ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ
ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସମେତ ସରକାରଙ୍କ ଅଗ୍ରାଧିକାର ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି। ବିଭିନ୍ନ…
ଜିଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ: ଫେବୃୟାରୀ ୭ରୁ ଜିଲା ମହୋତ୍ସବ
ଅନୁଗୋଳ ଅଫିସ, ୧୧।୧ – ଅଷ୍ଟମ ଜିଲା ମହୋତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ପୂର୍ବବର୍ଷ…
ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍ ନିଶା କାରବାର
ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍ ନିଶା କାରବାର ବେଶ୍ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍ ବୋତଲ ପଡ଼ୁଥିବା ଦେଖିବାକୁ ମିଳୁଛି। ଶସ୍ତା ହେଉଥିବାରୁ ବିଶେଷକରି ଯୁବ ପିଢ଼ି ଏହି ନିଶା ଜାଲରେ…
ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ
ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ ଅନୁଗୋଳ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା…
ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ
ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ତାଙ୍କ ଆସନରେ ଅଧିକାଂଶ ସମୟ ରହୁ ନ ଥିବା…
ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ
ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର ଗ୍ରାମ। ଏଥିସହିତ ପ୍ରତ୍ୟେକ ଗ୍ରାମବାସୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରିବା…
ହାଇଓ୍ବା ଧକ୍କା: ଜଣେ ମୃତ, ଜଣେ ଗୁରୁତର; ସ୍ଥାନୀୟ ଲୋକଙ୍କ ରାସ୍ତାରୋକୋ
ବଅଁରପାଳ,୯।୧(ଡି.ଏନ୍.ଏ.): ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଗୁରୁବାର ସକାଳେ ଏକ ହାଇଓ୍ବା ଧକ୍କାରେ ପୁରୁଣାଗଡ଼ ଅଞ୍ଚଳର ମନୁ ବାରିକ(୨୫) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଦାଦା ଗୁରୁତର ହୋଇଛନ୍ତି। ଦାଦା…
ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ
ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି…
ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ: ଲକ୍ଷ୍ୟ ସ୍ଥିରକରି ଅଗ୍ରସର ହେବାକୁ ପରାମର୍ଶ
ଅନୁଗୋଳ ଅଫିସ, ୯।୧ – ଅନୁଗୋଳ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ ତାରୁଣ୍ୟମ ପାଳିତ ହୋଇଯାଇଛି। ଜେଏସ୍ପିଏଲ୍ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିନ୍ଦଲ ମହିଳା ସମିତି…
‘ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍କୋ ଆଗୁଆ’
ବଅଁରପାଳ,୯ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍କୋର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମିନା ବଜାର ପଡିଆଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍କମ ଟାକ୍ସ ପ୍ରିନ୍ସିପାଲ ଚିଫ୍ କମିଶନର ପ୍ରଣବ କୁମାର ଦାସ ଯୋଗଦେଇ କହିଥିଲେ ଯେ, ରାଜ୍ୟ ଓ…
ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି
ମାଧପୁର,୮।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର ଖୋଲା ରହିଛି। ଯାତ୍ରୀବାହୀ ବସ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ିମୋଟର ଯିବା ଆସିବା ଲାଗିରହିଛି।…
ଅନୁଗୋଳରେ ଧର୍ମଘଟ ଡାକରାର ପ୍ରଭାବ
ଅନୁଗୋଳ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରାର ପ୍ରଭାବ ଅନୁଗୋଳରେ ଦେଖାଦେଇଛି। ଶ୍ରମିକ ସଂଗଠନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି। ରେଳରୋକୋ…
Archives


