କରୋନା ଭାଇରସ୍‌

ରାଜ୍ୟରେ ୩ ନିଜ୍ଜାମୁଦ୍ଦୀନ ଫେରନ୍ତା କରୋନା ପଜିଟିଭ : ୧୦୪ ରେ କଲ୍ କରି ଚିହ୍ନଟ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଚିକିତ୍ସା ଖର୍ଚ୍ଚ ତୁଲାଇବେ ସରକାର

ଭୁବନେଶ୍ବର, ୪।୪(ବ୍ୟୁରୋ) : ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି । ସମସ୍ତଙ୍କର ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୨୫ଙ୍କ ନେଗଟିଭ୍ ଆସିଛି l ୩ ଜଣ କରୋନା ପଜିଟିଭ…

କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର । ରାସ୍ତା ଉପରୁ ହଟିଗଲା ସମସ୍ତ ବ୍ୟାରିକେଡ୍ । ଗର୍ଭବତୀ ଜଣଙ୍କ କିପରି ତୁରନ୍ତ ମେଡ଼ିକାଲରେ…

ସରକାରଙ୍କୁ ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ସବୁ ହସ୍ପିଟାଲ – ତଥ୍ୟ ନ ଦେଲେ ବ୍ୟାଜ୍ୟାପ୍ତ ହେବ ଲାଇସେନ୍ସ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସିଥିବା ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ। ଯଦି ସେମାନଙ୍କ ନିକଟକୁ ଶ୍ୱାସ କଷ୍ଟ ପାଉଥିବା ବ୍ୟକ୍ତି ଓ ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି…

ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ବଣ୍ଟାଯାଉଛି। କରୋନା ପାଇଁ ଦେଶରେ ଲକ୍ ଡାଉନ ପରିସ୍ଥିତି ଥିବାବେଳେ ପୌରସଂସ୍ଥାର କର୍ମଚାରୀ ଘର…

ସନ୍ଦେହଜନକ ମେସେଜ୍‌କୁ ଫରୱାର୍ଡ କରନ୍ତୁ ନାହିଁ: ଡିଜିପି

ଭୁବନେଶ୍ୱର, ୪ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଗତ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ୨୦ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲକ୍ ଡାଉନ୍ ସହ ସଟ୍…

ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପ ଗଣମାଧ୍ୟମର ସୂଚନା ଅନୁଯାୟୀ ଏବେସୁଦ୍ଧା ୟୁରୋପରେ ୧୧,୭୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।…

ମାସ୍କ୍ ପିନ୍ଧିବାକୁ ମନା କଲେ ଟ୍ରମ୍ପ୍‌

ୱାଶିଂଟନ, ୪ ।୪: ଆମେରିକାରେ କରୋନ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବି ସରକାରଙ୍କ ପକ୍ଷରୁ ଜାତୀୟ ଲକ୍‌ଡାଉନ୍ ନିର୍ଦ୍ଦେଶ ଜାରି ହୋଇ ନାହିଁ । ସମାଜିକ ଦୂରତା ଅବଲମ୍ବନ କରାଯାଉ ନ…

ରସୁଲପୁର ସୀମା ସିଲ୍ କଲା ବରୀ ବ୍ଲକ ପ୍ରଶାସନ

ରତ୍ନଗିରି,୪ା୪(ଡି.ଏନ୍.ଏ.)-ଶୁକ୍ରବାର ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବରୀ ବ୍ଲକ ପ୍ରଶାସନ ତରଫରୁ ବରୀ- ରସୁଲପୁର ସୀମାକୁ ଗୋଳକୁଣ୍ଡଠାରେ ସିଲ୍ କରାଯାଇଛି । ବରୀ ଥାନା ଅଧିକାରୀ…

ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ…

ଲକଡାଉନ୍ ଥାଇ ଗହଳି ବଢ଼ୁଛି

ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍ କରିଛନ୍ତି। ତେବେ ଏହାର ପ୍ରଭାବ ନୟାଗଡ ଜିଲାରେ ପଡୁନି। ନୟାଗଡ ଜିଲା ଲକଡାଉନ୍ ଥିଲେ…

ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ ଯିବା ପାଇଁ କଟକଣା କରାଯାଇଛି। ତଥାପି କଳାହାଣ୍ଡି ଜିଲା ଜୁନାଗଡ଼ ଅଞ୍ଚଳର ୧୮ଜଣ ଯୁବକ…

ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ ଜିଲାର ବ୍ୟାପକ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି। ପ୍ରଥମେ ବ୍ରହ୍ମବରାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?