ବିଡିଓ, ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ, ୩ ଅଟକ

ଯାଜପୁର ଅଫିସ,୧୮ା୪: ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଶନିବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାସ କରୋନା ସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସମ୍ପର୍କରେ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ। ତାଙ୍କ ସହ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସହ ରସୁଲପୁର ବିଡିଓ, ତହସିଲଦାର ଓ କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ବାଇଁ ପ୍ରମୁଖ ପରିଦର୍ଶନରେ ଯାଇଥିଲେ। ତେବେ ଗୋପୀନାଥପୁରଠାରେ ୩ ଜଣ ଅଜଣା ଯୁବକ ମୋଟରସାଇକେଲରେ ଦ୍ରୁତ ଗତିରେ ବିନା ମାସ୍କରେ ଯାଉଥିବା ବେଳେ ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟକାଇଥିଲେ। ସେମାନେ ନ ଅଟକି ତୀବ୍ର ଗତିରେ ଗାଁକୁ ପଶି ଯାଇଥିଲେ। ଉଭୟ ଅଧିକାରୀ ଗାଁକୁ ଯାଇ ସେମାନଙ୍କୁ ବିନା ମାସ୍କରେ କାହିଁକି ବୁଲୁଛ ବୋଲି ଦାଗିଦ୍‌ କରି ଫାଇନ୍‌ କାଟିବାକୁ କହିଥିଲେ। ପରେ ୫୦/୬୦ ବ୍ୟକ୍ତି ସଂଘବଦ୍ଧ ଭାବେ ଦୁଇ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଜିଲାପାଳ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବାରୁ ଆଇନ ଉଲ୍ଲଂଘନକାରୀମାନେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ। ତେବେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ ପୋଲିସ ପହଞ୍ଚିବାରୁ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ରାଜନ ଖାଁ, ପରଭେଜ୍‌ ଖାଁ, ସୋଫିଆନ ରାଜ୍‌ ଖାଁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଏ ସମ୍ପର୍କରେ ଏସ୍‌ପି ଚରଣ ସିଂ ମିନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri