ଅନୁଗୋଳ

ପ୍ରଶାସନ କଲାନି, କର୍ମଚାରୀ କଲେ

ବଇଣ୍ଡା,୧୬।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଜନତା କଲେଜକୁ ଦୂରାଦୂରାନ୍ତରୁ ବହୁ ଛାତ୍ରୀଛାତ୍ର ବସ୍‌ ଯୋଗେ ଯାତାୟାତ କରୁଛନ୍ତି। କଲେଜ ନିକଟରେ ବସ୍‌କୁ ଅପେକ୍ଷା କରିବା ପାଇଁ ପୂର୍ବରୁ ଥିବା ଏକ ବିଶ୍ରାମାଗାରକୁ ରାଜପଥ ପ୍ରଶସ୍ତୀକରଣ ପାଇଁ ଭାଙ୍ଗି ଦିଆଯାଇଥିଲା। ସେବେଠାରୁ ଛାତ୍ରୀଛାତ୍ରମାନେ…

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ ଜିଲାର…

ଦୋଷ ଖସାଇବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ଛଟେଇ କରିବାକୁ ରାଜ୍ୟ ସରକାର ଗତ…

ରାତି ଅଧିଆ କାଢ଼ି ଦେଲେ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ଅନିୟମିତତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରିବାକୁ ଗତ ୧୧ ତାରିଖରେ ଚିଠି କରିଥିଲେ। ଏହି…

ଅନୁଗୋଳରେ ଲାଇଫ ଲାଇନ ଏକ୍ସପ୍ରେସ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିିଟାଲ ଇନ୍‌ ଟ୍ରେନ ଲାଗିଛି। ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍‌ରେ ରହି ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ପ୍ରଦାନ କରିବ। ଏଥିରେ…

କାର୍ଯ୍ୟକ୍ଷମ ହେଉନି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର

ଛେଣ୍ଡିପଦା,୧୨।୧୧(ସ୍ବ.ପ୍ର.) ଦୁଗ୍ଧ ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀମାନଙ୍କୁ ଅଧିକରୁ ଅଧିକ ଗୋପାଳନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଙ୍କ ମାଧ୍ୟମରେ ଆବଶ୍ୟକ ଋଣ ଯୋଗାଇ ଦେଉଛନ୍ତି। ହେଲେ ଚାଷୀମାନେ କିପରି ସହଜରେ ଉତ୍ପାଦିତ ଦୁଗ୍ଧ…

୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର କୋଇଲା ଉତ୍ତୋଳନ କରିବେ। ଏଥିସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନ ଗୁଡିକର କାର୍ଯ୍ୟ…

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ…

କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ ଏବଂ ସେମାନଙ୍କ ପରିବାର ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥନୈତିକ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।…

ନୂଆଗଡ଼ ପୋଲ ନିର୍ମାଣ ବିଳମ୍ବ

ଆଠମଲ୍ଲିକ, ୭।୧୧(ଡି.ଏନ.ଏ.)  ଆଠମଲ୍ଲିକ ବ୍ଲକ ନୂଆଗଡ଼ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ୯ ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ନୂଆଗଡ ପିଢ ନିକଟରେ ଏକ ବୈଠକ ବସିଥିଲା। ସୂଚନାଯୋଗ୍ୟ, ଆଠମଲ୍ଲିକ-ବଇଣ୍ଡା ପୂର୍ତ୍ତ ବିଭାଗ…

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ ସୃଷ୍ଟି ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ…

ବିଜେଡି ଛାଡ଼ିଲେ ସଞ୍ଜୀବ

ଅନୁଗୋଳ ଅଫିସ,୪।୧୧: ଓଡ଼ିଶା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ଓ ଏକାଧିକଥର ମନ୍ତ୍ରୀ ପଦ ପାଇଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ ବୁଧବାର ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି। ଅନୁଗୋଳଠାରେ ଆୟୋଜିତ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri