ଅପରାଧ

ବେଆଇନ ବାଲି ଗାଡିକୁ ଅଟକାଇଲା ପୋଲିସ

ବନ୍ତ, ୨୧।୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ୍‌ ସମୟରେ କେନ୍ଦୁଝର ଜିଲାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଆଇନ ବାଲି ଗାଡିକୁ ନନ୍ଦିପଦା ପୋଲିସ ଅଟକ ରଖିଛି। ମଙ୍ଗଳବାର ଭୋର ସମୟରେ କେନ୍ଦୁଝର ଜିଲାର ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ବୋଝେଇ ଗାଡିଗୁଡିକ ଭଦ୍ରକ ଜିଲାକୁ…

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସ୍ବାମୀ ରବୀନ୍ଦ୍ର ବେହେରାଙ୍କୁ ବିଶ୍ୱନାଥ ବେହେରା ଓ…

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରିମାସ ତଳେ ହୋଇଥିଲା ବିବାହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଦ୍ରକ ଅଫିସ,୧୯।୪ – ରବିବାର ଅପରାହ୍ନରେ ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁରେ ଜଣେ ନବବିବାହିତା ମହିଳା ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ (୨୮)। ସେ…

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୧୯।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ଜଙ୍ଗଲ ଭିତରେ ମଦ ଭାଟି କରି ମଦ ପ୍ରସ୍ତୁତ କରୁଛନ୍ତି। ତେଣୁ ଜି.ଉଦୟଗିରି ପୋଲିସ…

କାଳି ମନ୍ଦିରରେ ତାଲା ଭାଙ୍ଗି ଲୁଟ୍‌: ମା’ଙ୍କ ଟଙ୍କା,ସୁନା, ରୁପା ନେଇଗଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ

ପାଟପୁର,୧୯।୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଳାସପୁର କାଳୀ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସାରା ଅଞ୍ଚଳରେ ଲକ୍‌ଡାଉନ୍‌ ଚାଲିଥିବା ସମୟରେ ମନ୍ଦିର ଗୁଡିକ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି…

କୁକୁଡ଼ା ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼: ଜଣେ ଗୁରୁତର; ୬ ଆହତ, ୨ଅଟକ

ଭଦ୍ରକ ଅଫିସ,୧୯ା୪: କୁକୁଡ଼ା ଚୋରି ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଉଭୟ ପକ୍ଷର ଜଣେ ଗୁରୁତର ଏବଂ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମଞ୍ଚଳ…

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୪(ନି.ପ୍ର)- ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଶୁଣାଇଛନ୍ତି।…

ଜୁଆ ଆଡ୍ଡାରୁ ୮ ଗିରଫ

ଆସିକା,୧୮ା୪(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କଲେଜଛକ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟାହ୍ନରେ ପୋଲିସ ଚଢାଉ କରି ୮ଜଣଙ୍କୁ ଗିରଫ କରିଛି। ସେଠାରୁ ୧୨,୫୦୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା…

ବିଡିଓ, ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ, ୩ ଅଟକ

ଯାଜପୁର ଅଫିସ,୧୮ା୪: ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଶନିବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର…

ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି । ଘଟଣା ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ…

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଗଗନ ବିହାରୀ ବେହେରା(୬୦)। ତେବେ ତାଙ୍କୁ କେହି ହତ୍ୟା କରି ଶଙ୍ଖ…

ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ

ଠାକୁରମୁଣ୍ଡା,୧୬ା୪(ଡି.ଏନ୍‌.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍‌ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ ୨୦/୩୦ ଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ପୋଲିସ ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri