ଅପରାଧ

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୨୫୭/୧୯) ରୁଜୁକରି ତଦନ୍ତ ଜାରି ରଖିଛି। ତେବେ…

ସଶସ୍ତ୍ର ଡକାୟତି: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ୨ ବାଇକ ଲୁଟ୍‌

ଓଡ଼ଗାଁ, ୧୩।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଠଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୪ରୁ ୫ ଡକାୟତ ଗାଁ ମୁଣ୍ଡରେ ରହୁଥିବା ଭଗବାନ ଷଡ଼ଙ୍ଗୀଙ୍କ ଘରେ ପଶି ପରିବାରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର…

ଭଡ଼ାଘରୁ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୨ା୮(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡି ଅଧୀନ ଏକାତାଳି ଗ୍ରାମର ଏକ ଭଡ଼ାଘରୁ ସୋମବାର ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ମୁର୍ସିଦାବାଦର ଫାଶିଦୁଲ ରେହେମନ(୩୨)ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ କିଛି ମାସହେବ ଫାଶିଦୂଲ…

ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।…

କମ୍ପାନୀରୁ ଚୋରି, ୨ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖାରବେଳ ନଗର ଥାନା ଏକ ଘରୋଇ କମ୍ପାନୀରୁ ଲୁହା ଓ ଆଲୁମିନିୟମ ଚ୍ୟାନେଲ ଚୋରି କରୁଥିବାବେଳେ ୨ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ରାୟଘର ଅଞ୍ଚଳର ସୁଶାନ୍ତ କୁମାର ବେହେରା ଓ ଭଦ୍ରକ ଧାମନଗର…

୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କଠାରୁ ୨୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ମହିଳାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ସାଲିଆ ସାହି ନୀଳକଣ୍ଠ ବସ୍ତି ଅଞ୍ଚଳରେ ରହୁଥିବା କନ୍ଧମାଳ ଜିଲାର…

ଆର୍‌ପିଏଫ୍‌ର ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଟିକେଟ ବିକ୍ରି କରୁଥିବା ୬ଜଣଙ୍କୁ ଗିରଫ କରିଛି।…

ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ କଳା ପଲ୍‌ସରରେ ଆସି ମହିଳାଙ୍କଠାରୁ ଲୁଟ୍‌ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ…

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ ସୁନ୍ଦରାବସ୍ତି ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ମନୋଜ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ…

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ବ୍ରାଉନସୁଗାର ବିକ୍ରି ଟଙ୍କା ୪ ହଜାର ୩ ଶହ ଜବତ ହୋଇଛି। ଏଥିରେ…

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ଶନିବାର ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲା…

ଅପହୃତା ଯୁବତୀ ଉଦ୍ଧାର: ଅପହରଣକାରୀ ଗିରଫ

ଦିଗପହଣ୍ଡି,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ଅପହୃତା ଯୁବତୀଙ୍କୁ କେ. ନୂଆଗାଁ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ଯୁବକଙ୍କୁ ପୋଲିସ ଥାନାରେ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଜାନୁୟାରୀ ୫ ତାରିଖରେ ଯୁବତୀଙ୍କ ବାପା ଝିଅଙ୍କୁ ଅପହରଣ କରାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri