ତାଳସାରୀ ମେରାଇନ୍ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର
ଭୋଗରାଇ,୧୦।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି। ଉକ୍ତ ଯୁବତୀଦ୍ୱୟଙ୍କୁ ଦିଘାରୁ ଦଲାଲମାନେ ହୋଟେଲ୍ରେ ରୁମ୍ ଦେବାକୁ କହି ନେଇ ଆସି ଉକ୍ତ…
ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ତାପଙ୍ଗ କ୍ରଶରରେ କାର୍ଯ୍ୟରତ ଟ୍ରକ୍ ଡ୍ରାଇଭର ଉକ୍ତ ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ…
ହଳଦିପଡ଼ିଆରେ ବ୍ରାଉନ୍ସୁଗାର ବିକ୍ରି ଅଭିଯୋଗ: ଦମ୍ପତି ଗିରଫ
କଟକରୋଡ଼,୧୦।୭(ଡି.ଏନ୍.ଏ.): ବ୍ରାଉନ୍ସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ହଳଦୀପଡ଼ିଆ ବସ୍ତିରେ ରହୁଥିବା ସରିଫ ଖାନ୍ ଓ ତାଙ୍କ ସ୍ତ୍ରୀ ଆୟଶା ବିବି। ସେମାନଙ୍କ ନିକଟରୁ ସାଢ଼େ ୧୦ ଗ୍ରାମ୍ ବ୍ରାଉନ୍ସୁଗାର…
ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ
ରାଇକିଆ,୧୦।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦୁଇଜଣ ନାବାଳିକା ଓ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।…
ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଦିଗପହଣ୍ଡି,୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଷାନ୍ତଙ୍କ ନୀଳାଦ୍ରିବିହାରରେ ଥିବା ବାସଭବନ, ଗ୍ୟାରେଜ, ନବରଙ୍ଗପୁର ଗ୍ରାମର ପୈତୃକ…
ଖଣି ଓ ନିଶା ମାଫିଆଙ୍କୁ ଏନ୍କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା
ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍ଷ୍ଟର୍ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍ଟିଫ୍। ଏନ୍କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍ଷ୍ଟରମାନେ ଭୟଭୀତ ହୋଇପଡିଲେଣି।…
ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର
ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି ଏହି…
୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ
କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା କାର୍ (ନଂ. ଡବ୍ଲ୍ୟୁବି୦୬-ଏଫ-୯୯୯୧), ୩ ମୋବାଇଲ, ନଗଦ ୭ ହଜାର…
ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା
ଦାମନଯୋଡି, ୯।୭(ଡି.ଏନ୍.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍ପିଏଫ୍ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ ପଶ୍ଚିମବଙ୍ଗ ନାଦିଆ ଜିଲାର ସମ୍ପା ଦାସ, ମୁର୍ସିଦାବାଦର ରାଜକୁମାର ଏବଂ ବର୍ଦ୍ଧମାନର କୁସ୍ଦିରାମ। ପୋଲିସ…
ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ
ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ସେମାନେ ଖଣିରୁ ପଥର ଖୋଳି ଚୋରା ଚାଲାଣ କରୁଛନ୍ତି। ଏ କଥା…
ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା:ଜେଲ ଗଲେ ଦିଅର
ଦିଗପହଣ୍ଡି,୮ା୭(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମେ ୧୭ ରାତି ପ୍ରାୟ ୮ଟାରେ ଅକ୍ଷୟ ତାଙ୍କ ଭାଉଜଙ୍କୁ ଘରେ ପଶି ଅସଦାଚରଣ କରିବା ସହ ମାଡ଼…
ଲଙ୍କାଗୁଣ୍ଡ ପକାଇ ୧.୬୬ଲକ୍ଷ ଲୁଟ୍ ଅଭିଯୋଗ
ଚାନ୍ଦବାଲି, ୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ସୋମବାର ଅପରାହ୍ନରେ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀ ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଥିବା…
Archives


