ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌) କୌଣସି ନିବେଶ କରି ନାହାନ୍ତି। ଏହି ପ୍ରକଳ୍ପ ୫୦୦୦ କୋଟି ଟଙ୍କା ନିବେଶରେ ନିର୍ମାଣ ହେବ ବୋଲି ପ୍ରସ୍ତାବ ରହିଥିଲା। ଆଲୋଚ୍ୟ ୨ ରାଷ୍ଟ୍ରାୟତ୍ତ ସଂସ୍ଥା ଉକ୍ତ ପ୍ରକଳ୍ପରେ ୫୦% ଅଂଶଧନ ଗ୍ରହଣ ନେଇ ଚୁକ୍ତିରେ ସାମିଲ ହୋଇଥିଲେ। ମାତ୍ର ଏହି ଚୁକ୍ତି ଅବଧି ୨୦୧୮ ସେପ୍ଟେମ୍ବରରେ ଶେଷ ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାକୁ ସୋମବାର ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଉକ୍ତ ପ୍ରକଳ୍ପ ସ୍ଥାପନ ଲାଗି ଆଇଓସିଏଲ୍‌ ଏବଂ ଗେଲ୍‌ ୨୦୧୬ ସେପ୍ଟେମ୍ବର ୨୧ରେ ଆଦାନୀ ପେଟ୍ରୋଲିୟମ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଏକ ନନ୍‌ ବାଇଣ୍ଡିଂ ଏମ୍‌ଓୟୁରେ ସାମିଲ ହୋଇଥିଲେ। ଯଥାକ୍ରମେ ୩୯% ଏବଂ ୧୧% ଅଂଶଧନ ଆଇଓସିଏଲ ଏବଂ ଗେଲ୍‌ ନିକଟରେ ରହିବ ବୋଲି ଚୁକ୍ତିରେ କୁହାଯାଇଥିଲା। ବାର୍ଷିକ ୫ ନିୟୁତ ଟନ୍‌ ଲିକ୍ୟୁଫାଏଡ ନାଚୁରାଲ ଗ୍ୟାସ (ଏଲ୍‌ଏନ୍‌ଜି) ଆମଦାନୀ ଟର୍ମିନାଲ ସ୍ଥାପନ ଲାଗି ଯୋଜନା ରହିଥିଲା ବୋଲି ପ୍ରଧାନ କହିଛନ୍ତି।
ଅଂଶଧନ କ୍ରୟ ଯୋଜନାରୁ ଦୁଇ ସଂସ୍ଥା ମିଳିତ ଭାବେ ଓହରି ଯାଇଥିବା କିମ୍ବା ଆଦାନୀ ଗ୍ରୁପ ସହ ଏବେ ମଧ୍ୟ ନିବେଶ ନେଇ କଥାବାର୍ତ୍ତା ଜାରି ରହିଛି କି ନା ସେ ସମ୍ପର୍କରେ କୌଣସି ସୂଚନା ପ୍ରଧାନ ଦେଇ ନାହାନ୍ତି। ସେହିଭଳି ଏମ୍‌ଓୟୁ ଅବଧି କାହିଁକି ଶେଷ ନେଇ ମଧ୍ୟ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି। ଏହା ଫଳରେ ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଏହି ଦୁଇ ସଂସ୍ଥା ରହିବେ କି ନାହିଁ ସେ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକଳ୍ପରେ ଆଦାନୀ ପେଟ୍ରୋଲିୟମ ଟିର୍ମିନାଲ ପ୍ରାଇଭେଟ ଲିମିଟେଡ ନିକଟରେ ୫୦% ଅଂଶଧନ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଓଡିଶାର ପାରାଦୀପ ଏବଂ ପଶ୍ଚିମବଙ୍ଗରେ ଥିବା ହଳଦିଆରେ ଥିବା ରିଫାଇନେରି ଲାଗି ଗ୍ୟାସ ଆମଦାନୀ କରିବାକୁ ପ୍ରସ୍ତାବିତ ଟର୍ମିନାଲର ୬୦% ବ୍ୟବହାର କରିବାକୁ ଆଇଓସି ୨୦୧୫ରେ ଯୋଜନା ରଖିଥିଲା। ସେହିଭଳି ଟର୍ମିନାଲର ୧.୫ ନିୟୁତ ଟନ୍‌ ରିଗ୍ୟାସିଫିକେଶନ କ୍ଷମତା ବ୍ୟବହାର ନେଇ ଗେଲ୍‌ ଚୁକ୍ତିରେ ଦର୍ଶାଇଥିଲା। ପାରାଦୀପରେ ଏଲ୍‌ଏନ୍‌ଜି ଆମଦୀନି ଟର୍ମିନାଲ ସ୍ଥାପନ ଲାଗି ରହିଥିବା ଯୋଜନାରୁ ଓହରିବା ପରେ ଧାମରା ପ୍ରକଳ୍ପରେ ଅଂଶଧନ ହାସଲ ଲାଗି ଗେଲ୍‌ ନିଷ୍ପତ୍ତି ନେଇଥିଲା। ଏହାବାଦ ଆଇଓସିଏଲ୍‌ ଏଲ୍‌ଏନ୍‌ଜି ଟର୍ମିନାଲ ଉନ୍ନତୀକରଣ ନେଇ ୨୦୧୨ରେ ଧାମରା ଏଲ୍‌ଏନ୍‌ଜି ପୋର୍ଟ କର୍ପୋରେଶନ ଲିମିଟେଡ ସହ ଏମ୍‌ଓୟୁରେ ସାମିଲ ହୋଇଥିଲା। ଏହା ପରେ ଦୁଇ କମ୍ପାନୀ ଧାମରା ଏଲ୍‌ଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି କରିଥିଲେ ଯାହା ଆଦାନୀ ଗ୍ରୁପର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri