ଅପରାଧ

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ୩ ଜଣଙ୍କୁ ଧରିଲା ପୋଲିସ, ୪ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ , ୨୧।୫ : ଗଞ୍ଜାମ ଜିଲା ବ୍ରହ୍ମପୁର ଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ବାଳସୁଧାର ଗୃହ ରହିଛି । ତେବେ ଗତ ୩ ଦିନ ତଳେ ଉକ୍ତ ବାଳାଶ୍ରମରେ ରହୁଥିବା ପ୍ରାୟ…

ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ପଞ୍ଚାୟତ ଅଧୀନ ତେଲୁଗୁନୂଆଗାଁର ବାପି ଦାସ…

ପୋଡ଼ାଡିହ ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଭାଇରାଲ ହେଉଛି ଭିଡିଓ

ଖୋର୍ଦ୍ଧା ଅଫିସ,୨୧।୫ : ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗାଁ ଦାଣ୍ଡରେ ଉପରେ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ: ଚେକ୍‌ ଇସ୍ୟୁ କରିବା ପାଇଁ ୧୪ ହଜାର ଲାଞ୍ଚ ମାଗିଥିଲେ

ବରଗଡ଼ ଅଫିସ, ୧୯।୫: ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ମଙ୍ଗଳବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏନ୍‌ଏସି ଅଫିସରେ ଭଡ଼ାରେ ଲାଗିଥିବା ଏକ ବୋଲେରୋ ଗାଡିର ବକେୟା ଦେୟ ବାବଦକୁ ଏକ…

ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ୩ଟି ଗେଟର ତାଲା ଭାଙ୍ଗି ମା’ ଠାକୁରାଣୀ ପରିଧାନ କରିଥିବା ସମସ୍ତ…

ଶାବଳରେ ଭୁସି ବୃଦ୍ଧ ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଫେରାର

ଚୌଦ୍ୱାର,୧୭।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତର ଆଦିବାସୀ ବହୁଳ କଙ୍କାଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ପୁଅ ଶାବଳ ଭୁସିଦେବା ହେତୁ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାଉତ ହେମ୍ରମ(…

ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ ଛେଉଣ୍ଡ ହୋଇଗଲା ସେମିତି ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି ମୃତ ସତ୍ୟଙ୍କ ସ୍ତ୍ରୀ…

ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୧୬ା୫: ଏକ ହତ୍ୟା ମାମଲାର ସାକ୍ଷୀଙ୍କୁ ଆକ୍ରମଣ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶନିବାର ସଦର ଥାନା ରୋହିଗାଁର ଆକ୍ରମଣର ଶିକାର ହୋଇଥିବା ପରିବାରବର୍ଗ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ୧୦ ତାରିଖରେ ଗଞ୍ଜାମ…

ଚିଲିକାରେ ଡଙ୍ଗା ଯୋଗେ ପୁରୀ ଜିଲାକୁ ହେଉଛି ଚାଲାଣ: ରମ୍ଭା ପୋଲିସର ଚଢ଼ାଉ; ୨ହଜାର ଲିଟର ଦେଶୀ ମଦ ଜବତ,୮ ଗିରଫ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚିଲିକାରେ ଡ଼ଙ୍ଗା ଯୋଗେ ଗଞ୍ଜାମ ଜିଲାରୁ ପୁରୀ ଜିଲାର ପାରିକୁଦ ଅଞ୍ଚଳକୁ ଚୋରା ମଦ ବିକ୍ରି ପାଇଁ ଚାଲାଣ ବେଳେ ଶନିବାର ରମ୍ଭା ପୋଲିସ ଚଢ଼ାଉ କରି ଜବତ କରିଛି। ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯିବା…

ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ମିଳିଛି। ମୃତକ ହେଲେ କଣିହାଁ ଥାନା କାକୁଡ଼ିଆ ଗ୍ରାମର ରୁଲୁ…

ଭଲପାଇ ପ୍ରତାରଣା ଅଭିଯୋଗ: ଯୁବକ କୋର୍ଟଚାଲାଣ

ଭଣ୍ଡାରିପୋଖରୀ, ୧୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଅଞ୍ଚଳର ଜନୈକ ଯୁବତୀଙ୍କୁ ମନୋହରପୁର ଗ୍ରାମର ବିଶ୍ୱଜିତ ପଲେଇ ୨୦୧୭ ମସିହାରୁ ଭଲପାଇ ଆସୁଥିଲେ। ଯୁବତୀଙ୍କ ସହ ସମ୍ପର୍କ ରଖିବା ପରେ ବିଶ୍ୱଜିତ୍‌ ତାଙ୍କୁ ଧୋକା ଦେଇଥିବା ନେଇ ଗୁରୁବାର ରାତିରେ…

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏହି କଟକଣାକୁ ଉଲ୍ଲଂଘନ କରି ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ ବେଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri