ଅପରାଧ

ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ

ଦଶମନ୍ତପୁର,୩୧ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା ଗ୍ରାମର ଟିଟିଝୋଲା ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା ପରେ ପୋତି…

ସଫା କରିବା ବାହାନାରେ ଚେନ୍‌, କାନଫୁଲ ଲୁଟ୍‌

ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ କାନଫୁଲ ନେଇ ଚମ୍ପଟ ମାରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଯୁବକ…

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ

କୋଟଗଡ଼,୨୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ ଚର୍ଚ୍ଚିତ ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଦୁଇ ସୁପାରି କିଲରଙ୍କ ସମେତ ମୁଖ୍ୟ…

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼: ୩ ଗିରଫ

କଣ୍ଟାପଡ଼ା, ୨୯ା୧୨(ଡି.ଏନ୍‌.ଏ.): ଅଡ଼ଶପୁରସ୍ଥିତ କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଡ଼ଶପୁର ଗ୍ରାମର ସ୍ମୃତିରଞ୍ଜନ ସାହୁ ଓରଫ ରମଣ, କଟକ ସଦର…

ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ହେଲେ ନିବେଦିତା ଦେ(୨୦)। ସୂଚନାନୁଯାୟୀ,…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଅପରାହ୍ନ ସାଢ଼େ ୩ଟା ସମୟରେ ସେ ଡାବୁଗାଁଠାରେ…

ପ୍ରେମିକଙ୍କ ସହ ମିଶି ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ତ୍ରୀଙ୍କ ସହ ୪ ଗିରଫ

ବଣାଇ, ୨୭।୧୨ (ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ସଂଘଟିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଗତ ୧୯ ତାରିଖରେ ବଣାଇ ଅଞ୍ଚଳର ଅନିଲ ମୁଣ୍ଡାଙ୍କୁ କେନ୍ଦ୍ରୀକଳା ଜଙ୍ଗଲରେ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା…

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ମାଳି, ୪ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଉଦଳା,୨୭।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗ ମାଳି ଉଦ୍ଧବ ବେହେରା। ଶୁକ୍ରବାର ଉଦ୍ଦବଙ୍କ ୪ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ାଉ କରିଛି। କପ୍ତିପଦା ବ୍ଲକ ବଡ଼ାମପଦାସ୍ଥିତ ବାସଭବନ ସମେତ ଶ୍ୱଶୁର ଘର ନୁଦଡ଼ିହା,…

ବ୍ୟବସାୟୀଙ୍କଠାରୁ ଲୁଟେରା ଝାମ୍ପିନେଲେ ଦେଢ଼ ଲକ୍ଷ ଟଙ୍କା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ସ୍ଥିତ ଆଲ୍ହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଶୁକ୍ରବାର ପୂର୍ବାହ୍ନରେ କଳା ପଲସରରେ ଆସି ଜଣେ ବ୍ୟବସାୟୀଙ୍କଠାରୁ ଦୁଇ ଲୁଟେରା ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ମଞ୍ଜୁରୀରୋଡ୍‌ର ବ୍ୟବସାୟୀ ଶଙ୍କର୍ଷଣ…

ଅନିଲ ଜେନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ଖଣି ମାଫିଆ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫେରାର ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡିଲେ ଜଣେ ଖଣି ମାଫିଆ। ସେ ହେଲେ ଖୋର୍ଦ୍ଧା କୁମାରବସ୍ତ ଅଞ୍ଚଳର ରାଜେଶ ବରାଳ ଓରଫ ପିଣ୍ଟା। ସେ ଖୋର୍ଦ୍ଧା ଚୋରା ପଥର ଚାଲାଣ ମାମଲାରେ…

ଏୟାରପୋର୍ଟ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ନାବାଳକ/ସାବାଳକ ସେ ନେଇ…

୪୦ ଗ୍ରାମ ବ୍ରାଉନସୁଗାର, ୧.୧୦ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଜିଲା ଜଟଣୀ ଥାନା ପୋଲିସ ଓ କୁଇକ୍‌ ଆକ୍ସନ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କୁଦୁପୁର ଛକରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri