କରୋନା ଭାଇରସ୍‌

ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ,୨୬ା୩(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘାତକ କରୋନା ଭାଇରସ୍‌ ପରିପ୍ରେକ୍ଷୀରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଜନତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ମୋଦି କହିଛନ୍ତି, ମହାଭାରତ…

କଶ୍ମୀରରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଶ୍ରୀନଗର,୨୬।୩: ଜମ୍ମୁ-କଶ୍ମୀର ଶ୍ରୀଗନରରେ କରୋନା ଭାଇରସରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଶ୍ରୀନଗର ହାଇଦରପୋରା ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜମ୍ମୁ-କଶ୍ମୀରର ପ୍ରିନ୍ସପାଲ ସେକ୍ରେଟାରୀ(ଯୋଜନା ଆୟୋଗ)ରୋହିତ କନସଲ ଟୁଇଟ୍‌ କରି…

ସ୍ବତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ ଲାଗି ପ୍ରସ୍ତାବ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍‌-୧୯)କୁ ରୋକିବା ଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ।…

ଲକ୍‌ ଡାଉନ ନିୟମକୁ ଉଲ୍ଲଂଘନ: ୧୯ ଜଣଙ୍କ ନାଁରେ ମାମଲା

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ନେଇ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହୋଇଛି। ହେଲେ ଏହି ସମୟରେ କେତେକ ଲୋକଙ୍କର କୌଣସି କାମ ନ ଥିଲେ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି। ଲକ୍‌ଡାଉନ ନିୟମ ଉଲ୍ଲଂଘନ କରିଥିବାରୁ ବୁଧବାର ପୁରୀ…

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ…

ଆବଶ୍ୟକ ପଡ଼ିଲେ ଲାଗିବ କର୍ଫ୍ୟୁ: ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ଜନତା

ଯାଜପୁର ଅପିସ,୨୬ା୩: କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ପରେ ଯାଜପୁର ଜିଲାରେ ବହିରାଗତଙ୍କ ସଂଖ୍ୟା ପ୍ରାୟ ୨ ହଜାର ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।…

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି ଦୁଇ ପ୍ରକ୍ରିୟା ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ସେନ୍‌ସସ୍‌ ଏବଂ…

ରୋଜଗାର ହରାଇଛନ୍ତି ୨୦ଲକ୍ଷ ନିର୍ମାଣ ଶ୍ରମିକ

ସମ୍ବଲପୁର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନର ଲକ୍‌ ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ସମର୍ଥନ କରି ବିଭିନ୍ନ ପଦକ୍ଷେପ…

କରୋନା ଆତଙ୍କ ଅତିରଞ୍ଜିତ

ନୂଆଦିଲ୍ଲୀ,୨୬ା୩(ଆଇଏଏନ୍‌ଏସ୍‌) : କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। କିନ୍ତୁ ଭାରତରେ ଏହାର ପ୍ରାଦୁର୍ଭାବ ଯେତିକି ନାହିଁ, ତା’ଠୁ ବଳି ଏହାକୁ ନେଇ ଲୋକଙ୍କୁ ଭୟଭୀତ କରାଯାଉଛି। କରୋନା…

ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ସୁବିଧାରେ ଓଡ଼ିଶା ଫେରାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶସମ୍‌ ଜିଲା ମିର୍ଜାପୁରମ୍‌କୁ…

ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଗତ ରବିବାରଠାରୁ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ଅଧିକାଂଶ ଜନସାଧାରଣ ଘରେ ରହିବାକୁ ଉଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri