ବାଣିଜ୍ୟ

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ରାଜ୍ୟଗୁଡିକର ଉଦ୍‌ବେଗ

ନୂଆଦିଲ୍ଲୀ,୨୧-୧୧: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନକୁ ନେଇ ବିଭିନ୍ନ ରାଜ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ରାଜ୍ୟଗୁଡିକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା କହିଛନ୍ତି। ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ,କେରଳ ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ମିଳିତ…

ଟୟୋଟାର ନୂଆ ଡ୍ରାଇଭିଂ ସ୍କୁଲ ଉନ୍ମୋଚିତ

ଭୁବନେଶ୍ୱର,୨୧-୧୧(ବ୍ୟୁରୋ): ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଡ୍ରାଇଭିଂ ସ୍କୁଲ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟି ଟୟୋଟା ଶୋ’ରୁମଠାରେ ବୁଧବାର ଉନ୍ମୋଚିତ ହୋଇଛି। ଏହା କମ୍ପାନୀର ୧୩ତମ ଡ୍ରାଇଭିଂ ସ୍କୁଲ ହୋଇଥିବା ବେଳେ ସଡକ ସୁରକ୍ଷାକୁ ଧ୍ୟାନରେ ରଖି ଏହାକୁ…

ବ୍ୟାଙ୍କ ଜମା ବୀମା କ୍ଷେତ୍ରରେ ଭାରତ ବହୁ ପଛରେ

ନୂଆଦିଲ୍ଲୀ, ୨୦-୧୧: ବ୍ୟାଙ୍କରେ ଗ୍ରାହକ ଜମା କରୁଥିବା ଅର୍ଥ ଉପରେ ମିଳୁଥିବା ବୀମା ଭାରତରେ ୧ ଲକ୍ଷ ଟଙ୍କା ରହିଛି। ସାରା ବିଶ୍ୱ କଥା ବିଚାର କଲେ ଉକ୍ତ ବର୍ଗରେ ଭାରତରେ ବୀମା ସବୁଠାରୁ କମ୍‌ ରହିଛି। ବ୍ରାଜିଲରେ ଏହା ୪୨…

ୟୁରୋପରେ ୩ ହଜାର କର୍ମଚାରୀ ଛଟେଇ କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ,୨୦-୧୧: ପ୍ରମୁଖ ଇସ୍ପାତ ନିର୍ମାଣକାରୀ କମ୍ପାନୀ ଟାଟା ଷ୍ଟିଲ ଏୟାର ୟୁରୋପସ୍ଥିତ ୟୁନିଟରୁ ୩ ହଜାର କର୍ମଚାରୀ ଛଟେଇ କରିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି। ପୁନର୍ଗଠନ ଏବଂ ଖର୍ଚ୍ଚ କାଟ ଯୋଜନା ମୁତାବକ କମ୍ପାନୀ ଏଭଳି ପଦକ୍ଷେପ ହାତକୁ ନେଇଛି।…

୨ ବର୍ଷରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥର

ନୂଆଦିଲ୍ଲୀ,୨୦-୧୧: ଗତ ୨ ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥରସ୍ଥିତିକୁ ଚାଲି ଆସିଥିବା ଏକ ନୂଆ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭-୧୮ରେ ନିଯୁକ୍ତି ଅଭିବୃଦ୍ଧି ହ୍ରାସ ଘଟି ୩.୯% ରହିଥିବା ବେଳେ ଏହା ୨୦୧୮-୧୯ରେ ୨.୮%କୁ ଖସିଥିବା କେୟାର ରେଟିଂ…

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୯୫,୭୬୦ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୨୦-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷର ୬ ମାସ ମଧ୍ୟରେ ଦେଶ ମଧ୍ୟରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୯୫,୭୬୦ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏପ୍ରିଲ-ସେପ୍ଟେମ୍ବର ସମୟରେ ବ୍ୟାଙ୍କଗୁଡିକରେ ୫୭୪୩ ଠକେଇ…

୯.୫ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ହାସଲ କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଦେଶର ପ୍ରଥମ କମ୍ପାନୀ ହିସାବରେ ୯.୫୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର ମଙ୍ଗଳବାର ପୁଞ୍ଜୀବଜାରରେ କମ୍ପାନୀର ଷ୍ଟକ ଇଣ୍ଟ୍ରା ଡେ କାରବାର ସମୟରେ ୩% ବଢି ୧୫୦୮.୪୫…

ରେଳ ବୋର୍ଡରୁ ବାଦ୍‌ ପଡ଼ିବେ ୨୫% ଅଧିକାରୀ

ନୂଆଦିଲ୍ଲୀ,୨୦-୧୧: ରେଳବୋର୍ଡରୁ ୨୫% କର୍ମଚାରୀ ବାଦ ଦେବା ଲାଗି ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ ରେଲଓ୍ବେ ୨୫% କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦେବ। ବୋର୍ଡର ସଦସ୍ୟଙ୍କ ସଂଖ୍ୟା ୨୦୦ରୁ ୧୫୦କୁ ହ୍ରାସ କରିବାକୁ ରେଲଓ୍ବେ ଏଭଳି…

ଟାରିଫ ବଢାଇବ ଜିଓ

ନୂଆଦିଲ୍ଲୀ,୨୦-୧୧: ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ ଏହାର ସେବା ମୂଲ୍ୟ ବଢାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ…

ପାସେଞ୍ଜର ଯାନର ରିଟେଲ ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୨୦-୧୧: ଚଳିତ ବର୍ଷ ଅକ୍ଟୋବରରେ ପାସେଞ୍ଜର ଯାନର ରିଟେଲ ବିକ୍ରିରେ ୧୧% ବୃଦ୍ଧି ଘଟି ୨.୪୮ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଯାନ ବିକ୍ରିରେ ଏଭଳି ବୃଦ୍ଧିଥିବା ଜଣାପଡିଛି। ପାର୍ବଣ ଚାହିଦା ଯୋଗୁ ବିକ୍ରିରେ ଉନ୍ନତି…

ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ ଲେଭଲରେ ଆସନ୍ତା ଗୋଟିଏ ବର୍ଷରେ ଏହି ଛଟେଇ ହୋଇପାରେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ…

‘ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ରହିବ’

ନୂଆଦିଲ୍ଲୀ,୧୯-୧୧:ଜିଡ଼ିପି ଖସିବା ସତ୍ତ୍ୱେ ମଧ୍ୟ ଭାରତ ଦ୍ରୁତ ଅଭିବୃଦ୍ଧଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାକୁ ସକ୍ଷମ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକସଭାରେ ସୋମବାର ମାନ୍ଦାବସ୍ଥାକୁ ନେଇ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୀତାରାମନ କହିଛନ୍ତି ଯେ, ଜି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?