ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୬୩୮ ପଏଣ୍ଟ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ନିବେଶକମାନେ ୮.୯୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।

ସୋମବାର କାରବାର ଆରମ୍ଭରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଦିନ ଶେଷ ବେଳକୁ ୦.୭୩ ପ୍ରତିଶତ ବା ୬୩୮ ପଏଣ୍ଟ ଖସିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ନିଫ୍ଟି ୦.୮୭ ପ୍ରତିଶତ ବା ୨୧୮ ପଏଣ୍ଟ ହ୍ରାସ ପାଇଛି। ବୈଶ୍ଵିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ନିବେଶକମାନେ ବହୁସଂଖ୍ୟାରେ ଶେୟାର ବିକ୍ରି କରୁଥିବାରୁ ଭାରତୀୟ ବଜାରରେ ଏପରି ସ୍ଥିତି ଉପୁଜିଛି।

ତେବେ ସମ୍ଭାବ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଚାଇନାର ଏକ ପଦକ୍ଷେପ କାରଣରୁ ଭାରତୀୟ ଶେୟାର ବଜାରରେ ଏହି ସ୍ଥିତି ଉପୁଜୁଥିବା କୁହାଯାଉଛି। ଚାଇନା ସରକାର ନିକଟରେ ଏକ ଇକୋନୋମିକ୍ ଷ୍ଟିମୁଲସ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଅନୁମାନ କରାଯାଉଛି ଯେ ସରକାର ୧.୪ ଟ୍ରିଲିୟନ ଡଲାରର ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିପାରନ୍ତି। ଏହି କାରଣରୁ, ଚାଇନାର ଷ୍ଟକ୍ ମାର୍କେଟରେ ବହୁତ ବଡ ଉତ୍ସାହ ଦେଖାଦେଇଛି। ଗତ ଏକ ସପ୍ତାହରେ, ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ବିକ୍ରୟ କରି ଚାଇନାର ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ ବୃଦ୍ଧି କରୁଛନ୍ତି। ଆଗକୁ ଏହି ଧାରା ଜାରି ରହିବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଭାରତୀୟ ବଜାରରେ ହ୍ରାସ ଘଟିଛି। ଅନ୍ୟପଟେ ଇସ୍ରାଏଲ-ଇରାନର ଟେନସନ ମଧ୍ୟ ଷ୍ଟକ୍ ମାର୍କେଟକୁ ଭୟଭୀତ କରି ରଖିଛି। ଯେଉଁଥିପାଇଁ ନିବେଶକମାନେ ବିପୁଳ ପୁଞ୍ଜି କାଢି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri