ଲକ୍ଡାଉନ ସମୟରେ ଜନ୍ମଦିନ ପାଳି ଅଡୁଆରେ ଭାଜପା ବିଧାୟକ
ବେଙ୍ଗାଲୁରୁ,୧୧।୪: କର୍ନାଟକ ତୁରୁଭେକେରେର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଏମ୍. ଜୟନାରାୟଣ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଜନ୍ମଦିନ ପାଳି ବିବାଦ ଘେରକୁ ଚାଲି ଆସିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳିଥିବା ବେଳେ କୋଭିଡ-୧୯କୁ ନେଇ ଜାରି କରାଯାଇଥିବା ନିୟମକୁ…
କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ
ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ପୂର୍ବରୁ କରୋନା ସହ ଲଢିବାକୁ ସହାୟତାର ହାତ ବଢାଇଥିବା ବେଳେ ଏବେ ପୁଣିଥରେ ସେ…
ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ସମସ୍ତ ରାଜ୍ୟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।…
ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍ ସଂକ୍ରମଣ ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଛି।…
ଭାରତର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ !
ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା ଏବଂ ରାଜସ୍ଥାନ। ମହାରାଷ୍ଟ୍ରରେ ଏପ୍ରିଲ୍ ୧୦ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା…
ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଇତ୍ୟାଦି। ଏହାକୁ ଏବେ ପାଳନ କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ଚାଉଳ ନେବା ପାଇଁ ଖରାରେ ଛିଡା ହେଉଛନ୍ତି ହିତାଧିକାରୀ: ଘରେ ପହଞ୍ଚାଇବାକୁ ପ୍ରଶାସନ ନିକଟରେ ଦାବି
ଗଞ୍ଜାମ, ୧୧।୪(ଡି.ଏନ୍.ଏ.): କରୋନା ଭୂତାଣୁ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଅଗ୍ରିମ ତିନି ମାସର ବିଭିନ୍ନ ଭତ୍ତା ଓ…
କେନ୍ଦୁଝର ପୌରାଞ୍ଚଳରେ କରୋନା କଟକଣାକୁ ଫୁ’: ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ରହୁନି ସାମାଜିକ ଦୂରତ୍ୱ
କେନ୍ଦୁଝର, ୧୧।୪(ସ୍ବ.ପ୍ର.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏ ନେଇ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ସହାୟତା ରାଶି ବଣ୍ଟନ ଚାଲିଛି।…
କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !
ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ…
ଗଞ୍ଜାମରେ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି: ତୃତୀୟ ଦିନରେ ଜିଲାପାଳଙ୍କ ପରିବାରର ଯାଞ୍ଚ କଲା ଟିମ୍, ଦୁଇଦିନରେ ୩,୭୫୯ଜଣ ସାମାନ୍ୟ ଥଣ୍ଡା ଆକ୍ରାନ୍ତ ଚିହ୍ନଟ
ଛତ୍ରପୁର, ୧୧।୪(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାରେ ଘରକୁ ଘର ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ଗଠିତ ଟିମ୍ ଶନିବାର ଏହାର ୩ ଦିନରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବାସଭବନକୁ ଯାଇ ତାଙ୍କ ପରିବାରର…
ଇଟାଲୀରେ ଲକ୍ଡାଉନ୍ ଅବଧି ମେ’ ୩କୁ ବୃଦ୍ଧି
ରୋମ,୧୧।୪: ଇଟାଲୀରେ କରୋନା ଭାଇରସ୍ ବେଲଗାମ୍ ହୋଇପଡ଼ିଛି। ଦିନକୁ ଦିନ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇଟାଲୀରେ ଏପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୧୮,୮୪୯ ଟିପିଛି। ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଫଳରେ ଏହାକୁ…
ଲକ୍ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍ ହେଲା ମାଟ୍ରିମୋନିଆଲ୍ ସାଇଟ୍
ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଏବେ ସେଠାକାର ରାସ୍ତାରେ ଜନ ଗହଳି ଦେଖାଯାଇଛି। ହେଲେ ଲକ୍ଡାଉନ…
Archives


