ଲାଞ୍ଚ ନେଇ ଧରାପଡିଲେ ବୀରମହାରାଜପୁର ଆର୍ଆଇ
ସୋନପୁର,୨୩।୭(ନି.ପ୍ର.): ସୋନପୁର ଜିଲା ବୀରମହାରାଜପୁର ତହସିଲ ଅଫିସର ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ୨୫୦୦ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ପାଣ୍ଡବ ପ୍ରଧାନଙ୍କଠାରୁ ପୁରୋହିତ ତହସିଲ ଅଫିସରେ…
ମହିଳାଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକ୍ମେଲ୍ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ଭୁବନେଶ୍ୱର, (ବ୍ୟୁରୋ)/ପୁରୀ ଅଫିସ, ୨୩।୭: ପୁରୀର ଜଣେ ମହିଳାଙ୍କୁ ପାଣିରେ ନିଶା ଦେଇ ଭୁବନେଶ୍ୱରର ଏକ ହୋଟେଲରେ ବଳାକତ୍ାର କରିବା ଓ ପରେ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିବା ଘଟଣାର ଅଭିଯୁକ୍ତଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ସେ ହେଲେ…
ଦୁର୍ବୃତ୍ତ ମାରଣାସ୍ତ୍ରରେ ଗୋଡ଼ାଇ ହାଣିଲେ: ଜଣେ ଯୁବକ ଗୁରୁତର
ବୋଲଗଡ଼,୨୩ା୭(ଡି.ଏନ.ଏ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ସାନକୁମାରୀସ୍ଥିତ ମା’ମଙ୍ଗଳା ମନ୍ଦିର ନିକଟରେ ରବିବାର ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସାନକୁମାରୀ ଗ୍ରାମର ଗଣେଶ ଖଣ୍ଡାଇ(୨୫)। ତାଙ୍କୁ ମାରଣାସ୍ତ୍ର ଦ୍ୱାରା…
ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ଆସିକା, ୨୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ହୋଇଥିଲେ। ଏହି ମାମଲାରେ ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।…
ବାବୁଲି ଗୁଳିକାଣ୍ଡ ଘଟଣା: ୪ ଗିରଫ, ଟିଟୋ ଏବଂ ବାବୁ ସାହୁ ଗ୍ୟାଙ୍ଗର ରହିଛି ହାତ
କେନ୍ଦ୍ରାପଡା ଅଫିସ, ୧୭ା୭- ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ…
ହିଞ୍ଜିଳି ପୋଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ ଠାବ: ୨ବସ୍ତା ଗଞ୍ଜେଇ ଜବତ, ୩ ଗିରଫ
ହିଞ୍ଜିଳିକାଟୁ,୨୨ା୭(ଡି.ଏନ୍.ଏ): କନ୍ଧମାଳଠାରୁ ରାଜଧାନୀ ନୂଆଦିଲୀ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଠାବ କରିବା ସହ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାର ଡ୍ରାଇଭର ତଥା ନୂଆଦିଲୀସ୍ଥିତ ରାଣୀଖେଦା…
ଦୋକାନ ସଟର୍ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା
ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି କ୍ୟାସ୍ କାଉଣ୍ଟରରୁ ୮୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ…
ଗୋଡ଼ାଇ ଗୋଡ଼ାଇ ହାଣିଲେ, ଯୁବକ ଗୁରୁତର
ବୋଲଗଡ଼,୨୨।୭(ଡି.ଏନ୍.ଏ.): ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ସାନକୁମାରୀ ମଙ୍ଗଳା ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାନକୁୁମାରୀ ଗ୍ରାମର ଗଣେଷ ଖଣ୍ଡାଇ(୨୫)ଙ୍କୁ କେହି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ନେଇ ଫାଣ୍ଡି ପୋଲିସ…
ବିଞ୍ଝାରପୁରରେ ନବବଧୂଙ୍କୁ ତଣ୍ଟିକାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ
ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା(ବିଲସାହି)ରେ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରାଯାଇଛି । ଏ ନେଇ ସୋମବାର ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ…
୩ ମାସରେ ୫୦୨ ଝିଅ ନିଖୋଜ : ଭୁବନେଶ୍ୱର, କଟକ ସ୍ଥିତି ଉଦ୍ବେଗଜନକ
ଭୁବନେଶ୍ୱର, ୨୨ା୭(ବ୍ୟୁରୋ) : ରାଜ୍ୟରେ ବଢୁଛି ନିଖୋଜ ଝିଅଙ୍କ ସଂଖ୍ୟା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ଜଣ ଝିଅ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ ୭୯ ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୪୫୫ଟି ମାମଲା ରୁଜୁ ହୋଇଛି। ସେହିଭଳି…
ଡକାୟତି ଯୋଜନା: ଗିରଫ ହେଲେ ୭ ଅଭିଯୁକ୍ତ
ବାରଙ୍ଗ,୨୨ା୭(ଡି.ଏନ୍.ଏ.) : ବାରଙ୍ଗ ଥାନା ଅଞ୍ଚଳରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ହାବୁଡରେ ୭ଜଣ ଧରାପଡିଛି। ରବିବାର ସେମାନଙ୍କ ବିରୋଧରେ ୧୧୮/୧୯ନଂରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେେଲେ ଏହି ଥାନା ଅଧୀନ ମଧୁପୁର…
୨ ଅପରାଧ ଘଟଣାରେ ୭ ଗିରଫ : ବ୍ରାଉନ୍ସୁଗାର, ବିପୁଳ ଟଙ୍କା, ମାରଣାସ୍ତ୍ର ଜବତ
ଜଟଣୀ,୨୨ା୭(ଡି.ଏନ.ଏ.) : ପୃଥକ୍ ଦୁଇ ଅପରାଧ ଘଟଣା ଚୋରା ବ୍ରାଉନ୍ସୁଗାର କାରବାର ଓ ଡକାୟତି ଯୋଜନା କରୁଥିବା ସମୟରେ ଜଟଣୀ ଥାନା ପୋଲିସ ଚଢାଉ କରି ୭ ଜଣଙ୍କୁ ରବିବାର ଗିରଫ କରିଛି। ବ୍ରାଉନ୍ସୁଗାର ଚୋରାରେ ବିକ୍ରୟ କରୁଥିବା ଖବରପାଇ ସ୍ଥାନୀୟ…
Archives


