ଅପରାଧ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ: ୨ ଅଟକ

ରସୁଲପୁର,୨୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ମଙ୍ଗଳବାର ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୋମବାର ସନ୍ଧ୍ୟାରେ...

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଜୁଆଡି ଗିରଫ

ଜୟପୁର,୨୬।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବୈରାଗୀମଠ ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଏଥିରେ ପୋଲିସ ୮ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ...

ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।...

ନକଲି ଜର୍ଦ୍ଦା କାରଖାନା ଠାବ: ଜଣେ ଗିରଫ

ଭଦ୍ରକ ଅଫିସ, ୨୫ା୧୧- ଭଦ୍ରକ ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ମିର୍ଜାପୁର ଚିଡ଼ିଆମାରପଦାରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ସେଠାରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସମେତ ପ୍ରସ୍ତୁତ ସାମଗ୍ରୀ ଜବତ...

ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପାର ମୁକୁଟ,...

ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର

ଭୁବନ,୨୫।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ (ବି) ଗ୍ରାମର ବାଳକୃଷ୍ଣ ପରିଡ଼ାଙ୍କ ଝିଅ ବନିତା ରାଉତ (୨୩)। ବନିତା ମେ...

୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ: ଲୁଟେରାଙ୍କ ସୁରାକ ପାଉନି ପୋଲିସ

ପଟ୍ଟାମୁଣ୍ଡାଇ,୨୫।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବ୍ରାହ୍ମଣୀ ବନ୍ୟା ସୁରକ୍ଷା ବନ୍ଧର ବକ୍ତାରପୁର କେନାଲ ପୋଲ ନିକଟରୁ ରବିବାର ଅପରାହ୍ନ ୧ଟା ବେଳେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରାଜନଗର ମଦ ଦୋକାନ କର୍ମଚାରୀ ସନାତନ ବିଶ୍ୱାଳଙ୍କଠାରୁ ୨ଲକ୍ଷ ୮୭ ହଜାର ଟଙ୍କା...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼: ଜଣେ ଗୁରୁତର, ଦୁଇ ଅଟକ

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ପାତ୍ରପଡ଼ା ଗ୍ରାମର ଧରଣୀଧର ସାହୁ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ କିଛି ଯୁବକ...

ଜୁଆ ଆଡ୍ଡାରେ ଚଢାଉ: ୮ କୋର୍ଟଚାଲାଣ

ସୁନ୍ଦରଗଡ଼,୨୪।୧୧(ଡି.ଏନ୍‌ଏ.): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଲିଆ ଚକ୍ରାମାଲ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ଚଢାଉ କରଛି। ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହିତ ନଗଦ ୨୪ ହଜାର...

ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ ୨ ବାଇକ୍‌ ଜବତ କରିଛି। ବନାଞ୍ଚଳ ସୂତ୍ରରୁ ପ୍ରକାଶ, ହଣ୍ଡପା ବନାଞ୍ଚଳରୁ ୭ଫୁଟ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଯୋଡ଼ା ଥାନାରେ ଅଭିଯୋଗ

ଯୋଡ଼ା, ୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ତଥା ସହରର ୭ନଂ ଓ୍ବାର୍ଡସ୍ଥିତ କମାରଯୋଡାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...

ନାଚ ଶିଖାଇ ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ: ୪ ଅଟକ

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିବା ପୀଡିତାଙ୍କ ବାପା ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏକ ଅପେରା ପାର୍ଟିର ଡ୍ୟାନ୍ସ ମାଷ୍ଟର ନାଚ ଶିଖାଇ ଦେବାର ପ୍ରଲୋଭନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri