ବାଣିଜ୍ୟ

ଏଣିକି ଧମକପୂର୍ଣ୍ଣ ଚିଠି ପଠାଇବ ନାହିଁ ଆୟକର ବିଭାଗ;ରିଟର୍ନରେ ତ୍ରୁଟି ଥିଲେ ବନ୍ଧୁତ୍ୱପୂର୍ଣ୍ଣ ମେସେଜ୍‌ ଆସିବ

ନୂଆଦିଲ୍ଲୀ,୧୯-୮: ଆୟକର ବିଭାଗ ଦେଶରେ ଟିକସ ଆତଙ୍କବାଦ ଚଳାଇଛି ବୋଲି ଉଦ୍ୟୋଗ ଜଗତ ଏବଂ ବ୍ୟକ୍ତିଗତ ଟିକସଦାତା ଅଭିଯୋଗ କରିଆସୁଛନ୍ତି। ସରକାର ଯେତେ ଯାହା କହିଲେ ମଧ୍ୟ ଆୟକର ଅଧିକାରୀଙ୍କ ମନୋଭାବରେ ପରିବର୍ତ୍ତନ ହେଉଥିବାର ଦେଖାଯାଉନାହିଁ। ଆୟକର ଅଧିକାରୀମାନେ ଟିକସଦାତାଙ୍କ ପ୍ରତି…

ଆମେରିକାର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୧୯-୮: ଆମେରିକାରେ ଭାରତର ନିବେଶ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେ ଦେଶର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି ପାଇ ଜୁନ୍‌ ଶେଷ ସୁଦ୍ଧା ୧୬୨.୭୦ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହା ଅତିକମ୍‌ରେ ଗୋଟିଏ ବର୍ଷର…

କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର

ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ପାଇଁ ବିଚାର କରାଯାଉଛି। ଆଇବିସିର ଫ୍ରେଶ୍‌ ଷ୍ଟାର୍ଟ ବ୍ୟବସ୍ଥା ଅଧୀନରେ ଏହା…

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସ୍ତରରୁ ପରାମର୍ଶ ଗ୍ରହଣ

ନୂଆଦିଲ୍ଲୀ, ୧୯-୮: ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କଗୁଡିକର ଯୋଗଦାନ ତଥା ଆଗାମୀ କାର୍ଯ୍ୟପନ୍ଥା ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସେମାନଙ୍କ ଶାଖା ସ୍ତରରୁ ପରାମର୍ଶ ଗ୍ରହଣ କରିଛି। ସାରା ଦେଶରେ ଚଳିତ ମାସ ୧୭…

ଅଟୋ ଡିଲରଙ୍କ ଲାଗି ଏସ୍‌ବିଆଇର ପଦକ୍ଷେପ;ଋଣ ପୈଠ ଅବଧି ବଢାଇଲା

ନୂଆଦିଲ୍ଲୀ, ୧୯-୮: ଘରୋଇ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥିଯୋଗୁ ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ବନ୍ଦ କରୁଥିବା ଦେଖାଯାଉଛି। ସେହିଭଳି ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଡିଲରଶିପଗୁଡିକ ବିଭିନ୍ନ କାରଣଯୋଗୁ ବନ୍ଦ ହୋଇ…

ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ

ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା। ଇସ୍‌ଲାମାବାଦ୍‌ର ଅନୁରୋଧକ୍ରମେ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲା ଉଠାଇଥିଲା। ତେବେ ସୁରକ୍ଷା…

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ…

ସିସିଡିର ବକେୟା ଋଣ ହଜାର କୋଟିକୁ କମିବ

ନୂଆଦିଲ୍ଲୀ,୧୮-୮: ଲୋକପ୍ରିୟ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ବକେୟା ଋଣ ଭାର ୧ ହଜାର କୋଟି ଟଙ୍କାକୁ ଖସି ଆସିବ ବୋଲି ଏହାକୁ ପରିଚାଳନା କରୁଥିବା କ୍ୟାଫେ ଡେ ଏଣ୍ଟରପ୍ରାଇଜେସ ପକ୍ଷରୁ ଶନିବାର ପ୍ରକାଶ କରାଯାଇଛି। ଷ୍ଟକ୍‌ ମାର୍କେଟକୁ ସୂଚନାଦେଇ…

ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ, ରିଫାଇନର କିମ୍ବା କଲେକ୍ସନ ଓ ପିଓରିଟି ଟେଷ୍ଟିଙ୍ଗ ସେଣ୍ଟର(ସିପିଟିସି)ରେ ଜମା କରିପାରିବେ। ପୂର୍ବରୁ ଏହି…

ଦୁଆରେ ପେଟ୍ରୋଲ ପହଞ୍ଚାଇବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ; ଡିଜେଲ ଯୋଗାଣ ଆଉ ୨୦ ସହରକୁ ବ୍ୟାପିବ

ନୂଆଦିଲ୍ଲୀ,୧୮ -୮: ଦେଶର ୩୫ ସହରରେ ଘର ଦୁଆରେ ଡିଜେଲ ଯୋଗାଣରେ ସଫଳତା ହାସଲ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପେଟ୍ରୋଲ ଯୋଗାଇବାକୁ ସ୍ଥିର କରିଛନ୍ତି। ସେହିପରି ଡିଜେଲ ଯୋଗାଣକୁ ଆହୁରି ୨୦ ସହରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି…

ଟିକସ ଅଧିକାରୀଙ୍କ ମାନସିକତା ବଦଳିବା ଦରକାର:ସୀତାରାମନ୍‌

ଅହମ୍ମଦାବାଦ,୧୮-୮: ଉଦ୍ୟୋଗ ଜଗତ ପକ୍ଷରୁ ‘ଟିକସ ଆତଙ୍କବାଦ’ ଅଭିଯୋଗ ଅଣାଯାଉଛି। ଏହି କାରଣରୁ ଦେଶର ଟିକସ ଆଦାୟ ବ୍ୟବସ୍ଥାକୁ ଟେକ୍ନୋଲୋଜି ଆଧାରିତ କରିବା ଜରୁରୀ ହୋଇପଡିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ଟିକସ ଅଧିକାରୀମାନଙ୍କ ମାନସିକତାରେ ପରିବର୍ତ୍ତନ କରିବାର…

ଦୀପାବଳି ସୁଦ୍ଧା ସୁନା ୪୦ ହଜାର ଛୁଇଁବ

ନୂଆଦିଲ୍ଲୀ,୧୮ -୮: ବିଶ୍ୱରେ ଭୂ-ରାଜନୈତିକ ଓ ବାଣିଜ୍ୟ ଯୁଦ୍ଧ କାରଣରୁ ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୀପାବଳି ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସାଧାରଣତଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri