ଅପରାଧ

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ

ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ…

ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ଘଟଣା: ନୟାଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯ା୬ (ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ସିମ୍‌ କାର୍ଡର ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୂଆଗାଁ ଥାନା ଅଞ୍ଚଳର…

ଝିକିଝିକି ଗଣହତ୍ୟା ମାମଲା: ଆଖିବୁଜିଲେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ, ୪ ଜଣଙ୍କୁ ମାରି ଜେଲ୍‌ ଯାଇଥିଲେ

ବରଗଡ଼ ଅଫିସ,୭ା୬: ବରଗଡ଼ ଜିଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଗତ ମେ’ ୨୩ରେ ସଂଘଟିତ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗ୍‌(୫୮)ଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ବରଗଡ଼ ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ସେ…

ଖଣ୍ଡାରେ ହାଣି ବେପାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ନିରାକାରପୁର,୨ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ନିରାକାରପୁର ଭୂଷଣ୍ଡପୁର ମୁଖ୍ୟ ରାସ୍ତା କୋଲସାହି ଗାଁ ନିକଟରେ ଶୁକ୍ରବାର ସକାଳେ ଜଣେ ବୁଲା ବେପାରୀଙ୍କୁ ଖଣ୍ଡାରେ ହାଣି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇ…

ଧରାପଡ଼ିଲେ ମହିଳା ଲୁଟେରା ଗ୍ୟାଙ୍ଗ: ଶାଢ଼ି ଭିତରେ ଦାମୀ ସାମଗ୍ରୀ ପୂରାଇ କରୁଥିଲେ ଲୁଟ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବଡ଼ବଡ଼ ଶପିଂ ମଲ୍‌କୁ ଟାର୍ଗେଟ କରି ବିଭିନ୍ନ ଦାମୀ ସାମଗ୍ରୀ ଲୁଟୁଥିଲେ। ବେଶ ଚତୁରତାର ସହ ଶାଢ଼ି ଭିତରେ…

ଓପିଏଚ୍‌ଡବ୍ଲ୍ୟୁସି ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରତାପ, ତାଙ୍କ ସ୍ତ୍ରୀ ସସ୍ମିତା…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ…

କାଳୀମନ୍ଦିର ଚୋରି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା,୩୧ା୫(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ଏସ୍‌ପିଙ୍କ ବାସଭବନ ନିକଟରେ ଥିବା କାଳୀ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିଛି ପୋଲିସ। ଏନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସ। ପୋଲିସ ଘଟଣାର ଏତଲା ପାଇବା…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଆନନ୍ଦପୁର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବୁଧବାର ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନନ୍ଦିପଦା ଥାନା କେସ୍‌ ନଂ ୭୩/୨୦୧୯ ତଥା ଏସ୍‌ଟି କେସ୍‌ ନଂ ୫୮/୨୦୧୯ର ବିଚାର କରି ୩୧…

କୁଖ୍ୟାତ ଅପରାଧୀ ଚକ୍ରଧରଙ୍କୁ ତଡ଼ିପାର କଲା ପୋଲିସ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ରାଜଧାନୀର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁଙ୍କୁ କମିଶନରେଟ୍‌ ପୋଲିସ ତଡ଼ିପାର ନିର୍ଦ୍ଦେଶ ଦେଇଛି। କମିଶନରେଟ୍‌ ପୋଲିସ ପକ୍ଷରୁ ୬ ମାସ ପାଇଁ ଚକ୍ରଧରଙ୍କୁ ତଡ଼ିପାର ନୋଟିସ୍‌ କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଏବଂ ଭୁବନେଶ୍ୱର ସହରାଞ୍ଚଳ ପୋଲିସ…

ଭିଜିଲାନ୍ସ ଜାଲରେ ତହସିଲଦାର

ବାରିପଦା ଅଫିସ,୨୯ା୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ ବାସଗୃହ,କାର୍ଯ୍ୟାଳୟ ସହିତ ଭଦ୍ରକ ଜିଲା ପୈତୃକ ଘରେ ଚଢ଼ାଉ ଜାରି ରହିଛି।…

୩ ବାଘ ଛାଲ ଜବତ, ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୨୬ା୫: ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଟିମ୍‌ ଦ୍ୱାରା ଗୁରୁବାର ରାୟଗଡ଼ାରୁ ୩ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଡମ୍ବୁରୁଧର ମାଝିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?