ଅପରାଧ

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୧୬।୭(ସ୍ବ.ପ୍ର)- କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳର ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଏହି ଘଟଣାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ ।…

ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍‌ସିଏଲ୍‌ରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି ।…

ଆଇଆଇସି ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୋନପୁର କାର୍‌ ଦୁର୍ଘଟଣା ମାମଲାରେ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଆଇସି ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ତାଙ୍କୁ ଶନିବାର ନିଲମ୍ବିତ କରିଥିବା ଜଣାପଡ଼ିଛି। କହିରଖୁଛୁ, ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ…

ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି କରି ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ,୧୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ଓ ସାପୁଆପଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଟିଭି, କମ୍ପ୍ୟୁଟର ଡେସ୍କଟପ୍‌, ଇନ୍‌ଭର୍ଟର ଆଦି ଚୋରି ସହ ଗଣ୍ଡଳା ଛକରେ ଗୋଟିଏ ଘରର ତାଲା ଭାଙ୍ଗି ଚୋରି ଅଭିଯୋଗରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ…

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍‌କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ। ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ…

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା(୨୯)ଙ୍କ ବିବାହ ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଜୁନ ୧୮ ତାରିଖରେ ସୋମାଲିକା…

ସ୍ତ୍ରୀଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ସ୍ବାମୀ

ଢେଙ୍କାନାଳ ଅଫିସ,୧୫ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ ନାକଫୋଡ଼ି ମାଝି ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ସଚଳାଙ୍କୁ ଶୁକ୍ରବାର ସକାଳେ କଟୁରିରେ ହାଣିଦେଇଛନ୍ତି। ଶରୀରରୁ ମୁଣ୍ଡକୁ ଅଲଗା କରି କଟାମୁଣ୍ଡ ଏବଂ କଟୁରି ଧରି ଗ୍ରାମଠାରୁ ୧୨ କିଲୋମିଟର…

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ

ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି ବ୍ୟାଗ୍‌ ଉପରେ ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟା ନାଭି କଟା ଯାଇ…

ଭିଜିଲାନ୍ସ ଜାଲରେ ଆଇଆଇସି

ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ ଲିମରାଜ ପ୍ରଧାନ ଏକ ପୁରୁଣା କେସ୍‌କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦…

ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା…

ଝାରପଡ଼ା ଜେଲରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ମୀର ସଇରୁଦ୍ଦିନ। ସକାଳେ ସେ ଜେଲ ୱାର୍ଡରେ ବୁଲାବୁଲି କରୁଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?