ରାଜଧାନୀରେ ମାତିଲେ ସାଇବର ଠକ : ଗୋଟିଏ ଦିନରେ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସେମାନେ ବିଭିନ୍ନ ଆପ୍ଲିକେଶନ୍‌ଠାରୁ ଆରମ୍ଭ କରି ସୋସିଆଲ ନେଟ୍‌ଓ୍ବର୍କରେ ନକଲି ସାଇଟ୍‌ ଖୋଲି କୌଶଳରେ ଲୋକଙ୍କଠାରୁ ଅର୍ଥ ଲୁଟୁଛନ୍ତି। ଗୋଟିଏ ଦିନରେ ୩ଜଣ ଏପରି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଦାସଙ୍କଠାରୁ ଗୁଗୁଲ ପେ ମାଧ୍ୟମରେ ଦେଢ ଲକ୍ଷ, ଜୟ ପ୍ରକାଶ ଗୁପ୍ତାଙ୍କଠାରୁ ୮୦ହଜାର ଓ ନିବାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୭୦ହଜାର ଟଙ୍କା ଚଳୁ ହୋଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ତେବେ ମଞ୍ଚେଶ୍ୱର ଥାନା ପକ୍ଷରୁ ସେମାନଙ୍କୁ କଟକ ସାଇବର ଥାନାକୁ ପଠାଇ ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଜଣେ ସାଙ୍ଗକୁ ୫ ହଜାର ଟଙ୍କା ଧାର ଆକାରରେ ଗୁଗୁଲ ପେ’ ମାଧ୍ୟମରେ ଦେଇଥିଲେ। ହେଲେ ଟଙ୍କା ସାଙ୍ଗଙ୍କ ଆକାଉଣ୍ଟକୁ ଯାଇ ନ ଥିଲା। ଫଳରେ ପ୍ରଶାନ୍ତ ଗୁଗୁଲ ପେ’ର କଷ୍ଟମର କେୟାର ଟୋଲ୍‌ ଫ୍ରି ନମ୍ବର ସର୍ଚ୍ଚ କରିଥିଲେ। ହେଲେ ସାଇବର ଠକମାନେ ଖୋଲିଥିବା ନକଲି ସାଇଟ୍‌ର ଫୋନ୍‌ ନମ୍ବର ତାଙ୍କ ନଜରକୁ ଆସିଥିଲା। ପ୍ରଶାନ୍ତ ଉକ୍ତ ନମ୍ବରରେ କଲ୍‌ କରିବା ପରେ ଟଙ୍କା ଶୀଘ୍ର ଫେରିପାଇବେ ବୋଲି କେହି କହିବା ସହ କେତେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷ ପରାମର୍ଶ ଅନୁସାରେ ପ୍ରଶାନ୍ତ ଆକାଉଣ୍ଟ ଚେକ କରିବା ସମୟରେ ଏକ ୟୁପିଆଇ ଆଇଡିର କୋଡ୍‌ ଦେବାକୁ କୁହାଯାଇଥିଲା। ପ୍ରଶାନ୍ତ ଉକ୍ତ କୋଡ୍‌ ଦେବା ପରେ ତାଙ୍କ ଆକାଉଣ୍ଟରୁ ୧.୫ଲକ୍ଷ ଟଙ୍କା ଉଠାଣ ହୋଇଥିଲା। ଏହାପରେ ଉକ୍ତ ଫୋନ୍‌ ନମ୍ବରରୁ କଲ୍‌ କରିଥିଲେ ମଧ୍ୟ ଆଉ କେହି ଉଠାଇ ନ ଥିବା ସେ ଅଭିଯୋଗ କରିଛନ୍ତି।
ଦିନବନ୍ଧୁ ଗୁଗୁଲ ପେ’ ମାଧ୍ୟମରେ ୧୦ ହଜାର ଟଙ୍କା ଅନ୍ୟ ଜଣଙ୍କୁ ପଠାଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିଲା। ସେ ମଧ୍ୟ ଗୁଗୁଲରେ କଷ୍ଟମର କେୟାର ଟୋଲଫ୍ରି ନମ୍ବର ସର୍ଚ୍ଚ କରି ସାଇବର ଠକଙ୍କ ହାବୁଡ଼ରେ ପଡିଯାଇଥିଲେ। ପ୍ରଶାନ୍ତ ଭଳି ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିଯାଇଥିଲା।
ଠକେଇର ଶିକାର ହୋଇଥିବା ଜୟପ୍ରକାଶ ଲୋନ୍‌ ପାଇଁ ଏକ ଫାଇନାନ୍ସ ସଂସ୍ଥାରେ ୬ ମାସ ହେବ ଆବେଦନ କରିଥିଲେ। କିନ୍ତୁ ଉକ୍ତ ସଂସ୍ଥା ଫେରାଇ ଦେଇଥିଲା। କିଛିଦିନ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ଲୋନ୍‌ ନେବାକୁ ଚାହୁଁଛ ବୋଲି ଫୋନ କରି ପଚାରିଥିଲେ। ଜୟପ୍ରକାଶ ଉକ୍ତ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବି ହଁ ମାରିଥିଲେ। ଏହାପରେ ଅନ୍‌ଲାଇନ୍‌ ମାଧ୍ୟମରେ ୩ଲକ୍ଷ ଟଙ୍କାର ଲୋନ୍‌ ପାଇଁ ପ୍ରଥମେ ପ୍ରୋସେସିଂ ଚାର୍ଜ ୯ହଜାର ଟଙ୍କା ନେବା ପରେ ନାନା ଆଳ ଦେଖାଇ ୮୦ହଜାର ଟଙ୍କା ଲୁଟି ନେଇଥିଲେ।
କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସେମାନେ ସାଇବର ଠକଙ୍କ ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ଆସିଲେ ପ୍ରତି ଥାନା ମାମଲା ରୁଜୁ କରି ତଦନ୍ତ କରିବାକୁ ବାଧ୍ୟ। ନିକଟରେ ଡିଜିପି ଏନେଇ ସବୁ ଥାନାକୁ ଏକ ସକ୍ୟୁଲାର ଜାରି କରିଛନ୍ତି। ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହେଲେ କଟକ ସାଇବର ଥାନାରେ ମାମଲା ହେବ। ଲୋକାଲ ଥାନା ମାମଲା ରୁଜୁ କରୁ ନ ଥିଲେ ଡିସିପିଙ୍କୁ ଜଣାଇବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?