କଳା ପଲ୍ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ
କେନ୍ଦୁଝର,୫।୧୦(ଡି.ଏନ୍.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ୨...
ଭୁଜାଲି, ମାଉଜର ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ
ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ରାତିରେ ଏକ ଡକାୟତି ଦଳ...
ଶୁଳିଆ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ନୟାଗଡ଼ ଅଫିସ,୫।୧୦: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଦ୍ୱିତିକେଶ୍ୱର ମନ୍ଦିର ନିକଟସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ଶନିବାର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମର ଗୌରାଙ୍ଗ ସାହୁ(୨୭)। ପ୍ରକାଶଯୋଗ୍ୟ,...
ଚେନ୍ନାଇରୁ ଚୋରିକରି ଓଡ଼ିଶାରେ ଗିରଫ ହେଲେ ଯୁବକ
ଆନନ୍ଦପୁର,୫। ୧୦(ସ୍ବ.ପ୍ର.): ଚେନ୍ନାଇରୁ ଚୋରି କରିଥିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ଚେନ୍ନାଇ ପୋଲିସ ଗିରଫ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ଘସିପୁରା ଥାନା...
ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ ଘଟଣା: ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡାଦେଶ
ବାଲିଗୁଡ଼ା,୫।୧୦.(ଡି.ଏନ୍.ଏ.): ଜଣେ ଦିନମଜୁରିଆ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାରକରି ବାଲିଗୁଡ଼ା ଏସ୍ଡିଜେଏମ୍ ସୌମ୍ୟ ସ୍ବରୂପ ସାହୁ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମର ଅଭିଯୁକ୍ତ ବିରୁପାକ୍ଷ ଦଣ୍ଡିଆଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି।...
ପୋଲିସ୍ ଏନ୍କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ
କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍...
୨ ମୋଟରସାଇକେଲ ଲୁଟ୍, ଥାନାରେ ଅଭିଯୋଗ
ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ପ୍ରାଣୀ ଖାଦ୍ୟ କମ୍ପାନୀର କର୍ମଚାରୀ ଅଜିତ କୁମାର ମହନ୍ତ ନିଜ...
୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଛତ୍ରପୁର,୪ା୧୦(ଡି.ଏନ.ଏ.)- ଛତ୍ରପୁର ପୋଲିସ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ମିଲ୍ କତୁରୁ ଗଁ।ର ବି ସନ୍ତୋଷ ପାତ୍ର ଓରଫ ବୁଚି ପାତ୍ର।...
୩ ଜୁଆଆଡ୍ଡାରେ ଚଢାଉ, ୧୩ ଗିରଫ: ୪ ବାଇକ୍, ୨୪୩୨୦ ଟଙ୍କା ଜବତ
ଆସିକା,୪ା୧୦ (ଡି.ଏନ୍.ଏ.)- ଆସିକା ଥାନା ଇଲାକାର ବେଣିଆ, ନୂଆଗଁା ଓ ଦେବଭୂମି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ଗୁରୁବାର ରାତିରେ ପୋଲିସ ଚଢାଉ କରିଥିଲା। ଏଠାରୁ ୧୩ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଜୁଆଆଡ୍ଡାରୁ ୨୪ ହଜାର ୩୨୦ ଟଙ୍କା, ୪...
ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଖଇରା,୪।୧୦(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ ଭିଜିଲାନ୍ସ ଡିଏସ୍ପି ଏସ୍. କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ୍ ହେମ୍ବ୍ରମଙ୍କ ନେତୃତ୍ୱରେ...
କାର କାଚ ଭାଙ୍ଗି ଲୁଟ୍ ଘଟଣା, ୪ ଗିରଫ
କଟକ ରୋଡ,୪ା୧୦(ଡି.ଏନ୍.ଏ) : କାର କାଚ ଭାଙ୍ଗି ଲୁଟ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ବିକାଶ ନାଳି, କେନ୍ଦୁଝରର ରୁଦ୍ର ମିଶ୍ର, ପୁରୀ ମାର୍କଣ୍ଡେଶ୍ୱର...
ଟ୍ରକ୍ ଚାଳକଙ୍କ ଉନ୍ମତ୍ତକାଣ୍ଡ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବା ଉଦ୍ୟମ
ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଦେଇ ଯାଇଥିବା ୫୭ନଂ. ଜାତୀୟ ରାଜପଥ-୫୭ରେ ଗୁରୁବାର ଜଣେ ଟ୍ରକ୍ ଚାଳକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ୨ ବାଇକ୍ ସମେତ ପୋଲିସ ଚେକ୍ପୋଷ୍ଟ ଭାଙ୍ଗି ଚୂରମାର୍ ହୋଇଯାଇଛି।...
Archives


