ଅର୍ଥ ସଙ୍କଟରେ ଏୟାର ଇଣ୍ଡିଆ:ବିଡର ନ ମିଳିଲେ ୬ ମାସରେ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩୧-୧୨: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ଯଦି ବିଡର ନ ମିଳନ୍ତି ତେବେ ଆଗାମୀ ୬ ମାସ ମଧ୍ୟରେ ଏହା ବନ୍ଦ ହେବାର ଆଶଙ୍କା ଉପୁଜିଛି। ବିମାନ କମ୍ପାନୀକୁ ଯୋଗାଡ ଦ୍ୱାରା ବେଶିଦିନ ଧରି ଚଳାଇ ରଖିବା କଷ୍ଟକର। ଯଦି ଏୟାର ଇଣ୍ଡିଆକୁ କିଣିବା ଲାଗି କେହି ବିଡର ନ ଆସନ୍ତି ତେବେ ବାଧ୍ୟ ହୋଇ ଏହାକୁ ବନ୍ଦ କରିବାକୁ ପଡିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଏହି ବିମାନ କମ୍ପାନୀ ଘୋର ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହାର ପରିଚାଳନା ଲାଗି ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇପଡୁଛି। କମ୍ପାନୀ ନିକଟରେ ଥିବା ୧୨ ନ୍ୟାରୋ ବଡି ବିମାନ ଏବେ ଗ୍ରାଉଣ୍ଡରେ ରହିଛି। ଏହାକୁ ଠିକ୍‌ କରି ଚଳାଇବା ଲାଗି ପାଣ୍ଠିର ଅଭାବ ରହିଛି। ଏଣୁ ବିମାନ କମ୍ପାନୀକୁ ଆଗାମୀ ଦିନରେ ପରିଚାଳନା କରିବା ଅନିଶ୍ଚିତତା ଉପୁଜିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ବିମାନ କମ୍ପାନୀ ଉପରେ ୬୦,୦୦୦ କୋଟି ଟଙ୍କାର ଋଣ ଭାର ରହିଛି। ଏହି ବିମାନ କମ୍ପାନୀକୁ ନିଲାମ କରିବା ଲାଗି ସରକାର ପ୍ରକ୍ରିୟା ଜାରି ରଖିଛନ୍ତି।
ବିମାନ କମ୍ପାନୀରେ ଆଉ ଅର୍ଥ ଲଗାଇବା ନେଇ ସରକାର ଚାହୁଁନାହାନ୍ତି। ଏହାକୁ ନିଲାମ କରିବା ଲାଗି ପ୍ରକ୍ରିୟା ଚାଲୁ ରହିଛି। ଯୋଗାଡ ଦ୍ୱାରା ଏୟାର ଇଣ୍ଡିଆ ଚାଲିଥିବା ବେଳେ ଏହି ପ୍ରକ୍ରିୟା ବେଶି ଦିନ ତିଷ୍ଠିବା ଭଳି ଦେଖାଯାଉ ନ ଥିବା ଅଧିକାରୀ କହିଛନ୍ତି। ୨୦୧୧-୧୨ ଆର୍ଥତ୍କ ବର୍ଷ ପରଠାରୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏୟାର ଇଣ୍ଡିଆକୁ ୩୦,୫୨୦ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିଛନ୍ତି। ଉପା ସରକାରଙ୍କ ସମୟରେ ଟର୍ନ ଆରାଉଣ୍ଡ ଯୋଜନା ଦ୍ୱାରା ଏହି ବିମାନ କମ୍ପାନୀକୁ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରାଯାଇଥିଲା। ଏହି ଅର୍ଥ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ପରିଚାଳନା ଗତ ଆବଶ୍ୟକତା ପୂରଣ ଲାଗି ଏହି କମ୍ପାନୀ ୨୪୦୦ କୋଟି ଟଙ୍କାର ସୋଭରେନ ଗ୍ୟାରେଣ୍ଟି ଚାହଁୁଛି। ମାତ୍ର ସରକାର ୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଏଭଳି ସ୍ଥିତିରେ ଏୟାର ଇଣ୍ଡିଆକୁ ଚଳାଇ ରଖିବା କଷ୍ଟକର ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି। ଯଦି ଠିକ୍‌ ସମୟରେ ବିମାନ କମ୍ପାନୀକୁ କ୍ରୟ ଲାଗି କେହି ଆସନ୍ତି ନାହିଁ ତେବେ ବାଧ୍ୟ ହୋଇ ଏହାକୁ ବନ୍ଦ କରାଯିବା ନେଇ ସେ ମତ ରଖିଛନ୍ତି।
ଦୀର୍ଘ ୨୫ ବର୍ଷ ଧରି ବିମାନ ସେବା ଯୋଗାଉଥିବା ଜେଟ ଏୟାରଓ୍ବେଜ ଅର୍ଥ ଅଭାବରୁ ବନ୍ଦ ହୋଇଗଲା। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଏୟାର ଇଣ୍ଡିଆର କ୍ଷତି ପ୍ରାୟ ୮୫୫୫ କୋଟି ଟଙ୍କା ହେବ। କମ୍ପାନୀ ଉପରେ ୬୦ ହଜାର କୋଟି ଟଙ୍କାର ଋଣ ମଧ୍ୟ ରହିଛି। ଏହି ପ୍ରସଙ୍ଗ ଉପରେ ଏୟାର ଇଣ୍ଡିଆର ମତାମତ ମିଳିପାରି ନାହିଁ। ଉକ୍ତ ବିମାନ କମ୍ପାନୀର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟରନେଟିଭ ମେକାନିଜିମ (ଏଆଇଏସ୍‌ଏଏମ୍‌)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଚତୁର୍ଥ ସପ୍ତାହରେ ସରକାର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। ନିବେଶକଙ୍କୁ ବୋର୍ଡକୁ ଆଣିବା ଏବଂ ଟ୍ରାଞ୍ଜାକଶନ ପ୍ରକ୍ରିୟା ଶେଷ କରିବାକୁ ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିବ। ଆସନ୍ତା ମାସ ପ୍ରାରମ୍ଭ ବେଳକୁ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏବେ ଘରୋଇ ବିମାନ ଶିଳ୍ପ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ଏୟାର ଇଣ୍ଡିଆ ଲାଗି ନିବେଶକ ଖୋଜିବା ସରକାରଙ୍କ ଲାଗି କଷ୍ଟକର ହେବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri