ଅନୁଗୋଳ

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୧।୧ ଅନୁଗୋଳ ଜିଲା ରେଙ୍ଗାଳି ଥାନା ଅଞ୍ଚଳରେ ୨୦୧୩ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସୋମବାର ଅନୁଗୋଳ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାକର ଗଣ୍ଠିଆ ଅଭିଯୁକ୍ତ ପ୍ରଶାନ୍ତ ସାମଲଙ୍କୁ…

ମୌଳିକ ସୁବିଧା ଅପହଞ୍ଚ

ଛେଣ୍ଡିପଦା,୨୧।୧(ସ୍ବ.ପ୍ର.) ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକର ବଡ଼ମୂଳ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଏଯାଏ ମିଳିନାହିଁ। ବିଶେଷକରି ଗଁ। କୁ ସଂଯୋଗ କରୁଥିବା ମାଟିରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି…

ସଞ୍ଚୟ ଦିଦିଙ୍କ ଠିକଣା ମହାନଦୀ ପଠା

ଅନୁଗୋଳ ସହର,୨୧।୧ ହାତ ଗଣତି କେତେଜଣଙ୍କୁ ବାଦ୍‌ ଦେଲେ ବାକି ପ୍ରାୟତଃ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଆସେ ଦୁଇପଇସା। ସେଥିରୁ ପରିବାରର ପେଟ ପାଇଁ ରଖି ଅଳ୍ପ ସଞ୍ଚୟ କରିବାକୁ ଇଚ୍ଛା ଥିଲେ…

ନରହନ୍ତା ଦନ୍ତାକୁ ଧରିବା ପାଇଁ ଚାଲିଥିବା ଅପରେଶନ ସଫଳ

ବନ୍ତଳା,୨୦।୧(ଡି.ଏନ୍‌.ଏ.):ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଧରିବା ପାଇଁ ୪ ଦିନ ଧରି ଚାଲିଥିବା ଅପରେଶନ ସୋମବାର ସଫଳ ହୋଇଛି। ଅପରାହ୍ନ ୨ଟା ୩୦ମିନିଟ୍‌ରେ ଟ୍ରାଙ୍କୁଲାଇଜର ଦ୍ୱାରା ଦନ୍ତାକୁ ପ୍ରଥମ ନିସ୍ତେଜକ ଓ ପୁନର୍ବାର…

ଶହେଦିନ ପରେ ବି ମିଳୁନି ସନ୍ଧାନ

ଆଠମଲ୍ଲିକ,୨୦ା୧(ଡି.ଏନ.ଏ.) ଆଠମଲ୍ଲିକ ଥାନା ଡିଗିପଦର ଗ୍ରାମର ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନ ନିଖୋଜ ହେବାର ଶହେଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ତାଙ୍କର ସନ୍ଧାନ ପାଇପାରି ନାହିଁ। ଏହାକୁ ନେଇ ଗ୍ରାମର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିବା ସହ…

୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍‌ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ…

ଟ୍ରକ୍‌ ଧକ୍କାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ତାଳଚେର,୧୯।୧(ନି.ପ୍ର.): ତାଳଚେର ବସ୍‌ଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କର ନାମ ସନ୍ଧ୍ୟାରାଣୀ ଦାସ ଘର ଅନୁଗୋଳ ଗୀତାଗ୍ରାମରେ। ସେ ଆଜଡେରା ହାଇସ୍କୁଲରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଳଚେର ବସ୍‌ଷ୍ଟାଣ୍ଡକୁ ଯାଉଥିବା ସମୟରେ ଏକ…

ଗଛରେ ପିଟିହେଲା ଟ୍ୟାଙ୍କର

ମାଧପୁର,୧୯।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲିକ ବ୍ଲକ ଅନ୍ତର୍ଗତ ଲାଉପାଳ ଭଗାମୁଣ୍ଡା ଛକ ନିକଟ ଶନିବାର ବିଳମ୍ବିତ ରାତିରେ ଏକ ଆମ୍ବଗଛରେ ଟ୍ୟାଙ୍କର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଇଛି। ସୂଚନାଯୋଗ୍ୟ, ଗାଡ଼ିଟି ବୌଦ୍ଧରୁ ଆଠମଲିକ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ…

ଦାବି ପୂରଣ କରା ନ ଗଲେ ୨୧ରୁ ଆନ୍ଦୋଳନ

ତାଳଚେର,୧୯ା୧(ନି.ପ୍ର.) – ତାଳଚେର ପୌରାଞ୍ଚଳ ଦେଉଳବେଡା ତେଲିସାହିରେ ମାଟି ଦବିବା ଘଟଣାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପ୍ରତିବାଦରେ ଶନିବାର କ୍ଷତିଗ୍ରସ୍ତ ଗ୍ରାମବାସୀ ଓ ଯୁବ ସମାଜ ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ…

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ଛେଣ୍ଡିପଦା,୧୯।୧(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରା ପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିଯୋଗୁ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ସେଠାରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ,…

ଗ୍ରାହକଙ୍କ ଲାଗି ତନିସ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୯।୧ – ପ୍ରମୁଖ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଅନୁଗୋଳ ଶୋ’ରୁମରେ ଏହାର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ହାତକୁ ନିଆଯାଇଥିବା ହୀରା ଉତ୍ସବ ‘ଦି ଗ୍ରେଟ୍‌ ଡାଇମଣ୍ଡ ସେଲ୍‌’ରେ ଗ୍ରାହକ ସବୁବର୍ଗର…

ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri