କରୋନା ଭାଇରସ୍‌

CORONAVIRUS UPDATE: କେନ୍ଦ୍ରାପଡ଼ାରେ ୧୩ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲାରେ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ ୯ ଆକ୍ରାନ୍ତ ଥିବା ବେଳେ ଏବେ ଏହି ସଂଖ୍ୟା ୨୨ ହୋଇଛି।…

ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ ବୟସ ୬୦ ଓ ୩୫ ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଦୁଇ ଭାଇ…

ଲକ୍‌ଡାଉନ୍‌ ଯୋଗୁ ବଢୁଛି ଅବସାଦ: ସୃଷ୍ଟି ହେଉଛି ଆତ୍ମହତ୍ୟା ପ୍ରବୃତ୍ତି

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ଧୀରେଧୀରେ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଆଗାମୀ…

କେନ୍ଦ୍ରାପଡ଼ାରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୨ ଛୁଇଁଲା

କେନ୍ଦ୍ରାପଡ଼ା ଅଫିସ, ୧୪।୫: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ଅପରାହ୍ନରେ ୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକ ଅଞ୍ଚଳର। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ପଜିଟିଭ୍‌…

ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ ରିଲିଜ୍‌ ବନ୍ଦ ରହିଛି। ସେଥିମଧ୍ୟରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ…

ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ କୋଭିଡ-୧୯ ପରୀକ୍ଷଣ, ବେଡ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କରୋନା ନେଇ ଗୁରୁବାର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ…

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହି ଘୋଷଣା…

ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, ସମ୍ଭବତଃ କରୋନା ମହାମାରୀ ଶେଷ ହୋଇ…

କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଏବେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଉଥିବା…

ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବଲାଙ୍ଗୀର,୧୪ା୫: ବଲାଙ୍ଗୀର ରେଲ୍‌ୱେ ଷ୍ଟେଶନରେ ଗୁରୁବାର ମଧ୍ୟାହ୍ନରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଏହି ଟ୍ରେନରେ ଆସୁଥିବା ପ୍ରବାସୀଙ୍କ ସୁବିଧାଜନକ ଆଗମନ ଓ ପ୍ରତ୍ୟାଗମନ ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ସହରର…

କରୋନା ସଂକ୍ରମଣ: ପୃଥିବୀର ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ହୋଇଥିବା ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨ରେ ରହିଛି। ଇତିମଧ୍ୟରେ ପୃଥିବୀରେ କରୋନା ସଂକ୍ରମିତଙ୍କ…

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ସହରରେ ୧୪୪ ଧାରା ଜାରି କରାଯାଇଛି। ଏହି ଟ୍ରେନ୍‌ରେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?