ସିଇଓ ରବି ଝୁନ୍ଝୁନ୍ଓ୍ବାଲାଙ୍କୁ ୧୨୧କୋଟି ଦରମା
ନୂଆଦିଲ୍ଲୀ,୨୭-୭: ଏଚ୍ଇଜି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ରବି ଝୁନ୍ଝୁନ୍ଓ୍ବାଲା ଆର୍ଥିକ ବର୍ଷ ୨୦୧୮-୧୯ରେ ସର୍ବାଧିକ ୧୨୧.୨୭ କୋଟି ଟଙ୍କା ଦରମା ନେଇଛନ୍ତି, ଯାହାକି ଗତ ଆର୍ଥିକ ବର୍ଷଠାରୁ ୧୮୦ ପ୍ରତିଶତ ଅଧିକ। ତାଙ୍କର ଏତେ ବିଶାଳ ଦରମାକୁ ନେଇ ଏବେ…
ପତଞ୍ଜଳି ହାତକୁ ଯିବ ରୁଚି ସୋୟା
ନୂଆଦିଲ୍ଲୀ,୨୭-୭: ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଞ୍ଜଳି ଗ୍ରୁପ୍ ଖାଦ୍ୟ ତେଲ କମ୍ପାନୀ ରୁଚି ସୋୟାର ମାଲିକ ହେବାକୁ ଯାଉଛି। ରାଷ୍ଟ୍ରୀୟ କମ୍ପାନୀ ନ୍ୟାୟାଧିକରଣ(ଏନ୍ସିଏଲ୍ଟି) ରୁଚି ସୋୟା ଲାଗି ପତଞ୍ଜଳିର ୪୩୫୦ କୋଟି ଟଙ୍କାର ସଂଶୋଧିତ ବିଡ୍କୁ ମଞ୍ଜୁର କରିଛନ୍ତି। ପୂର୍ବରୁ…
ସଭରେନ ବଣ୍ଡ ହେଲା କାଳ;ଗର୍ଗଙ୍କ ବଦଳି ପଛରେ ଆର୍ଏସ୍ଏସ୍ର ହାତ ସନ୍ଦେହ
ନୂଆଦିଲ୍ଲୀ,୨୭-୭: ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ ପାଇଁ ଓକାଲାତି କରିବା ତାଙ୍କୁ ମହଙ୍ଗା ପଡିଛି। କାରଣ ସଂଘର ଆର୍ଥିକ ଶାଖା ସ୍ବଦେଶୀ…
ନୀରବ ମୋଦି ଦୁର୍ନୀତି ପରେ;ପ୍ରଥମଥର ଲାଭ କଲା ପିଏନ୍ବି
ନୂଆଦିଲ୍ଲୀ,୨୭-୭: ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍ ଦୁର୍ନୀତି ହେବା ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ପ୍ରଥମଥର ଲାଭର ମୁହଁ ଦେଖିଛି। ବ୍ୟାଙ୍କ ଜୁନ୍ରେ ଶେଷ ହୋଇଥିବା ତ୍ରୈମାସରେ ୧୦୧୯ କୋଟି ଟଙ୍କା ଶୁଦ୍ଧ ଲାଭ କରିଛି।…
ନିଶାନ ମୋଟରରୁ ଛଟେଇ ହେବେ ୧୭୦୦ ଭାରତୀୟ
ମୁମ୍ବାଇ,୨୭-୭: ମାନ୍ଦାବସ୍ଥା ସାମ୍ନା କରୁଥିବା ଅଟୋ ସେକ୍ଟରରେ ଲକ୍ଷାଧିକ ସଂଖ୍ୟାରେ କର୍ମଚାରୀ ବେକାର ହେବାକୁ ଯାଉଛନ୍ତି। ଭାରତୀୟ ବଜାର ମଧ୍ୟ ଏହି ଜାଲରେ ପଡିଛି। ଜାପାନର କାର ନିର୍ମାତା ନିଶାନ ମୋଟର ଭାରତରେ ପ୍ରାୟ ୧୭୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।…
ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ;ସମ୍ଭାବ୍ୟ ବିପଦ ନେଇ ସରକାର ଚିନ୍ତାରେ
ନୂଆଦିଲ୍ଲୀ,୨୭-୭: ହ୍ବାଟ୍ସଆପ୍ ପକ୍ଷରୁ ଚଳିତ ବର୍ଷ ଶେଷାର୍ଦ୍ଧରେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି। ଫେସ୍ବୁକ୍ର ସହାୟକ କମ୍ପାନୀ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ୱାରା ଭାରତୀୟ ୟୁଜରଙ୍କ ପ୍ରତି ବିପଦ ରହିଛି ବୋଲି…
‘୨୫ ବିମାନବନ୍ଦର ଘରୋଇକରଣ ହେବ’
ନୂଆଦିଲ୍ଲୀ,୨୭-୭: କେନ୍ଦ୍ର ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ୨୦ରୁ ୨୫ ବିମାନବନ୍ଦରକୁ ଘରୋଇକରଣ କରିବେ ବୋଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି। ଗତବର୍ଷ ପିପିପି ମୋଡ୍ରେ ଲକ୍ଷ୍ନୌ, ଅହମ୍ମଦାବାଦ୍, ଜୟପୁର, ମାଙ୍ଗାଲୋର, ଥିରୁଭାନନ୍ଥପୁରମ…
ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ
ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି ପ୍ରଭେଦ ବହୁ ଅଧିକ ଥିବା ଜଣାପଡିଛି। କର୍ମଚାରୀଙ୍କ ଦରମା ନାମମାତ୍ର ବଢ଼ିଥିବା ବେଳେ ସିଇଓମାନେ…
ବଦଳିକୁ ବିରୋଧ;ସୁଭାଷ ଗର୍ଗ ଭିଆର୍ଏସ୍ ନେବେ
ନୂଆଦିଲ୍ଲୀ,୨୬-୭: ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ସୁଭାଷ ଚନ୍ଦ୍ର ଗର୍ଗ ବିଭାଗ ବଦଳିବାର ଦିନକ ପରେ ସ୍ବେଚ୍ଛା ଅବସର ଯୋଜନା(ଭିଆର୍ଏସ୍)ରେ ଆବେଦନ କରିଛନ୍ତି। ତାଙ୍କୁ ବୁଧବାର ଅର୍ଥ ମନ୍ତ୍ରଣାଳୟରୁ ହଟାଇ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ଏଥିପୂର୍ବରୁ ସେ…
ଯାଞ୍ଚ ଘେରରେ ବୃହତ ଟେକ୍ କମ୍ପାନୀ
ଓ୍ବାଶିଂଟନ,୨୬-୭: ଫେସ୍ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା ବ୍ୟବସାୟକୁ ପ୍ରଭାବିତ କରୁଥିବାରୁ ଏବେ ଯାଞ୍ଚ ଘେରକୁ ଆସିଗଲେଣି। ସେମାନଙ୍କର ଏକଚାଟିଆ ବ୍ୟବସାୟିକ ନୀତି…
ଚାଇନା ଓ୍ବେବ୍ସାଇଟରେ ଶପିଂ; ଦେବାକୁ ହେବ ୫୦% ଅଧିକ ଟିକସ
ନୂଆଦିଲ୍ଲୀ,୨୬-୭: ଚାଇନାର ଇ-କମର୍ସ ପ୍ଲାଟଫର୍ମରୁ ସାମଗ୍ରୀ କିଣୁଥିବା ଗ୍ରାହକ ସାବଧାନ ହୋଇଯାଆନ୍ତୁ। ଖୁବ୍ଶୀଘ୍ର ସେମାନଙ୍କ ଠାରୁ ସାମଗ୍ରୀ କିଣିବା ବାବଦରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍ଟି ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରାଯିବ। ପ୍ରାପ୍ତ ସୂଚନାରୁ ପ୍ରକାଶ, ଚାଇନାର ଇ-କମର୍ସ…
ଜିଏସ୍ଟି କାଉନସିଲ୍ ବୈଠକ ସ୍ଥଗିତ
ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର ବ୍ୟସ୍ତତା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଫଳରେ ଏହି ବୈଠକରେ ଇ-ଯାନ ଉପରେ…
Archives


