ଅପରାଧ

ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ମୃତ

ଖଲ୍ଲିକୋଟ,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଞ୍ଚାୟତର କଣ୍ଡରାପଡ଼ା ଗ୍ରାମରେ ରବିବାର ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଡରାପଡ଼ା ଗ୍ରାମର ସେରନ୍ତୀ ବେହେରା (୫୦)। ଉକ୍ତ ଗ୍ରାମରେ ସେରନ୍ତୀ ତାଙ୍କ ୪ ପୁଅ, ଦୁଇ ଝିଅଙ୍କ…

ଗଳିତ ପାଦକୁ ନେଇ ପୋଲିସର ତନଘନା; ନିଖୋଜ ଶିଶୁର ପାଦ ବୋଲି ଦାବି କଲେ ମହିଳା

ଯୋଡ଼ା, ୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍‌ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର ଉଦ୍ଧାର କରିଛି ା ପୋଲିସ ସୂଚନାନୁଯାୟୀ, ରବିବାର ସକାଳ ସମୟରେ ଉକ୍ତ ବସ୍ତିର ଛୋଟ…

ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ସେମାନେ ହେଲେ ଓଡ଼ଗାଁ ଥାନା ଜାମୁସାହି ଗ୍ରାମର ନକୁଳ…

ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଆକ୍ରମଣ: ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାହାନଗା,୧୯।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ନିକଟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ୩ ଦୁର୍ବୃତ୍ତ ଆକ୍ରମଣ କରି ୧ ଲକ୍ଷ ୬ ହଜାର ଟଙ୍କା…

୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ସିଆଇଏସ୍‌ଏଫ୍‌ କନଷ୍ଟେବଳ ଗିରଫ

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ଅଞ୍ଚଳରେ ଶନିବାର ୪ ବର୍ଷୀୟା ନାବାଳିକାଙ୍କୁ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ)ର କନଷ୍ଟେବଳ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଆଧାରରେ ପାରାଦୀପ ଅଭୟଚାନ୍ଦପୁର ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଘରୋଇ କଳି: ମଝିଆ ଭାଇଙ୍କୁ ହତ୍ୟା କଲେ ସାନ

ନାଉଗାଁ,୧୯ା୧(ସ୍ବ.ପ୍ର.): ଘରୋଇ କଳହକୁ ନେଇ ଶନିବାର ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ହରିଶପୁର ଗ୍ରାମରେ ସାନ ଭାଇ ମଝିଆ ଭାଇଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛନ୍ତି। ଏନେଇ ଥାନାରେ ବଡ଼ଭାଇଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ…

ପ୍ରେମ ପାଇଁ ହିଂସା: ନାବାଳିକାଙ୍କ ଗଳା କାଟିଲେ ଯୁବତୀ

ସଜନାଗଡ଼, ୧୮।୧(ଡି.ଏନ.ଏ.)-ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ପ୍ରେମ ପାଇ ହିଂସାକାଣ୍ଡ ଘଟିଛି। ଜଣେ ଯୁବତୀ ବ୍ଲେଡ଼ରେ ଅନ୍ୟ ଜଣେ ନାବାଳିକାଙ୍କ ଗଳା, ଛାତି, ବାମପଟ ଗାଲ କାଟି ରକ୍ତାକ୍ତ କରିପକାଇଛନ୍ତି। ଏହି ମରଣାନ୍ତକ ଆକ୍ରମଣ ନେଇ ନୀଳଗିରି ଥାନାରେ ଅଭିଯୋଗ…

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୫ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୮।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଶନିବାର ଅଭିଯୁକ୍ତଙ୍କୁ ୧୫ବର୍ଷ ଜେଲଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆଉ ବର୍ଷେ ଜେଲଦଣ୍ଡ ଭୋଗିବାକୁ…

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ କୁନାଲ ସିଂଙ୍କ ସହ ୫ଜଣଙ୍କୁ ଅଟକ…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୭।୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଅନାମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ, ମଦନପୁର ରାମପୁରରେ ଥିବା ଏକ ହୋଟେଲରେ…

ବାଇକ୍‌ ଷ୍ଟଣ୍ଟ୍‌କୁ ନେଇ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବିପଜ୍ଜନକ ଭାବେ ବାଇକ୍‌ ଷ୍ଟଣ୍ଟ୍‌ କରି ଧୂଳି ଉଡ଼ାର ପ୍ରତିବାଦ କରିଥିବା ଯୁବତୀଙ୍କୁ ଗାଳିଗୁଲଜ ଓ ତାଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର…

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨)। ସେହିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?