ଟ୍ରେଡ୍ ଓ୍ବାର୍ ଘନୀଭୁତ;ଚାଇନା ସାମଗ୍ରୀରୁ ୧୦% ଚାର୍ଜ ଆଦାୟ କରିବ ଆମେରିକା
ଓ୍ବାଶିଂଟନ,୩-୮: ଚାଇନାରୁ ଆସୁଥିବା ଅତିରିକ୍ତ ୩୦୦ ବିଲିୟନ ଡଲାର(୨୧ ଲକ୍ଷ କୋଟି ଟଙ୍କା) ସାମଗ୍ରୀ ଉପରେ ଆମେରିକା ସେପ୍ଟେମ୍ବର ପହିଲାରୁ ୧୦ ପ୍ରତିଶତ ଚାର୍ଜ(ଇମ୍ପୋର୍ଟ ଟାରିଫ) ଆଦାୟ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି। ଫଳରେ ଆମେରିକା…
ପୋଷ୍ଟ ଅଫିସ୍ରେ ମିଳିବ କ୍ଷୁଦ୍ର ଋଣ
ନୂଆଦିଲ୍ଲୀ,୩-୮: ଏନ୍ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ଲାଗିଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ(ଆଇପିପିବି) ଖୋଲିଯିବା ପରେ ପୋଷ୍ଟ ଅଫିସରେ…
ଭାରତରେ ଶାଖା ଖୋଲିବ ବ୍ୟାଙ୍କ ଅଫ୍ ଚାଇନା
ମୁମ୍ବାଇ,୩-୮: ବିଶ୍ୱରେ ୫ମ ସ୍ଥାନ ହାସଲ କରିଥିତ୍ବା ବ୍ୟାଙ୍କ ଅଫ୍ ଚାଇନା ଭାରତରେ ଏକ ଶାଖା ଖୋଲିବାକୁ ଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାକୁ ଅନୁମତି ପ୍ରଦାନ କରିଛି। ଗତବର୍ଷ ଏହାକୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇ…
ଯୁବ ଟିମ୍ ତିଆରି କରୁଛି ଆଇବିଏମ୍;୧ ଲକ୍ଷ ବୁଢ଼ା କର୍ମଚାରୀ ବିଦା
ସାନଫ୍ରାନ୍ସିସ୍କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧ ଲକ୍ଷ ବ୍ୟକ୍ତିଙ୍କୁ ଚାକିରିରୁ ଛଟେଇ କରିଛି। ୬୧ ବର୍ଷୀୟ ଛଟେଇ କର୍ମଚାରୀ ଜୋନାଥନ ଲାଙ୍ଗଲି…
ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ସ୍ତ୍ରୀ ମାଳବିକା କମ୍ପାନୀକୁ ଚଳାଇବେ। ସେ ପୂର୍ବରୁ କମ୍ପାନୀ ବୋର୍ଡରେ…
ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ
ଭୁବନେଶ୍ୱର,୩-୮(ବ୍ୟୁରୋ) ଆପଲ୍ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍ପ୍ଲାନେଡ ଓ୍ବାନ ମଲ୍ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ ସି.ଏସ୍. ଟ୍ରେଡ ଲିଙ୍କ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ବିଜୟ ଦୁଗର ଶୁଭାରମ୍ଭ କରିଛନ୍ତି। ଗ୍ରାହକଙ୍କୁ…
ସୋମବାର ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ୍
ନୂଆଦିଲ୍ଲୀ,୩-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ରାଷ୍ଟ୍ରାୟତ୍ତ ଓ କେତେକ ବୃହତ ଘରୋଇ ବ୍ୟାଙ୍କ(ପିଏସ୍ୟୁ)ର ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିର ସମୀକ୍ଷା ସହ ଅର୍ଥନୀତିକୁ ଗତିଶୀଳ କରିବାକୁ ଯାଇ ଏମ୍ଏସ୍ଏମ୍ଇ, ଅଟୋମୋବାଇଲ ଓ ହାଉସିଂ ସେକ୍ଟରଙ୍କୁ ଋଣ ପ୍ରଦାନ…
ତନିଷ୍କର ଗ୍ରେଟ୍ ଡାଇମଣ୍ଡ ସେଲ୍
ଭୁବନେଶ୍ୱର,୩-୮: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଦି ଗ୍ରେଟ ଡାଇମଣ୍ଡ ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ତନିଷ୍କ ହୀରା ଗହଣା ଉପରେ ଗ୍ରାହକମାନେ ୨୦% ପର୍ଯ୍ୟନ୍ତ ରିହାତି ଲାଭ କରି ପାରିବେ। କମ୍ପାନୀର ଷ୍ଟୋରଗୁଡିକରେ ଏହି ସମୟରେ…
ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍
ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍ପ୍ଲାନେଡ ଓ୍ବାନ ମଲ୍ଠାରେ ‘ଟ୍ରାଭେଲ ଫେୟାର’ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ତିନିଦିନ ବ୍ୟାପି ଚାଲିବାକୁ ଥିବା ବେଳେ ଦେଶ ତଥା…
ଭାରତକୁ ଟ୍ରେଡ୍ ଓ୍ବାର୍ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ
ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ଓ୍ବାର୍ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୭ର ଚତୁର୍ଥ ତ୍ରୈମାସରେ ବିଶ୍ୱ ରପ୍ତାନିରେ…
ଆଲ୍ଲାହାବାଦ ବ୍ୟାଙ୍କର ଆର୍ଥିକ ଫଳାଫଳ
ଭୁବନେଶ୍ୱର,୨-୮-ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ସୁଦ୍ଧା ବ୍ୟାଙ୍କର ମୋଟ୍ କାରବାର ୩.୭୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ଗତ ବର୍ଷ ସମାନ ସମୟରେ ଏହା ୩.୬୫ ଲକ୍ଷ କୋଟି ଟଙ୍କା ରହିଥିଲା।…
ୟୁବିଆଇର ଆର୍ଥିକ ଫଳାଫଳ ଘୋଷଣା
ଭୁବନେଶ୍ୱର,୨-୮-ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ବ୍ୟାଙ୍କର ମୋଟ ବାଣିଜ୍ୟ କାରବାର ୨.୦୫ ଲକ୍ଷ କୋଟି ଟଙ୍କା ଟପିଛି। ବ୍ୟାଙ୍କର ଜମା ୧.୩୨ ଲକ୍ଷ କୋଟି ଟଙ୍କା ରହିଥିବା…
Archives


