ଗୋଲ୍ଡେନ୍‌ ବାବାଙ୍କ ଠକେଇ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବାବାଙ୍କ ଅମାପ ସମ୍ପତ୍ତି ଖୋଳତାଡ଼ କରିବା ସହ ତାଙ୍କ ଆପରାଧିକ ସାମ୍ରାଜ୍ୟର ଖୁଲାସା ହେବ। ବାବା ନାନା ଉପାୟରେ ଲୋକଙ୍କୁ ଠକି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ। ଠକେଇ ପଇସାରେ ହାତ, ବେକରେ ଗଦାଗଦା ସୁନା ତାଙ୍କୁ ଗୋଲ୍‌ଡେନ୍‌ ବାବାରେ ପରିଣତ କରିଥିଲା। ଗିରଫ ହେବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଆପରାଧିକ ପେଡି ପଦାକୁ ଆସିଥିଲା। ପୂର୍ବରୁ କ୍ରାମମ୍‌ବ୍ରାଞ୍ଚ ଏହି ମାମଲାର ଖୋଳତାଡ଼ କରୁଥିଲା। ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିଲା। କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ଠାଣେ, ମୁମ୍ବାଇ ଭଳି ହାଇଟେକ୍‌ ସହରରେ ମଧ୍ୟ ନିଜ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିଲେ ଗୋଲ୍ଡେନ୍‌ ବାବା। ସେଠାରେ ମଧ୍ୟ ବ୍ୟବସାୟୀମାନଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଇଥିଲେ। ଶହଶହ କୋଟି ଟଙ୍କାର ଋଣ କରାଇଦେବାକୁ କହି ବିଭିନ୍ନ କମ୍ପାନୀଠାରୁ ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କା ଲୁଟିଥିଲେ। ଠକେଇର ତରିକା ପୂରା ଏକାଭଳି ଥିଲା। ଓଡ଼ିଶାରେ ଯେଉଁ ତରିକା ଆପଣାଇ ଲୋକଙ୍କୁ ଠକୁଥିଲେ, ରାଜ୍ୟ ବାହାରେ ମଧ୍ୟ ସମାନ ଢଙ୍ଗରେ ଟଙ୍କା ଲୁଟୁଥିଲେ। ପ୍ରଥମେ ବ୍ୟବସାୟୀମାନଙ୍କୁ କୋଟି କୋଟି ଟଙ୍କାର ଫାଇନାନ୍ସ କରିବା ପାଇଁ ଲୋଭ ଦେଖାଉଥିଲେ। ଦେହରେ ଅମାପ ସୁନାଗହଣା ପିନ୍ଧିବା ସହ ଦାମୀ ଗାଡ଼ି ଚଢି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ଏପରି କି ନିଜେ ୩ଶହ କୋଟି ଟଙ୍କାର ଆୟ କର ଦେଉଥିବା ନେଇ ଜାଲ୍‌ କାଗଜପତ୍ର ବନାଇଥିଲେ। ତାହାକୁ କମ୍ପାନୀ କର୍ତ୍ତୃପକ୍ଷ ଓ କୋଟିପତି ଲୋକଙ୍କୁ ଦେଖାଇ ଲକ୍ଷ୍ୟ ହାସଲ କରୁଥିଲେ।
ତଦନ୍ତବେଳେ ଗୋଲ୍‌ଡେନ୍‌ ବାବାଙ୍କ ଏସବୁ କାରନାମାର ପର୍ଦ୍ଦାଫାଶ ହୋଇଥିଲା। କେନ୍ଦୁଝରର ଗୋଟିଏ ସଂସ୍ଥାକୁ ୧୧୦ କୋଟି ଟଙ୍କା ଫାଇନାନ୍ସ କରାଇଦେବା ପ୍ରତିଶ୍ରୁତି ଦେଇଥିଲେ ବାବା। ୧୨ କୋଟିର ଆଡ୍‌ଭାନ୍ସ ଚେକ୍‌ର ତାରିଖ ବଦଳାଇ ଟଙ୍କା ଚଳୁ କରିବାକୁ ଉଦ୍ୟମ କରୁଥିବାବେଳେ କମିଶନରେଟ ପୋଲିସ ହାତରେ ଧରାପଡି ଗିରଫ ହୋଇଥିଲେ। କେବଳ ବ୍ୟବସାୟୀ କିମ୍ବା କମ୍ପାନୀ ମାଲିକ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ଚୂନ ଲଗାଇ ଠକେଇ ଟଙ୍କାରେ ନେତା ବନିବା ପାଇଁ ସ୍ବପ୍ନ ଦେଖିଥିଲେ ଗୋଲ୍ଡେନ୍‌ ବାବା। ଏପରି କି ଉକ୍ତ ଠକେଇ ଟଙ୍କାରୁ କିଛି ସେ ରହୁଥିବା ଅଞ୍ଚଳର ଲୋକଙ୍କୁ ବାଣ୍ଟୁଥିଲେ। ବହୁ ନେତା ମନ୍ତ୍ରୀଙ୍କ ସଭାରେ ଅତିଥି ଭାବେ ଯୋଗଦେଇ ଅନ୍ୟମାନଙ୍କ ନଜରକୁ ଆସୁଥିଲେ। ଏପରିକି ବିଧାୟକ, ମେୟରଙ୍କ ସହ ତାଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ସେ ଭୁବନେଶ୍ୱର(ଉତ୍ତର) ବିଧାୟକ ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ନେଇ ମଧ୍ୟ ସେତେବେଳେ ଚର୍ଚ୍ଚା ହୋଇଥିଲା। ସେଥିପାଇଁ ଜୟଦେବବିହାରରୁ ପଟିଆ ପର୍ଯ୍ୟନ୍ତ ପୋଷ୍ଟର ଲଗାଇ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରିଥିଲେ। କିନ୍ତୁ କମିଶନରେଟ ପୋଲିସ ଗିରଫ କରି ତାଙ୍କ ସବୁ ସ୍ବପ୍ନକୁ ଭାଙ୍ଗି ଛାରଖାର କରିଦେଇଥିଲା। ଏବେ ଇଡି ତାଙ୍କ ସମ୍ପତ୍ତିର ଖୋଳତାଡ଼ କରିବା ପରେ ଠକେଇ ଟଙ୍କାରେ ସେ କେତେକ’ଣ କଳାଧନ ଜମାଇଥିଲେ ତାହା ଜଣାପଡିବ। ତେବେ ଇତିମଧ୍ୟରେ ଗୋଲ୍‌ଡେନ୍‌ ବାବାଙ୍କ ନାମରେ ଥିବା କିଛି ସମ୍ପତ୍ତିର ମାଲିକାନା ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ଏଥିରେ ସତ୍ୟତା ଥିବା ଜଣାପଡିଲେ ଉକ୍ତ ସମ୍ପତ୍ତିକୁ ମଧ୍ୟ ଜବତ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri