ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ
ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଙ୍ଗିରିପୋଷି…
୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ
ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି।…
କୋରାପୁଟ ଏସ୍ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ…
ଅନ୍ଲାଇନ୍ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ
କାମାକ୍ଷାନଗର, ୧୩।୮(ଡି.ଏନ୍.ଏ.)-ଅନ୍ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍ରୁ ସାମଗ୍ରୀ ଲୁଟ୍ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର…
ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍ ଅଭିଯୋଗ
ରୂପ୍ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୨୫୭/୧୯) ରୁଜୁକରି ତଦନ୍ତ ଜାରି ରଖିଛି। ତେବେ…
ସଶସ୍ତ୍ର ଡକାୟତି: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ୨ ବାଇକ ଲୁଟ୍
ଓଡ଼ଗାଁ, ୧୩।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଠଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୪ରୁ ୫ ଡକାୟତ ଗାଁ ମୁଣ୍ଡରେ ରହୁଥିବା ଭଗବାନ ଷଡ଼ଙ୍ଗୀଙ୍କ ଘରେ ପଶି ପରିବାରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର…
ଭଡ଼ାଘରୁ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ
ଝାରସୁଗୁଡ଼ା ଅଫିସ/ଲଖନପୁର,୧୨ା୮(ଡି.ଏନ୍.ଏ.): ଝାରସୁଗୁଡା ଜିଲା ବିଟିଏମ୍ ଫାଣ୍ଡି ଅଧୀନ ଏକାତାଳି ଗ୍ରାମର ଏକ ଭଡ଼ାଘରୁ ସୋମବାର ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ମୁର୍ସିଦାବାଦର ଫାଶିଦୁଲ ରେହେମନ(୩୨)ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ କିଛି ମାସହେବ ଫାଶିଦୂଲ…
ଏମ୍ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ
କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍ନଗର ଏମ୍ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।…
କମ୍ପାନୀରୁ ଚୋରି, ୨ କର୍ମଚାରୀ ଗିରଫ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖାରବେଳ ନଗର ଥାନା ଏକ ଘରୋଇ କମ୍ପାନୀରୁ ଲୁହା ଓ ଆଲୁମିନିୟମ ଚ୍ୟାନେଲ ଚୋରି କରୁଥିବାବେଳେ ୨ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ରାୟଘର ଅଞ୍ଚଳର ସୁଶାନ୍ତ କୁମାର ବେହେରା ଓ ଭଦ୍ରକ ଧାମନଗର…
୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ମହିଳା ଗିରଫ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କଠାରୁ ୨୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ମହିଳାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ସାଲିଆ ସାହି ନୀଳକଣ୍ଠ ବସ୍ତି ଅଞ୍ଚଳରେ ରହୁଥିବା କନ୍ଧମାଳ ଜିଲାର…
ଆର୍ପିଏଫ୍ର ଅପରେଶନ ‘ଇଷ୍ଟ୍କୋଷ୍ଟ ରେଲ୍ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ
ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍ପିଏଫ୍) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍କୋଷ୍ଟ ରେଲ୍ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଟିକେଟ ବିକ୍ରି କରୁଥିବା ୬ଜଣଙ୍କୁ ଗିରଫ କରିଛି।…
ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍ ଜବତ
ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍ର ସଦସ୍ୟ କଳା ପଲ୍ସରରେ ଆସି ମହିଳାଙ୍କଠାରୁ ଲୁଟ୍ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ…
Archives


