ଅପରାଧ

ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା ଅଫିସ,୨୯।୯: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ହଜାରୀବଗିଚାର ଏକ ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ସକାଳେ ମୃତଦେହ ନାଳରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ। ମାତ୍ର ପୋଲିସ ପହଞ୍ଚିବାରେ…

ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ ଗିରଫ କରିବା ଘଟଣା: ତତ୍କାଳୀନ ଡିଏସ୍‌ପି, ଇନ୍ସପେକ୍ଟରଙ୍କୁ ନୋଟିସ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ନାବାଳକ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଇଥିଲା ବରଗଡ଼ ଜିଲା ପାଇକମାଳ ଥାନା ପୋଲିସ। ଏପରି କି ଏହି ମାମଲାର ତଦନ୍ତ ନ କରି ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଅଡୁଆରେ ପଡ଼ିଥିଲା। ଏହି ମାମଲାରେ ଓଡ଼ିଶା…

ପୋଲିସ ଏନ୍‌କାଉଣ୍ଟର ପ୍ରସଙ୍ଗ: ଟିକି, ବିଶ୍ୱରଞ୍ଜନଙ୍କ ପରେ କାହା ପାଳି

ପୁରୀ ଅଫିସ, ୨୯।୯: ଗତ ୯ତାରିଖରେ ପୋଲିସର ପୃଥକ ଏନ୍‌କାଉଣ୍ଟରରେ ଆହତ ହୋଇ ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଟିକି ଓରଫ ସୟାମତ ଖାଁ ଓ ବିଶ୍ୱରଞ୍ଜନ ସାହୁ ଏବେ ପୁରୀ ଜେଲରେ ଅଛନ୍ତି। ଏବେ ପୁଣି ପୋଲିସ ଆଉ କେତେଜଣ ଦୁର୍ଦ୍ଦାନ୍ତ…

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରେ ଚଢ଼ାଉ କରି ଦଲାଲଙ୍କୁ ଧରୁଛି। ତିନି ଦିନରେ ୧୫୪…

ଗୋଛା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୧୫ ଶାଗୁଆନ କାଠ ସହ ୯ ସାଇକେଲ ଜବତ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲ ଶିମିଳି ଗ୍ରାମ ନିକଟରୁ ଚଢ଼ାଉ କରାଯାଇ କାଠ ଓ ସାଇକେଲ ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୬ ଖଣ୍ଡ ଶାଳଗଣ୍ଡି , ୧୫ ଖଣ୍ଡ ଶାଗୁଆନ…

ଜୁନାଗଡ଼ ଗଣବଳାତ୍କାର ମାମଲା : ମୋଟ ଗିରଫ ସଂଖ୍ୟା ୧୦, ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗଣ ବଳାତ୍କାର ମାମଲା ନୂଆମୋଡ଼ ନେଇଛି।  ଶୁକ୍ରବାର ପୀଡ଼ିତା ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ତାଙ୍କୁ ଗିରଫ କରା ନ ଗଲେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ପରେ ଯାଦବ ସମାଜ…

ଜୁନାଗଡ଼ ଗଣବଳାତ୍କାର ଘଟଣା: ଗିରଫ ହେଲେ ଡ୍ରାଇଭର ଲଳିନ୍ଦ୍ର

ଜୁନାଗଡ଼,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ବସ୍‌ ଡ୍ରାଇଭର ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ଲଳିନ୍ଦ୍ର ଶବରଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ଜୁନାଗଡ଼ ପୋଲିସ ଲଳିନ୍ଦ୍ରଙ୍କୁ ଶନିବାର…

ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଡକାୟତ ହେଲେ ମାର୍ଶାଘାଇ…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା, ୨୭।୯(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ କୁଇଲାରିଯୋର ରାଜରାସ୍ତା ୨୦୦ କଡ଼ରୁ ଶନିବାର ଭୋର୍‌ ସମୟରେ ଜଣେ ଯୁବକଙ୍କ ମୃତଦେହକୁ କୁଚୁଣ୍ଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଝିଲ୍ଲି…

ଡ୍ରାଇଭର ଲଳିନ୍ଦ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ, ନହେଲେ ଆତ୍ମହତ୍ୟା କରିବି: ଜୁନାଗଡ଼ ପୀଡ଼ିତା

ଜୁନାଗଡ଼,୨୭।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ପୀଡ଼ିତା ଗୁରୁବାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏକ ୱେବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହି ଘଟଣାରେ ତାଙ୍କୁ ବାଇକ୍‌ରେ ଲିପ୍ଟ ଦେଇଥିବା ବସ୍‌…

ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡା ନଜର…

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତ ବାପ ପୁଅ ଗିରଫ

ଭଦ୍ରକ ଅଫିସ, ୨୬।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଉତରାଗଡିଆ ପାଟଣାରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ସପ୍ତାହକ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri