ପୋଲିସ ଜାଣତରେ ଦେହ ବ୍ୟବସାୟ

କଟକ ଅଫିସ,୭।୨: କଟକ ରେଳଷ୍ଟେଶନ ନିକଟରେ ବେଧଡକ ଭାବେ ଚାଲିଛି ସେକ୍ସ ର଼୍ୟାକେଟ୍‌। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ପୋଲିସକୁ ଅଛପା ନାହିଁ। ପିସିଆର ଭ୍ୟାନ ଏହି ଅଞ୍ଚଳ ଦେଇ ନିୟମିତ ପାଟ୍ରୋଲିଂ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ ଜାଣି ମଧ୍ୟ ଅନେକ ପୋଲିସ କର୍ମଚାରୀ ଚୁପ୍‌ ରହିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସେକ୍ସ ର଼୍ୟାକେଟ୍‌ ଚାଲିଥିବା ଏହି ସ୍ଥାନ ରେଳଷ୍ଟେଶନ ଠାରୁ ଅତିବେଶିରେ ୫୦ମିଟର ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଠାରୁ ୪୦୦ମିଟର ଦୂର ହେବ। ରାତି ୧୦ଟା ପରେ ରେଳଷ୍ଟେଶନ ନିକଟସ୍ଥ ଏହି ସ୍ଥାନରେ ଦେହଜୀବୀ ଓ ଗ୍ରାହକଙ୍କ ଭିଡ଼ ହେଉଛି। ହେଲେ ପୋଲିସ ସେଠାରେ ଚଢାଉ ନ କରିବାରୁ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଟକରେ ଚାଲିଥିବା ଏହି ର଼୍ୟାକେଟ୍‌ରେ ମୋଟ୍‌ ୩୦ଜଣ ଯୁବତୀ ଥିବା ଜଣାପଡ଼ିଛି।

ବାଂଲାଦେଶ ଲିଙ୍କ୍‌ ସନ୍ଦେହ
ର଼୍ୟାକେଟରେ ଅନେକ ବାଂଲାଦେଶୀ ଯୁବତୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏମାନେ ଭୁବନେଶ୍ୱରରେ ରୁହନ୍ତି, ସନ୍ଧ୍ୟା ହେଲେ ବସ୍‌ କିମ୍ବା ଟ୍ରେନ୍‌ରେ କଟକ ଆସନ୍ତି। ଏମାନଙ୍କ ନେତୃତ୍ୱ ନେଉଥିବା ଯୁବତୀ ଜଣଙ୍କ ଘର ବାଲେଶ୍ୱର ଅଞ୍ଚଳରେ। ପୂର୍ବରୁ ଭୁବନେଶ୍ୱରରେ ଧରା ପଡ଼ିଥିବା ର଼୍ୟାକେଟର ଅନେକ ବାଲାଂଦେଶୀ ଯୁବତୀ ଥିବା ଜଣାପଡିଥିଲା। କଟକରେ ଚାଲିଥିବା ଏହି ର଼୍ୟାକେଟ୍‌ରେ ମଧ୍ୟ ବାଲାଂଦେଶୀ ଯୁବତୀ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି।
ନିରାପତ୍ତା ଯୋଗାଉଛି ହୋଟେଲ
ଦେହଜୀବୀମାନେ ଷ୍ଟେଶନ ନିକଟରୁ ଗ୍ରାହକଙ୍କ ସହିତ ସହରର ବିଭିନ୍ନ ହୋଟେଲକୁ ଯାଉଛନ୍ତି। ହୋଟେଲଗୁଡ଼ିକ ଏହି ବେଆଇନ କାର୍ଯ୍ୟକୁ ବେଶ୍‌ ନିରାପତ୍ତା ଯୋଗାଉଛି। ତେବେ ହୋଟେଲ୍‌ ଠିକ୍‌ କରିବା ପାଇଁ ଯୋବ୍ରା ଅଞ୍ଚଳର ଜଣେ ଯୁବକ ଦାୟିତ୍ୱରେ ଅଛନ୍ତି। ହୋଟେଲ ସହ ବିଳମ୍ବିତ ରାତିରେ ଫୋନ ଯୋଗେ ଯୋଗାଯୋଗ କରି ରୁମ୍‌ ବୁକ୍‌ କରିବା କାର୍ଯ୍ୟ ଏହି ଯୁବକ ଜଣଙ୍କ କରନ୍ତି ବୋଲି ଜଣେ ଦେହଜୀବୀ କହିଛନ୍ତି।

ମୁମ୍ବାଇରୁ ଆସୁଛନ୍ତି ଯୁବତୀ

ଏହି ର଼୍ୟାକେଟର ନେତୃତ୍ୱ ନେଉଥିବା ଯୁବତୀ ଜଣଙ୍କ କହିଥିଲେ, ସମସ୍ତେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛନ୍ତି। କଟକ ଆସିବା ପରେ କିଏ କେଉଁଆଡେ ଯିବ ତାହା ସ୍ଥିର କରାଯାଉଛି। ତେବେ ଦିନେଦିନେ ମୁମ୍ବାଇର କିଛି ଯୁବତୀ ଏହି ର଼୍ୟାକେଟ୍‌ରେ ସାମିଲ ହେଉଛନ୍ତି। ଯେଉଁମାନେ ଅଧିକ ଦାମ୍‌ ନିଅନ୍ତି। ମୁମ୍ବାଇର ଯୁବତୀ ଓଡ଼ିଶା ଆସିଲେ ଦିନକ ପିଛା ୧୨ହଜାର ଟଙ୍କା ନିଅନ୍ତି ବୋଲି ସେ କହିଥିଲେ।

ସବୁ ଜାଣନ୍ତି ପିସିଆର୍‌ ଷ୍ଟାଫ୍‌

କିଏ କେତେବେଳେ ଆସୁଛି, କେଉଁଆଡେ ଯାଉଛି ତାହାର ଟିକ୍‌ିନିଖି ଖବର ମାଲଗୋଦାମ ଥାନାର ପିସିଆର୍‌ ଷ୍ଟାଫମାନେ ଜାଣନ୍ତି। ବୁଧବାର ବିଳମ୍ବିତ ରାତିରେ ପିସିଆରରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଆମେ ଜାଣିଲେ କ’ଣ କରିପାରିବୁ। ସେମାନଙ୍କ ସହ ପାଟିତୁଣ୍ଡ କରି ଲାଭ ନାହିଁ। ସେମାନେ ଯାହା କରୁଛନ୍ତି କରନ୍ତୁ। ଏପରି କି କାର୍ଯ୍ୟାନୁଷ୍ଠାନ ନେବାକୁ କହିବାରୁ ପୋଲିସ କର୍ମଚାରୀଙ୍କ ଉତ୍ତର ଥିଲା, ଏହା ଆମ ଥାନା ଭିତରେ ଆସୁନି। ଯାଅ ଜିଆର୍‌ପି ଥାନାରେ କୁହ ବୋଲି ପୋଲିସ କର୍ମଚାରୀ ଜଣଙ୍କ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?