ଅପରାଧ

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ…

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ…

ସହର, ଉପାନ୍ତ ଅଞ୍ଚଳରେ ବଢୁଛି ଅପରାଧ

କେନ୍ଦ୍ରାପଡ଼ା ଅଫିସ,୬ା୬: କେନ୍ଦ୍ରାପଡ଼ା ଜିଲା ଦୀର୍ଘ ଦୁଇ ଦଶନ୍ଧି ଧରି ଅପରାଧ ପ୍ରବଣ ହେବାରେ ଲାଗିଛି। ଏହି ସମୟ ଅବଧିରେ ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଉତ୍କଟରୂପ ଧାରଣ କରିଥିବା ବେଳେ ସହର ଓ ଉପାନ୍ତ ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। କ୍ରମାଗତ…

ଫ୍ରିଜ୍‌ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼

ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍‌ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ସିସିଟିଭିରେ ଏହି ଦାଦାଗିରିର ଦୃଶ୍ୟ ରହିଛି। ଦୋକାନ ମାଲିକ ଚିନ୍ମୟ ବିଶ୍ୱାଳ ଚନ୍ଦ୍ରଶେଖରପୁର ଥାନାରେ…

ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି…

ବଳାତ୍କାର ଉଦ୍ୟମରେ ବିଫଳ ହେବାରୁ ବୃଦ୍ଧାଙ୍କ ପ୍ରାଇପାର୍ଟରେ ଛୁରି ଭୁସିଲେ ଯୁବକ

ଜୟପୁର,୫ା୬: ରାଜସ୍ଥାନର ଡୁଙ୍ଗରପୁର ଜିଲାରୁ ଏକ ଅମାନବୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଦନିଶାରେ ଜଣେ ଯୁବକ ପଡ଼ୋଶୀ ବୃଦ୍ଧାଙ୍କୁ ବଳାତ୍କାର ଉଦ୍ୟମ କରି ଏଥିରେ ବିଫଳ ହେବାରୁ ରାଗରେ ବୃଦ୍ଧାଙ୍କ ପ୍ରାଇଭେଟ ପାର୍ଟରେ ଚୁରି ଭୁସି ହତ୍ୟା କରିଛନ୍ତି।…

ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ୧୧ଦିନ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।…

ଯୁବତୀଙ୍କୁ ଅପରହଣ, ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ବଡ଼ବିଲ,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଟ୍‌ବ୍ୟାଙ୍କ ନିକଟସ୍ଥ ଏକ ଜେରକ୍ସ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିବା ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ…

ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ

ଭୁବନେଶ୍ୱର,୩।୬(ବ୍ୟୁରୋ): ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ। ଯିଏ ଦାଦାବଟି ଦେଉ ନ ଥିଲେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ। ଏପରିକି ଖଣ୍ଡା ଭୁଜାଲି ଧରି ଏହାର ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ସେସବୁକୁ ସୋସିଆଲ ମିଡିଆରେ…

ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏମାନେ ଦେଶୀ ମଦ ମଧ୍ୟରେ ହାଣ୍ଡିଆ,…

ଛତିଶଗଡ଼ରୁ ଅଭିଯୁକ୍ତ ଉମେଶ ସୁଧାକର ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳରେ ଥିବା ଏକ ଘରୋଇ କଲେଜର ମହିଳା ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ବଳାତ୍କାର ମାମଲାରେ ଫେରାର ଥିବା ଅଭିଯୁକ୍ତ ଉମେଶ ସୁଧାକର ଧରାପଡ଼ିଛନ୍ତି। ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍‌ ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ରାୟପୁରରୁ ତାଙ୍କୁ…

ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?