ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ)
ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ ସି.ଏସ୍‌. ଟ୍ରେଡ ଲିଙ୍କ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ବିଜୟ ଦୁଗର ଶୁଭାରମ୍ଭ କରିଛନ୍ତି। ଗ୍ରାହକଙ୍କୁ ଆପଲ୍‌ ପ୍ରଡକ୍ଟର ଶ୍ରେଷ୍ଠ ଅନୁଭୂତି ପ୍ରଦାନ ଲାଗି ଏଭଳି ଏକ ଷ୍ଟୋର ଓଡିଶାରେ ପ୍ରଥମ ଥର ଲାଗି ଖୋଲାଯାଇଥିବା ଦୁଗର୍‌ କହିଛନ୍ତି। ଏଠାରେ ଆପଲ୍‌ ଆଇଫୋନ ଏକ୍ସଏସ୍‌, ଆଇଫୋନ ଏକ୍ସଆର୍‌, ମ୍ୟାକ୍‌ବୁକ ଏୟାର, ମ୍ୟାକ୍‌ବୁକ୍‌ ପ୍ରୋ ଏବଂ ଆପଲ୍‌ ଓ୍ବାଚ୍‌ ସିରିଜ ରହିଛି। ଗ୍ରାହକଙ୍କୁ ସୁଲଭତା, ଭରଷା, ଉନ୍ନତ ସେବା, ଉପଲବ୍ଧତା ଦ୍ୱାରା ସ୍ବତନ୍ତ୍ର କ୍ରୟ ଅଭିଜ୍ଞତା ପ୍ରଦାନ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି। ମଲ୍‌ର ଅପର୍‌ ଗ୍ରାଉଣ୍ଡ ଫ୍ଲୋରରେ ଷ୍ଟୋରଟି ଅବସ୍ଥିତ। ଏଠାରେ ଏକ ତାଲିମ ପ୍ରାପ୍ତ ଟିମ୍‌ ରହିଛି।
ଏହା ବାଦ୍‌ ଷ୍ଟୋରରେ ହାଇଏଣ୍ଡ ମ୍ୟୁଜିକ ଉପକରଣ ଯଥା- ବୋସ ସ୍ପିକର, ହେଡ୍‌ ସେଟ, ଆଙ୍କର ସାଉଣ୍ଡ ସିଷ୍ଟମ, ବିଟ୍‌ ହେଡଫୋନ, ଆପଲ ଆସେସୋରିଜ, ଆଇଫୋନ କଭର ବ୍ୟତୀତ ଆଇଫୋନ ଉପରେ ୬ ମାସର ସ୍କ୍ରିନ ରିପ୍ଲେସମେଣ୍ଟ ମାଗଣାରେ ଉପଲବ୍ଧ। ଷ୍ଟୋରରେ ଇଏମ୍‌ଆଇ ସୁବିଧା ଏବଂ ବାଏବ୍ୟାକ୍‌ ସ୍କିମ ରହିଛି। ସହଜ କିସ୍ତିରେ ପ୍ରଡକ୍ଟ କିଣିବାକୁ ଗ୍ରାହକ ସକ୍ଷମ ହୋଇ ପାରିବେ। ୩ ମାସରୁ ୨ ବର୍ଷ ଅବଧିର ମାସିକ ସ୍କିମ ଗ୍ରାହକ ଚୟନ କରିପାରିବେ। ସେହିଭଳି ଛାତ୍ରୀଛାତ୍ର ଏବଂ ବ୍ୟବସାୟ ବର୍ଗର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ଗ୍ରାହକ ପାଇପାରିବେ ବୋଲି ଆଇଡେଷ୍ଟିନି ବିଜନେସ ହେଡ ରାଜଶ୍ରୀ ବାନାର୍ଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri