ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ ଭିନ୍ନକ୍ଷମ ହେଉଥିଲେ ସୁଦ୍ଧା ଏହାର ଫାଇଦା ନେଉଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଦିବ୍ୟାଙ୍ଗ ହେବା କ୍ଷେତ୍ରରେ ହିଁ ଯବାନଙ୍କୁ ଭିନ୍ନକ୍ଷମ ପେନସନ ମିଳିବାର ବ୍ୟବସ୍ଥା ରହିଛି। ଏହି ପେନ୍‌ସନ ଉପରେ ଆୟକର ଛାଡ଼ ସୁବିଧା ମିଳେ। ଏହାର ଲାଭ ନେଇ ସେନାଧିକାରୀ ଓ ଯବାନ ନିଜକୁ ଭିନ୍ନକ୍ଷମ ଦର୍ଶାଇ ପେନସନ ପାଇଁ ଆବେଦନ କରୁଛନ୍ତି। ଏହା ଉପରେ କଟକଣା ଲଗାଇବାକୁ ଯାଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଣିକି ଦିବ୍ୟାଙ୍ଗ ପେନସନ ଉପରେ ଟିକସ ଲାଗିବ ବୋଲି ସର୍କୁଲାରରେ କୁହାଯିବା ପରେ ଝଡ଼ ଉଠିଛି। ସେନାର ଅବସରପ୍ରାପ୍ତ ଅଧିକାରୀ ଓ ଯବାନ ସର୍କୁଲାରକୁ ବିରୋଧ କରିଛନ୍ତି। ସଂସଦରେ ମଧ୍ୟ ସରକାରଙ୍କୁ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଘେରିଛନ୍ତି।
ଦିବ୍ୟାଙ୍ଗ ପେନସନ ସ୍କିମ୍‌ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ଟୁଇଟ୍‌ କରିବା ପରେ ଏହାକୁ ନେଇ ସ୍ଥଳସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଭିନ୍ନକ୍ଷମ ପେନସନ ସ୍କିମ୍‌ରେ ଟିକସ ବସାଇବା ଲାଗି ସେନାର ଚାହୁଁଛି ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସ୍ଥଳସେନା ସୋସିଆଲ ମିଡିଆ ଜରିଆରେ କହିଛି ଯେ, ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ କାରଣରୁ ରୋଗଗ୍ରସ୍ତ ହୋଇ ଭିନ୍ନକ୍ଷମ ହେଉଥିବା ସୈନ୍ୟବାହିନୀର ବହୁ ଅଧିକାରୀ, ଯବାନ ବିକଳାଙ୍ଗ ସ୍କିମ୍‌ର ଅପବ୍ୟବହାର କରି ଫାଇଦା ଉଠାଉଥିବା ଦେଖାଯାଇଛି। ଲଢ଼େଇରେ ସମ୍ପୃକ୍ତ ରହି ଭିନ୍ନକ୍ଷମ ହେଉଥିବା ଯବାନ ଓ ଅଧିକାରୀଙ୍କ ପ୍ରତି ଭାରତୀୟ ସ୍ଥଳସେନା ଚିନ୍ତାଶୀଳ। ତେଣୁ ସେମାନଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବା ଆବଶ୍ୟକ। ନିୟମ ଅନୁଯାୟୀ ସେମାନେ ଭିନ୍ନକ୍ଷମ ପେନ୍‌ସନ ପାଇଁ ହକ୍‌ଦାର। କିନ୍ତୁ ଅନ୍ୟ କାରଣରୁ ନିଜର ଭିନ୍ନକ୍ଷମ ହେଉଥିବା ଯବାନ ଓ ଅଧିକାରୀଙ୍କୁ ଦିବ୍ୟାଙ୍ଗ ପେନସନ ଦିଆଯାଇପାରିବ ନାହିଁ। ଦେଶରେ ସେନାକୁ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏହି ଧାରା ଚିନ୍ତାଜନକ ସ୍ତରରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଯେ, ଗତ ୨ ବର୍ଷରେ ସ୍ଥଳସେନାରୁ ପ୍ରାୟ ୨୦୦୦ ଅଫିସର ଦିବ୍ୟାଙ୍ଗ ପେନସନ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଲୋକସଭାରେ ଉଠିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାମଲାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ପି.ସି. ମୋଦି ରବିବାର କହିଛନ୍ତି ଯେ,ଜୁନ୍‌ ୨୪ରେ ଜାରି କରାଯାଇଥିବା ସର୍କୁଲାର ପୂର୍ବଘୋଷିତ ନୀତିକୁ ସ୍ପଷ୍ଟ କରୁଛି। ଦେଶ ପାଇଁ ଲଢ଼େଇ କରୁଥିବା ସୈନ୍ୟଙ୍କ ପ୍ରତି ଆମର ସମ୍ମାନ ରହିଛି। ବାସ୍ତବ କ୍ଷେତ୍ରରେ ଲଢ଼େଇ କରି ଶାରୀରିକ ଭାବେ ଭିନ୍ନକ୍ଷମ ହେଲେ ଏହି ସ୍କିମ୍‌ ଲାଗୁ ହେବାରେ ଅସୁବିଧା ନାହିଁ। କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ସ୍କିମ୍‌ର ଦୁରୁପଯୋଗ ହେଉଥିବା ନେଇ ଡାଟା ଆନାଲିଟିକ୍ସରୁ ଜଣାପଡିଛି। ନୂଆ ସର୍କୁଲାର ଉପରେ ସ୍ପଷ୍ଟୀକରଣ ଦେଇ ପ୍ରମୋଦ କୁମାର କହିଛନ୍ତି ଯେ, ଲଢ଼େଇ ଯୋଗୁ ଭିନ୍ନକ୍ଷମ ହେଲେ ସମ୍ପୃକ୍ତ ଯବାନଙ୍କ ଦିବ୍ୟାଙ୍ଗ ପେନ୍‌ସନ୍‌ ଉପରେ ଟିକସ ଲାଗିବ ନାହିଁ। ପୂର୍ବରୁ ସିବିଡିଟି ପକ୍ଷରୁ ୧୩ ନମ୍ବର ସର୍କୁଲାର ଜାରି କରାଯାଇ ଏହା ଦର୍ଶାଯାଇସାରିଛି। ଏହା ଜାରି ହେବା କ୍ଷଣି ଏହାକୁ ଯୁଦ୍ଧ ଫେରନ୍ତା ତଥା ଦିବ୍ୟାଙ୍ଗ କାରଣରୁ ଅଦିନରେ ଅବସର ନେଇଥିବା ସୈନ୍ୟ ବିରୋଧ କରିଛନ୍ତି। ସେମାନେ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସୂଚନାଥାଉ କି, ପ୍ରତିରକ୍ଷା ବାହିନୀର ୩ ବିଭାଗର ଯବାନଙ୍କୁ ଭିନ୍ନକ୍ଷମ ହେବା କ୍ଷେତ୍ରରେ ସ୍ବତନ୍ତ୍ର ପେନ୍‌ସନ୍‌ର ବ୍ୟବସ୍ଥା ରହିଛି। ସେମାନଙ୍କ ର଼୍ୟାଙ୍କ୍‌ ଓ ଭିନ୍ନକ୍ଷମ ମାତ୍ରା ଆଧାରରେ ପେନ୍‌ସନ ଦିଆଯାଇଥାଏ। ଏହା ଉପରେ ସେମାନଙ୍କୁ ଟିକସ ଛାଡ଼ ସୁବିଧା ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri