ନିୟନ୍ତ୍ରଣ ବାହାରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧: ଦେଶର ବିତ୍ତୀୟ ନିଅଣ୍ଟ ଚଳିତ ଆର୍ଥତ୍କ ବର୍ଷ ଅଣାୟତ୍ତ ହେବାରେ ଲାଗିଛି। ଏହା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବେଳେ ବଜେଟର ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଟପି ନଭେମ୍ବର ଶେଷ ସୁଦ୍ଧା ୧୧୪.୮% ବା ୮.୦୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ସରକାର ସଂଗ୍ରହ କରୁଥିବା ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଉଥିବା ବେଳେ ଏହା ନଭେମ୍ବର ୩୦ ସୁଦ୍ଧା ୮,୦୭, ୮୩୪ କୋଟି ଟଙ୍କା ରହିଥିବା କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ(ସିଜିଏ) ଡାଟାରୁ ସମ୍ନାକୁ ଆସିଛି। ଗୋଟିଏ ବର୍ଷ ତଳେ ସମାନ ମାସରେ ବିତ୍ତୀୟ ନିଅଣ୍ଟ ବଜେଟ ଲକ୍ଷ୍ୟର ୧୧୪.୮% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଲାଗି ବିତ୍ତୀୟ ନିଅଣ୍ଟକୁ ୭.୦୩ ଲକ୍ଷ କୋଟି ଟଙ୍କାରେ ସୀମିତ ରଖିବା ଲାଗି ସରକାର ଲକ୍ଷ୍ୟ ରଖିଥିଲେ, ଯାହା ମୋଟ ଜିଡିପିର ୩.୩%। ସେପ୍ଟେମ୍ବରରେ ସରକାର କର୍ପୋରେଟ ଟିକସ ହ୍ରାସ କରିବା ଯୋଗୁ ରାଜକୋଷ ଉପରେ ଏହା ୧.୪୫ ଲକ୍ଷ କୋଟି ଟଙ୍କାର ପ୍ରଭାବ ପକାଇଛି। ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହା ଜିଏସ୍‌ଟି ରାଜସ୍ବ ସଂଗ୍ରହରେ ବାଧା ସୃଷ୍ଟି କରୁଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସମସ୍ତ ବିଭାଗକୁ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସ ଖର୍ଚ୍ଚକୁ ୨୫% ଯାଏ କମ୍‌ କରିବାକୁ କହିଛନ୍ତି। ସରକାର ନଭେମ୍ବର ଶେଷ ସୁଦ୍ଧା ୧୦.୧୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଟିକସ ରାଜସ୍ବରୁ ୭.୫୦ ଲକ୍ଷ କୋଟି, ଅଣ ଟିକସ ରାଜସ୍ବରୁ ୨.୩୨ ଲକ୍ଷ କୋଟି, ଅଣ ଋଣ ପୁଞ୍ଜି ହାସଲ ବାବଦ ୨୯ ହଜାର କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷରେ ମୋଟ ରାଜସ୍ବ ୧୯.୬୨ ଲକ୍ଷ କୋଟି ଟଙ୍କା ରହିବ ବୋଲି କୁହାଯାଇଛି। ସେହିଭଳି ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜୁଲାଇ-ସେପ୍ଟେମ୍ବର ସମୟରେ ମୋଟ ଜିଡିପିର ୦.୯% ବା ୬.୩ ବିଲିୟନ ଡଲାର ରହିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ କମିଥିବା ଜଣାପଡିଛି। ୨୦୧୮-୧୯ ସମାନ ସମୟରେ ସିଏଡି ମୋଟ ଜିଡିପିର ୨.୯% ବା ୧୯ ବିଲିୟନ ଡଲାର ରହିଥିଲା। ୨୦୧୯ ଜୁନରେ ଶେଷ ହୋଇଥିବା ତ୍ରୈମାସରେ ସିଏଡି ମୋଟ ଜିଡିପିର ୨% ବା ୧୪.୨ ବିଲିୟନ ଡଲାର ଥିଲା। ଦେଶ ମଧ୍ୟରେ କେତେ ପରିମାଣର ବିଦେଶୀ ମୁଦ୍ରା ଆସିଲା ଏବଂ କେତେ ପରିମାଣ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି ତା ମଧ୍ୟରେ ଥିବା ଅନ୍ତରକୁ ସାଧାରଣତଃ ସିଏଡି ଭାବେ ବିଚାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri