବର ଗେଟ୍ ଓ ପାଓ୍ବାର ହାଉସ୍ ଦ୍ୱାରା ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି…
ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ
ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯…
ଆଜି ଖୋଲାଯିବ ରେଙ୍ଗାଳି ଗେଟ୍
କଣିହାଁ,୧୫।୯(ଡି.ଏନ.ଏ.) – କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ରବିବାର ପୂର୍ବାହ୍ନ ୯ଟାରେ ଗୋଟିଏ ଗେଟ ଖୋଲାଯିବ ବୋଲି ଡ୍ୟାମ୍ ନିର୍ବାହୀ ଅଧିକାରୀ ଅଜିତ କୁମାର ଜେନା ଗଣମାଧ୍ୟମକୁ ଜଣାଇଛନ୍ତି। ଜେନା କହିଛନ୍ତି, ଶନିବାର ରାତି ୯ଟା ସୁଦ୍ଧା…
ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା
ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ପଚାରିବା ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ହେଲେ…
ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ
ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଥିବା ୫ଶହ ଉଠା ଦୋକାନୀ ଓ ବାସଗୃହ ଉଚ୍ଛେଦ ହୋଇଥିବାବେଳେ ଏବେ ଉଠା ଦୋକାନୀଙ୍କ…
ମେଡିକାଲର ୩ଶହ କର୍ମଚାରୀ ନେଲେ ତାଲିମ: ପଢ଼ିଲେ ଅଗ୍ନି ନିରାପତ୍ତା ପାଠ
ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କୁ ଶନିବାର ଅଗ୍ନି ନିରାପତ୍ତା ପାଠ ପଢ଼ାଯାଇଛି। କୌଣସି ସ୍ଥାନରେ ଅଗ୍ନି ସଂଯୋଗ ହେଲେ କିପରି ତୁରନ୍ତ ରୋକାଯାଇ ପାରିବ ସେ ସମ୍ପର୍କରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ…
ବ୍ୟାଙ୍କରେ ଶୂନ, କ୍ୟାଶ୍ବୁକ୍ରେ ସୁଧ ସହ ଅପ୍ଡେଟ୍: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ
ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ କରାଯାଇଛି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ ତତ୍କାଳୀନ ଜିଲାପାଳ ଅନିଲ ସାମଲଙ୍କ ଦସ୍ତଖତ ଜାଲିଆତି କରାଯାଇ ଉକ୍ତ ଟଙ୍କା ଉଠାଇ ନିଆଯାଇଥିଲେ…
ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା
ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ମୃତ ଘୋଷଣା ପରେ ଶବ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ସେଠାରେ…
ବ୍ୟାପୁଛି ଭୂତାଣୁ ଜନିତ ରୋଗ: ହଜାରେରୁ ଅଧିକ ଗୋରୁ ଆକ୍ରାନ୍ତ
ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପୁଛି ଭୂତାଣୁଜନିତ ରୋଗ। ଏହି ରୋଗରେ ଅଞ୍ଚଳର ବହୁ ଗୋରୁ ଆକ୍ରାନ୍ତ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗୋରୁଙ୍କ ଚର୍ମରେ ସଂକ୍ରମଣ ହୋଇ ଏହା ଦେହସାରା ମାଡ଼ିଯାଉଛି। ବଡ ବଡ ଫୋଟକା…
ନିଶା ଦେଇ ନାଲକୋ ଅଧିକାରୀଙ୍କ ଠାରୁ ଟଙ୍କା ଲୁଟ୍: ଗୁରୁତର ଅବସ୍ଥାରେ ନାଲ୍କୋ ଡାକ୍ତରଖାନାରେ ଭର୍ତ୍ତି
ବଅଁରପାଳ,୧୪।୯(ଡି.ଏନ୍.ଏ.): ଅନୁଗୋଳ ଜିଲା ତାଳଚେର ନାଲ୍କୋ ସିପିପି ସିଏଚ୍ପିରେ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ମୋହିନୀ ଚରଣ ମଲିକ ଶୁକ୍ରବାର ରାତିରେ ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ନିଶାଦେଇ ଟଙ୍କା, ସୁନା ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଥିବା ଜଣାପଡିଛି।…
ସାପ କାମୁଡ଼ାରେ ନାବାଳକ ମୃତ
ଅନୁଗୋଳ ଅଫିସ,୧୪।୯: ଅନୂୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୋଡ଼ାପଡ଼ା ଅଞ୍ଚଳର ଶକ୍ତି ପ୍ରସାଦ ନାଏକ(୧୬)। ଶୁକ୍ରବାର ବିଳମ୍ବିତ ରାତିରେ ଶକ୍ତି ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା।…
Archives


