ଦୁଆରେ ପେଟ୍ରୋଲ ପହଞ୍ଚାଇବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ; ଡିଜେଲ ଯୋଗାଣ ଆଉ ୨୦ ସହରକୁ ବ୍ୟାପିବ

ନୂଆଦିଲ୍ଲୀ,୧୮ -୮: ଦେଶର ୩୫ ସହରରେ ଘର ଦୁଆରେ ଡିଜେଲ ଯୋଗାଣରେ ସଫଳତା ହାସଲ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପେଟ୍ରୋଲ ଯୋଗାଇବାକୁ ସ୍ଥିର କରିଛନ୍ତି। ସେହିପରି ଡିଜେଲ ଯୋଗାଣକୁ ଆହୁରି ୨୦ ସହରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୦୦ ଘର ଦୁଆରେ ପେଟ୍ରୋଲ ଯୋଗାଣ କେନ୍ଦ୍ର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଚ୍‌ପିସିଏଲ୍‌ ସିଏମ୍‌ଡି ଏମ୍‌.କେ. ସୁରାନା କହିଛନ୍ତି ଯେ, ଘର ଦୁଆରେ ତୈଳ ଯୋଗାଣ ଯୋଜନା ବେଶ୍‌ ସଫଳ ହୋଇଛି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ସୁରକ୍ଷା ଓ ନିୟାମକ ଦୃଷ୍ଟିକୋଣକୁ ଆପଣାଇ ଘର ଦୁଆରେ ତୈଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାର ଯୋଜନା ରହିଛି। ତେବେ ଦ୍ୱାରଦେଶରେ ଡିଜେଲ ଯୋଗାଣ ଲାଗି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ଅନୁମତି ମିଳିଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍‌ଟି ଅର୍ଗାନାଇଜେଶନ(ପେସୋ)ଠାରୁ ପେଟ୍ରୋଲ ଯୋଗାଣ ଲାଗି ଅନୁମତି ମିଳିଯିବ ବୋଲି ସେ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଏବେ ୩୫ ସହରର ଦ୍ୱାର ଦେଶରେ ଡିଜେଲ ଯୋଗାଣ ହେଉଛି। ତନ୍ମଧ୍ୟରେ ଆଇଓସି ୧୫, ବିପିସିଏଲ ୧୩ ଓ ୭ ସହରରେ ଏଚପିସିଏଲ୍‌ ଡିଜେଲ ଯୋଗାଉଛି। ତେବେ ଅଧିକ ପରିମାଣରେ ତେଲ କିଣୁଥିବା ଗ୍ରାହକଙ୍କୁ ହିଁ ତେଲ ଯୋଗାଇ ଦିଆଯାଉଛି। ନିୟମ ଅନୁଯାୟୀ, ୨୫୦୦ ଲିଟରରୁ ଅଧିକ ତେଲ କିଣୁଥିବା ଗ୍ରାହକଙ୍କ ନିକଟରେ ପେସୋ ଲାଇସେନ୍ସ ରହିବା ଆବଶ୍ୟକ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଇଓସି ୪, ବିପିସିଏଲ୍‌ ୧୦ ଏବଂ ଏଚ୍‌ପିସିଏଲ୍‌ ୬ ସହରରେ ଦ୍ୱାରଦେଶରେ ପେଟ୍ରୋଲ ଯୋଗାଣ ପାଇଁ ଲାଇସେନ୍ସ ପାଇବ। ତୈଳ କମ୍ପାନୀଗୁଡ଼ିକଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଶିଳ୍ପାଞ୍ଚଳ କୁହାଯାଉଥିବା ନଭି ମୁମ୍ବାଇରେ ମାସକୁ ସର୍ବାଧିକ ୧୫୦ କିଲୋଲିଟର ଡିଜେଲ ଦ୍ୱାରଦେଶରେ ଯୋଗାଣ ହୋଇଛି। ଏହାଛଡ଼ା ଜୋର୍‌ହାଟ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ ଓ ଉଦୟପୁରରେ ଅଧିକ ପରିମାଣରେ ଡିଜେଲ ଯୋଗାଣ ହେଉଛି। ଡିସ୍‌ପେନ୍ସିଂ ମେଶିନ ଲାଗିଥିବା କ୍ଷୁଦ୍ର ଗାଡି ମାଧ୍ୟମରେ ଘର ଦୁଆରେ ଡିଜେଲ ଯୋଗାଣ ଚାଲିଛି। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସିର ଆକଳନ ଅନୁଯାୟୀ, ଭାରତରେ ଡିଜେଲ ଚାହିଦା ୨୦୩୦ ସୁଦ୍ଧା ୧୬୩ ମିଲିୟନ ଟନରେ ପହଞ୍ଚତ୍ବ। ଆର୍ଥିକ ବର୍ଷ ୨୦୧୯ରେ ଦେଶରେ ଡିଜେଲ ବ୍ୟବହାର ୮୩.୫୨ ମିଲିୟନ ଟନ ରହିଛି, ଯାହା କି ଆର୍ଥିକ ବର୍ଷ ୨୦୧୮ରେ ୮୧.୦୭୩ ମିଲିୟନ ଟନ ଠାରୁ ୩% ଅଧିକ। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ପେଟ୍ରୋଲ ଚାହିଦା ୪୯ ମିଲିୟନ ଟନକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆର୍ଥିକ ବର୍ଷ ୨୦୧୯ରେ ଏହା ୨୮.୨୮ ମିଲିୟନ ଟନ ରହିଛି ,ଯାହା କି ଆର୍ଥିକ ବର୍ଷ ୨୦୧୮ର ୨୬.୧୭୪ ମିଳିୟନ ଟନ ଠାରୁ ୮ ପ୍ରତିଶତ ଅଧିକ। ଚାହିଦାକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ଆହୁରି ୭୮,୫୦୦ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ପାଇଁ ବିଡ୍‌ ଆହ୍ବାନ କରିଛନ୍ତି। ୯୫ ପ୍ରତିଶତ ସ୍ଥାନରୁ ଏଥିପାଇଁ ଆଗ୍ରହ ପ୍ରଦର୍ଶନ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୧୦୦ ପମ୍ପ ପ୍ରତିଷ୍ଠା ପାଇଁ ଆଗ୍ରହପତ୍ର ଜାରି କରାଯାଇସାରିଛି। ଜୁନ୍‌ ସୁଦ୍ଧା ଭାରତରେ ୬୪,୯୭୬ ପେଟ୍ରୋଲ ପମ୍ପ ରହିଛି। ତନ୍ମଧ୍ୟରେ ଆଇଓସିର ୨୭,୮୦୦, ଏଚ୍‌ପିସିଏଲ୍‌ର ୧୫,୪୭୧ ଓ ବିପିସିଏଲ୍‌ର ୧୪,୯୦୩ ପମ୍ପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri