ବାଣିଜ୍ୟ

କାର୍‌, ବାଇକ ଟାୟାରରେ ନାଇଟ୍ରୋଜେନ୍‌ ଭରିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରାଯିିବ। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ…

ତୈଳ କମ୍ପାନୀ ମିଶ୍ରଣ ଯୋଜନା ନାହିଁ

ନୂଆଦିଲ୍ଲୀ,୯-୭: ଦେଶର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକୁ ମିଶ୍ରଣ ନେଇ କୌଣସି ଯୋଜନା ବର୍ତ୍ତମାନ ନାହିଁ। ଏ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଉପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିଚାର କରୁନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ…

ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌) କୌଣସି ନିବେଶ କରି ନାହାନ୍ତି। ଏହି ପ୍ରକଳ୍ପ ୫୦୦୦ କୋଟି ଟଙ୍କା ନିବେଶରେ ନିର୍ମାଣ…

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ୍‌

ନୂଆଦିଲ୍ଲୀ, ୯-୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦…

କୟର ଇଣ୍ଡିଆର ନୂଆ ଶୋ’ରୁମ

ଭୁବନେଶ୍ୱର,୯-୭(ବ୍ୟୁରୋ): କୟର ଇଣ୍ଡିଆର ନୂଆ ଷ୍ଟୋର ସ୍ଥାନୀୟ ଖାରବେଳ ନଗରଠାରେ ସୋମବାର ଶୁଭାରମ୍ଭ ହୋଇଛି। ଏହାକୁ ଷ୍ଟୋରର ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର,ଓ୍ବେଲସ୍ପନ ଫ୍ଲୋରିଂ ଗ୍ଲୋବାଲ ବ୍ରାଣ୍ଡସ ଲିମିଟେଡର ସାଧାରଣ ପ୍ରବନ୍ଧକ ଅନୀଲ ଝା, ସ୍ପ୍ରିଙ୍ଗ ଏୟାର ବେଡିଙ୍ଗ କମ୍ପାନୀ ଇଣ୍ଡିଆ ଲିମିଟେଡର…

ଗୋଦ୍‌ରେଜ ଅଧ୍ୟକ୍ଷଙ୍କୁ ମିଳିଛି ୧୧୪ ଗୁଣା ବେତନ

ନୂଆଦିଲ୍ଲୀ,୮-୭: ଗୋଦ୍‌ରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ଅଧ୍ୟକ୍ଷ ଆଦି ଗୋଦ୍‌ରେଜଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ବେତନର ୧୧୪ ପ୍ରତିଶତ ଅଧିକ ପାରିତୋଷିକ ମିଳିଛି। ତାଙ୍କୁ ଗୋଟିଏ ବର୍ଷରେ ୬.୦୭ କୋଟି ଟଙ୍କା ବେତନ ମିଳିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହି…

ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ ସମୟରେ ନିରାଶ ହୋଇଥିବାର ଦେଖାଯାଇଛି। ତେବେ ଏଥିଲାଗି ଏବେ କେନ୍ଦ୍ର ସରକାର ସହାୟତାର ହାତ…

ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ୟୁନିୟନର ବିରୋଧ

ନୂଆଦିଲ୍ଲୀ,୮ା୭: ଭାରତୀୟ ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ରେଲଓ୍ବେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ ଇଣ୍ଡିଆନ ରେଲଓ୍ବେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା ଦେଶରେ ରେଲଓ୍ବେ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତା ୧୦ରୁ ୧୩ତାରିଖ…

ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ ଭିନ୍ନକ୍ଷମ ହେଉଥିଲେ ସୁଦ୍ଧା ଏହାର ଫାଇଦା ନେଉଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଦିବ୍ୟାଙ୍ଗ ହେବା କ୍ଷେତ୍ରରେ…

ନାଲ୍‌କୋ ପକ୍ଷରୁ ବନମହୋତ୍ସବ ପାଳନ

ଭୁବନେଶ୍ୱର,୮-୭: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ବିଭିନ୍ନ ୟୁନିଟ ଏବଂ କାର୍ଯ୍ୟାଳୟଗୁଡିକର ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନାଲ୍‌କୋ ରିସର୍ଚ୍ଚ ଏବଂ ଟେକ୍ନାଲୋଜି ସେଣ୍ଟର( ଏନ୍‌ଆର୍‌ଟିସି) ପରିସରରେ…

ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ ଶିଳ୍ପ ଜଡିତ ରହିଛି। ୨୦୧୮-୧୯ରେ ଦେଶର ମୋଟ୍‌ ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ୩୩୧ ବିଲିୟନ ଡଲାର…

ଆଧାର ଜରିଆରେ ରିଟର୍ନ ଦାଖଲ;ଆୟକର ବିଭାଗ ଜାରି କରିବ ପାନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରି ପାନ୍‌ ନ ଥିଲେ ମଧ୍ୟ ଟିକସଦାତା ଆଧାର କାର୍ଡ ଜରିଆରେ ଆୟକର ରିଟର୍ନ ଦାଖଲ କରିପାରିବେ ବୋଲି ଘୋଷଣା କରିଥିଲେ। ଏଣିକି ଆଧାର ମାଧ୍ୟମରେ ଆୟକର ରିଟର୍ନ ଦାଖଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri