ଜାନୁୟାରୀରେ ୧୦ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ,୧-୧: ୨୦୨୦ ଜାନୁୟାରୀରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ୨୦୨୦ ପ୍ରଥମ ମାସରେ ବିଭିନ୍ନ ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି। ପହିଲା ଦିନ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ। ୧୧ ଜାନୁୟାରୀ ଶନିବାର ମିଶନାରୀ ଡେ ଥିବା ବେଳେ ମିଜୋରାମରେ ବ୍ୟାଙ୍କ ଛଟି ରହିବ। ୧୫ ଜାନୁୟାରୀରେ ଭୋଗି, ପୋଙ୍ଗଲ, ଭୋଗଲୀ, ମକର ସଂକ୍ରାନ୍ତି,ବିହୁ ଏବଂ ଲୋହଡି ପର୍ବ ଯୋଗୁ ଆନ୍ଧ୍ର ପ୍ରଦେଶ, କର୍ନାଟକ, ତେଲେଙ୍ଗାନା, ପଞ୍ଜାବ, ଆସାମ ଏବଂ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ। ୧୬ ଜାନୁୟାରୀରେ ତିରୁବଲୁବର ଦିବସ ଯୋଗୁ ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ତାମିଲନାଡୁ, ୧୭ ଜାନୁୟାରୀରେ ଉଜାବୁର ଥିରୁନଲ ପାଇଁ ପୁଡୁଚେରୀ,ଥିରୁନଲ, ୧୮ ଜାନୁୟାରୀରେ ଦ୍ୱିତୀୟ ଶନିବାର ଲାଗି ସାରା ଦେଶରେ ଛୁଟି, ୨୩ ଜାନୁୟାରିରେ ନେତାଜୀ ଜୟନ୍ତି ଯୋଗୁ ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ଏବଂ ଓଡିଶାରେ ବ୍ୟାଙ୍କ ଛୁଟି ରହିବ। ସେହିଭଳି ୨୫ ଜାନୁୟାରୀରେ ସୋନମ ଲୋଚର ଏବଂ ହିମାଞ୍ଚଳ ଷ୍ଟେଟହୁଡ ଡେ ଯୋଗୁ ସିକିମ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ। ୩୦ ଜାନୁୟାରୀରେ ବସନ୍ତ ପଞ୍ଚମୀ ଯୋଗୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଏବଂ ୩୧ ଜାନୁୟାରୀରେ ମେ-ଡାମ-ମେ କି ଯୋଗୁ ଆସାମରେ ବ୍ୟାଙ୍କ ଛୁଟି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri