କୟର ଇଣ୍ଡିଆର ନୂଆ ଶୋ’ରୁମ

ଭୁବନେଶ୍ୱର,୯-୭(ବ୍ୟୁରୋ): କୟର ଇଣ୍ଡିଆର ନୂଆ ଷ୍ଟୋର ସ୍ଥାନୀୟ ଖାରବେଳ ନଗରଠାରେ ସୋମବାର ଶୁଭାରମ୍ଭ ହୋଇଛି। ଏହାକୁ ଷ୍ଟୋରର ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର,ଓ୍ବେଲସ୍ପନ ଫ୍ଲୋରିଂ ଗ୍ଲୋବାଲ ବ୍ରାଣ୍ଡସ ଲିମିଟେଡର ସାଧାରଣ ପ୍ରବନ୍ଧକ ଅନୀଲ ଝା, ସ୍ପ୍ରିଙ୍ଗ ଏୟାର ବେଡିଙ୍ଗ କମ୍ପାନୀ ଇଣ୍ଡିଆ ଲିମିଟେଡର ଏଜିଏମ୍‌ ଜୟ କୁମାର ବୋଷ ପ୍ରମୁଖ ଉନ୍ମୋଚନ କରିଥିଲେ। ନୂଆ ଷ୍ଟୋରଟି ୩,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଖୋଲିଛି। ଗ୍ରାହକମାନେ ଗୋଟିଏ ଛାତ ତଳେ ସେମାନଙ୍କ ଆବଶ୍ୟକତା ମୁତାବକ ଫର୍ନିସିଂ ସାମଗ୍ରୀ ଲାଭ କରିପାରିବେ। ବିଭିନ୍ନ ଫର୍ନିସିଂ ବ୍ରାଣ୍ଡର ଡିସ୍ପଲେ ଗ୍ୟାଲେରୀ ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ଗ୍ରାହକମାନେ ଡୋର୍‌ ମ୍ୟାଟ୍‌, ମେଟିଙ୍ଗସ, କାର୍ପେଟ,ଓ୍ବାଲ୍‌ ଟୁ ଓ୍ବାଲ୍‌, ମ୍ୟାଟ୍ରେସ, ହୋମ୍‌ ଡେକର, ଫର୍ନିସିଂ ଏଠାରେ ପାଇ ପାରିବେ। ଆମେରିକା ଭିତ୍ତିକ ମ୍ୟାଟ୍ରେସ ବ୍ରାଣ୍ଡ ସ୍ପ୍ରିଙ୍ଗ ଏୟାର, ହସ୍‌, ଫ୍ଲୋରିଙ୍ଗ ବର୍ଗରେ ଓ୍ବେଲସ୍ପନର ପ୍ରଡକ୍ଟ ଏଠାରେ ରହିଛି। ସେହିଭଳି ବେଡ, ବାଥ୍‌ ବର୍ଗରେ ପ୍ରମୁଖ ବ୍ରାଣ୍ଡ ସ୍ପେଶେଷ, ଇନଷ୍ଟା, ନେକ୍ସସଫ୍ଟ, ମେଟ୍ରୋଟର୍ଫ, ଟାଇମ୍‌,କଦମ୍‌, କମ୍ପର୍ଟ, ଏକ୍ସେଲ, ନେଚୁରା, ଓବେଟି, ଓବସେସନ ଭଳି ବ୍ରାଣ୍ଡର ପ୍ରଡକ୍ଟ ଗ୍ରାହକ ଲାଭ କରିପାରିବେ। ଫର୍ନିସି ସାମଗ୍ରୀର ଆବଶ୍ୟକତା ପୂରଣ ସହ ଗ୍ରାହକଙ୍କ ଚାହିଦାକୁ ଆଧାର କରି ଏଭଳି ପଦକ୍ଷେପ ନିଆଯାଇଥିବା ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri