ଗୋଲ୍ଡେନ୍‌ ବାବାଙ୍କ ଠକେଇ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବାବାଙ୍କ ଅମାପ ସମ୍ପତ୍ତି ଖୋଳତାଡ଼ କରିବା ସହ ତାଙ୍କ ଆପରାଧିକ ସାମ୍ରାଜ୍ୟର ଖୁଲାସା ହେବ। ବାବା ନାନା ଉପାୟରେ ଲୋକଙ୍କୁ ଠକି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ। ଠକେଇ ପଇସାରେ ହାତ, ବେକରେ ଗଦାଗଦା ସୁନା ତାଙ୍କୁ ଗୋଲ୍‌ଡେନ୍‌ ବାବାରେ ପରିଣତ କରିଥିଲା। ଗିରଫ ହେବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଆପରାଧିକ ପେଡି ପଦାକୁ ଆସିଥିଲା। ପୂର୍ବରୁ କ୍ରାମମ୍‌ବ୍ରାଞ୍ଚ ଏହି ମାମଲାର ଖୋଳତାଡ଼ କରୁଥିଲା। ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିଲା। କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ଠାଣେ, ମୁମ୍ବାଇ ଭଳି ହାଇଟେକ୍‌ ସହରରେ ମଧ୍ୟ ନିଜ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିଲେ ଗୋଲ୍ଡେନ୍‌ ବାବା। ସେଠାରେ ମଧ୍ୟ ବ୍ୟବସାୟୀମାନଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଇଥିଲେ। ଶହଶହ କୋଟି ଟଙ୍କାର ଋଣ କରାଇଦେବାକୁ କହି ବିଭିନ୍ନ କମ୍ପାନୀଠାରୁ ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କା ଲୁଟିଥିଲେ। ଠକେଇର ତରିକା ପୂରା ଏକାଭଳି ଥିଲା। ଓଡ଼ିଶାରେ ଯେଉଁ ତରିକା ଆପଣାଇ ଲୋକଙ୍କୁ ଠକୁଥିଲେ, ରାଜ୍ୟ ବାହାରେ ମଧ୍ୟ ସମାନ ଢଙ୍ଗରେ ଟଙ୍କା ଲୁଟୁଥିଲେ। ପ୍ରଥମେ ବ୍ୟବସାୟୀମାନଙ୍କୁ କୋଟି କୋଟି ଟଙ୍କାର ଫାଇନାନ୍ସ କରିବା ପାଇଁ ଲୋଭ ଦେଖାଉଥିଲେ। ଦେହରେ ଅମାପ ସୁନାଗହଣା ପିନ୍ଧିବା ସହ ଦାମୀ ଗାଡ଼ି ଚଢି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ଏପରି କି ନିଜେ ୩ଶହ କୋଟି ଟଙ୍କାର ଆୟ କର ଦେଉଥିବା ନେଇ ଜାଲ୍‌ କାଗଜପତ୍ର ବନାଇଥିଲେ। ତାହାକୁ କମ୍ପାନୀ କର୍ତ୍ତୃପକ୍ଷ ଓ କୋଟିପତି ଲୋକଙ୍କୁ ଦେଖାଇ ଲକ୍ଷ୍ୟ ହାସଲ କରୁଥିଲେ।
ତଦନ୍ତବେଳେ ଗୋଲ୍‌ଡେନ୍‌ ବାବାଙ୍କ ଏସବୁ କାରନାମାର ପର୍ଦ୍ଦାଫାଶ ହୋଇଥିଲା। କେନ୍ଦୁଝରର ଗୋଟିଏ ସଂସ୍ଥାକୁ ୧୧୦ କୋଟି ଟଙ୍କା ଫାଇନାନ୍ସ କରାଇଦେବା ପ୍ରତିଶ୍ରୁତି ଦେଇଥିଲେ ବାବା। ୧୨ କୋଟିର ଆଡ୍‌ଭାନ୍ସ ଚେକ୍‌ର ତାରିଖ ବଦଳାଇ ଟଙ୍କା ଚଳୁ କରିବାକୁ ଉଦ୍ୟମ କରୁଥିବାବେଳେ କମିଶନରେଟ ପୋଲିସ ହାତରେ ଧରାପଡି ଗିରଫ ହୋଇଥିଲେ। କେବଳ ବ୍ୟବସାୟୀ କିମ୍ବା କମ୍ପାନୀ ମାଲିକ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ଚୂନ ଲଗାଇ ଠକେଇ ଟଙ୍କାରେ ନେତା ବନିବା ପାଇଁ ସ୍ବପ୍ନ ଦେଖିଥିଲେ ଗୋଲ୍ଡେନ୍‌ ବାବା। ଏପରି କି ଉକ୍ତ ଠକେଇ ଟଙ୍କାରୁ କିଛି ସେ ରହୁଥିବା ଅଞ୍ଚଳର ଲୋକଙ୍କୁ ବାଣ୍ଟୁଥିଲେ। ବହୁ ନେତା ମନ୍ତ୍ରୀଙ୍କ ସଭାରେ ଅତିଥି ଭାବେ ଯୋଗଦେଇ ଅନ୍ୟମାନଙ୍କ ନଜରକୁ ଆସୁଥିଲେ। ଏପରିକି ବିଧାୟକ, ମେୟରଙ୍କ ସହ ତାଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ସେ ଭୁବନେଶ୍ୱର(ଉତ୍ତର) ବିଧାୟକ ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ନେଇ ମଧ୍ୟ ସେତେବେଳେ ଚର୍ଚ୍ଚା ହୋଇଥିଲା। ସେଥିପାଇଁ ଜୟଦେବବିହାରରୁ ପଟିଆ ପର୍ଯ୍ୟନ୍ତ ପୋଷ୍ଟର ଲଗାଇ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରିଥିଲେ। କିନ୍ତୁ କମିଶନରେଟ ପୋଲିସ ଗିରଫ କରି ତାଙ୍କ ସବୁ ସ୍ବପ୍ନକୁ ଭାଙ୍ଗି ଛାରଖାର କରିଦେଇଥିଲା। ଏବେ ଇଡି ତାଙ୍କ ସମ୍ପତ୍ତିର ଖୋଳତାଡ଼ କରିବା ପରେ ଠକେଇ ଟଙ୍କାରେ ସେ କେତେକ’ଣ କଳାଧନ ଜମାଇଥିଲେ ତାହା ଜଣାପଡିବ। ତେବେ ଇତିମଧ୍ୟରେ ଗୋଲ୍‌ଡେନ୍‌ ବାବାଙ୍କ ନାମରେ ଥିବା କିଛି ସମ୍ପତ୍ତିର ମାଲିକାନା ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ଏଥିରେ ସତ୍ୟତା ଥିବା ଜଣାପଡିଲେ ଉକ୍ତ ସମ୍ପତ୍ତିକୁ ମଧ୍ୟ ଜବତ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri