ଆଖୁରସରୁ ଇଥାନଲ୍ ପ୍ରସ୍ତୁତି ଉପରୁ କଟକଣା ଉଠିଲା
ଭୁବନେଶ୍ୱର,୩୧।୮(ଅନୁରାଧା ମହାରଣା): ଚିନି ମିଲ୍ କ୍ଷେତ୍ରରେ ଏକ ଆଶ୍ୱସ୍ତିକର ଖବର ଆସିଛି। ସରକାର ଗତ ବର୍ଷ ଲଗାଇଥିବା କଟକଣାକୁ ପ୍ରତ୍ୟାହାରକରି ଇଥାନଲ୍ ଯୋଗାଣ ବର୍ଷ (ଇଏସ୍ଓ୍ବାଇ) ୨୦୨୪-୨୫ରେ ଇଥାନଲ୍ ଉତ୍ପାଦନ ପାଇଁ ଆଖୁରସ ଏବଂ ଚିନି ସିରପ ବ୍ୟବହାରକୁ ଅନୁମତି ଦେଇଛନ୍ତି।…
ଇଭି ପ୍ଲାଟ୍ଫର୍ମ ‘ଇଭିଫିନ୍’ର ଶୁଭାରମ୍ଭ
ନୂଆଦିଲ୍ଲୀ,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏକ ଅଣ ବ୍ୟାଙ୍କିିଙ୍ଗ୍ ଫାଇନାନ୍ସିଆଲ କମ୍ପାନୀ (ଏନ୍ବିଏଫ୍ସି) ଗ୍ରୀଭ୍ସ ଫାଇନାନ୍ସ ଲିମିଟେଡ୍ ଭୁବନେଶ୍ୱରରେ ଏକ ଇଭି-ପ୍ରାଧାନ୍ୟକାରୀ ପ୍ଲାଟ୍ଫର୍ମ ‘ଇଭିଫିନ୍’ର ଶୁଭାରମ୍ଭ କରିଛି। ଏପରିକି ଇଭିଫିନ୍ ଭାରତର ପ୍ରଥମ ଇଭି…
ପୂର୍ବୋଦୟ ବିକାଶ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ସହଭାଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ୍ ଶୋ’ ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଶୁଭାରମ୍ଭ…
GDP ଅଭିବୃଦ୍ଧିରେ ହ୍ରାସ: ଏପ୍ରିଲ-ଜୁନ୍ ତ୍ରୈମାସରେ ଧିମା ହେଲା ଅର୍ଥନୀତିର ଗତି
ନୂଆଦିଲ୍ଲୀ,୩୦।୮: ଦେଶର ଅର୍ଥନୀତି ପାଇଁ ଆସିଛି ଖରାପ ଖବର। ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି। ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭% କୁ ହ୍ରାସ…
ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଫାଲ୍କନ୍: ଏହି ର଼୍ୟାଙ୍କ୍ରେ ତାରାରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା): ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍ର ତାରାରଞ୍ଜନ ପଟ୍ଟନାୟକ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୪ରେ ୫୪୦ତମ ସ୍ଥାନରେ ରହିଛନ୍ତି। ୪୯୦୦ କୋଟି ଟଙ୍କା ମୂଲ୍ୟ ସହ ର଼୍ୟାଙ୍କ୍ ହାସଲ କରିବାରେ ଫାଲ୍କନ୍ ସଫଳ ହୋଇଛି। ଫାଲ୍କନ୍ ଗ୍ରୁପ୍ ୪୦ ବର୍ଷ…
ତନିସ୍କର ନୂତନ ଶୋ’ରୁମ୍ ଉଦ୍ଘାଟିତ
ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ…
ନାଲ୍କୋକୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲ୍କୋ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ପୁରସ୍କାର ମିଳିଛି। କ୍ରୀଡ଼ା ଏବଂ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ୨୦୨୩ ବର୍ଷ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ନାଲ୍କୋକୁ ବିଜୁ ପଟ୍ଟନାୟକ…
ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ
ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଗୁରୁବାର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି…
୧୦୦ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ ପ୍ରଦାନ କରିବ ଜିଓ
ମୁମ୍ବାଇ,୩୦।୮ (ଅଭୟ ଦାଶ): ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍ ମୋବାଇଲ ଡେଟା କମ୍ପାନୀ ହୋଇଥିଲାବେଳେ ବିଶ୍ୱର ମୋଟ ମୋବାଇଲ ଡେଟା ଟ୍ରାଫିକ୍ର ୮% କେବଳ ଜିଓ ନେଟ୍ୱର୍କରେ ଚାଲିଥାଏ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍)ର ୪୭ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍)ରେ ଶେୟାରଧାରକମାନଙ୍କୁ…
ଶେୟାର ହୋଲ୍ଡର୍ଙ୍କ ପାଇଁ ବଡ଼ ଘୋଷଣା କଲା ରିଲାଏନ୍ସ
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍ଙ୍କୁ ଏକ ବଡ ଉପହାର ଦେଇଛି। କମ୍ପାନୀ ଶେୟାର ହୋଲ୍ଡର୍ମାନଙ୍କୁ ଗୋଟିଏ ଶେୟାର ବଦଳରେ ବୋନସ ଭାବରେ ଗୋଟିଏ ଶେୟାର…
ଫୋନ୍ପେରେ ୟୁପିଆଇର କ୍ରେଡିଟ୍ ଲାଇନ
ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଫୋନ୍ପେର ବହୁ ପ୍ରତୀକ୍ଷିତ ସେବା ତଥା ତା’ର ପ୍ଲାଟ୍ଫର୍ମରେ ୟୁପିଆଇ କ୍ରେଡିଟ୍ ଲାଇନ ଆରମ୍ଭ କରିବାକୁ ଘୋଷଣା କରିଛି। ଏପରିକି ଯେଉଁ ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କରୁ କ୍ରେଡିଟ୍ ଲାଇନ ପାଇଥିବେ ଓ ସେମାନେ ବର୍ତ୍ତମାନ ଏହି କ୍ରେଡିଟ…
ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟି ମାନ୍ୟତା
ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ…

