ଅପରାଧ

ମହିଳାଙ୍କୁ ବଳାତ୍କାର କରି ଓଏସ୍‌ଏପି ସିପାହି ଗିରଫ: ପୂର୍ବରୁ ମଧ୍ୟ ଗିରଫ ସହ ନିଲମ୍ବିତ ହୋଇଥିଲେ

ଭୁବନେଶ୍ୱର, ୯ା୨(ବ୍ୟୁରୋ): ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଶନିବାର ଆଉଜଣେ ପୋଲିସ କର୍ମଚାରୀକୁ ଗିରଫ କରିଛି। ସେ ହେଲେ କୋରାପୁଟସ୍ଥିତ ତୃତୀୟ ଓଏସ୍‌ଏପି ବାଟାଲିୟନର ସିପାହି ରାଜକିଶୋର ଭୋଇ (୨୯)। ତାଙ୍କ ଘର ବଲାଙ୍ଗୀର ଜିଲା ଆମ୍ବ୍ରପଲ୍ଲୀ…

ବୈତରଣୀ ଚଉପଦି ଘାଟିରୁ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ପାଟଣା/ଚମ୍ପୁଆ,୮।୨(ସ୍ବ.ପ୍ର/ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପଦି ଘାଟିରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଶନିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ଦୁଇଟି ଜଣେ ଯୁବକ ଓ ଜଣେ ମହିଳାଙ୍କର ବୋଲି…

ମାର୍କେଟ୍‌ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ଜଣେ ଅଭିଯୁକ୍ତ ଗଜପତିରୁ ଗିରଫ, ଟୁଇଟ୍‌ କରି ସୂଚନା ଦେଲେ ପୋଲିସ କମିଶନର

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଥିବା ନେଇ…

ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଅପରେଶନ ‘ସ୍ବାଭିମାନ’ରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଅପରେଶନ ସ୍ବାଭିମାନ ସଫଳ ହୋଇଛି। ଜାନୁୟାରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେଶନରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ସେଗୁଡ଼ିକ ମଧ୍ୟରେ…

ପୋଲିସ ଜାଣତରେ ଦେହ ବ୍ୟବସାୟ

କଟକ ଅଫିସ,୭।୨: କଟକ ରେଳଷ୍ଟେଶନ ନିକଟରେ ବେଧଡକ ଭାବେ ଚାଲିଛି ସେକ୍ସ ର଼୍ୟାକେଟ୍‌। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ପୋଲିସକୁ ଅଛପା ନାହିଁ। ପିସିଆର ଭ୍ୟାନ ଏହି ଅଞ୍ଚଳ ଦେଇ ନିୟମିତ ପାଟ୍ରୋଲିଂ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ…

ଲାଞ୍ଚ ମାଗି ଗିରଫ ହେଲେ ଥାନା ଅଧିକାରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ‘ମୋ ସରକାର’ କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶାରେ ପୋଲିସ ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବାକୁ ଏହି ପ୍ରୟାସ କରାଯାଇଛି। ସେହି କ୍ରମରେ ଏହାର ସୁଫଳ ମଧ୍ୟ ମିଳିଛି। ନିୟମିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ…

ରାଜସ୍ବ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ମଞ୍ଜୁରୀରୋଡ୍‌ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପଶି ଗତ ସୋମବାର ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨୧ ଜଣଙ୍କ ନାମରେ ମାମଲା…

ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି…

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍‌: ୨ ଅଭିଯୁକ୍ତ ଅଟକ

ବସ୍ତା,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବ୍ୟାଙ୍କରୁ…

ପୋଲିସ ସମ୍ମୁଖରେ ମାଡ଼ ଘଟଣା: ପଞ୍ଜାବୀ ଯୁବକ ପରବିନ୍ଦରଙ୍କ ନାମରେ ପାଲଟା ମାମଲା ରୁଜୁ

ଭୁବନେଶ୍ୱର,୬।୨(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପରବିନ୍ଦର ପାଲ୍‌ ସିଂଙ୍କ ବିରୋଧରେ ପାଲଟା ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।…

ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସନ୍ତୋଷ ସୋନି(୩୯)। ପୂର୍ବ ଶତ୍ରୁତାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?