କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାରେ ଇଂଲଣ୍ଡ ପ୍ରଥମ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ହଟାଇବା କ୍ଷେତ୍ରରେ ଜି୭ ଦେଶ ମଧ୍ୟରେ ପ୍ରଥମ ହୋଇଛି। ୨୦୨୫ରେ କୋଇଲାରୁ ବିଦ୍ୟୁତ୍‌ ଉପତ୍ାଦନ ପ୍ରକ୍ରିୟା ବନ୍ଦ କରିବା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଏହାର ଏକ ବର୍ଷ ପୂର୍ବରୁ ୟୁକେ ଏହି ଲକ୍ଷ୍ୟ ହାସଲ କରିଛି। ବ୍ରିଟେନରେ ୪ଟି ଦେଶ ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ୱେଲ୍ସ ଅର୍ନ୍ତଭୁକ୍ତ ରହିଛି। ୟୁକେ ସମୟକ୍ରମେ ଗ୍ୟାସଆଧାରିତ୍‌ ବିଦ୍ୟୁତ୍‌ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଉପରେ ରୋକ୍‌ ଲଗାଇବା ସହ କୋଇଲା ବ୍ୟବହାରକୁ ହ୍ରାସ କରିଛି। ଅନ୍ୟପଟେ ୨୦୦୦ ମସିହାରୁ ସର୍ବଭାରତୀୟ ସ୍ତରରେ ଯୋଡି ହୋଇଥିବା ୧୫୮୮.୫ ଗିଗାୱାଟ (ଜିଡବ୍ଲ୍ୟୁ)ର ୬୯% ଚାଇନାରୁ ଆସିଛି। ଗ୍ଲୋବାଲ ଏନର୍ଜି ମନିଟରର ତଥ୍ୟ ଅନୁଯାୟୀ ଏହା ସମସ୍ତ ଦେଶ ତୁଳନାରେ ସର୍ବାଧିକ। ସମୁଦାୟ ବିଶ୍ୱ କ୍ଷମତାରେ ୧୨% ଅଭିବୃଦ୍ଧି ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୦୦ ମସିହାରୁ ଭାରତ ଯୋଗ କରିଥିବା କୋଇଲା କ୍ଷମତା ମଧ୍ୟରୁ ୨୦୧୫ ପ୍ୟାରିସ ଚୁକ୍ତି ପରେ ୨୯ ପ୍ରତିଶତ ଯୋଗ କରାଯାଇଛି। ଏଥି ସହିତ ଚୀନ ଏହି ଅବଧି ମଧ୍ୟରେ ଭାରତ ତୁଳନାରେ ପାଞ୍ଚ ଗୁଣ ଅଧିକ କୋଇଲା କ୍ଷମତା ଯୋଡିଛି। ଜର୍ମାନୀ ୧.୧ ଜିଡବ୍ଲ୍ୟ କୋଇଲା କ୍ଷମତା ଯୋଡିଥିବାବେଳେ ଆମେରିକା ୨୦୧୬ ପରଠାରୁ କୌଣସି ନୂତନ କୋଇଲା ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ନିର୍ମାଣ କରି ନାହିଁ। ବର୍ତ୍ତମାନ ଭାରତରେ ନିର୍ମାଣଧୀନ ୨୯ ଗିଗାଓ୍ବାଟ୍‌ କୋଇଲା କ୍ଷମତା ମଧ୍ୟରୁ ୮୦ ପ୍ରତିଶତ ତାମିଲନାଡୁ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ ଏବଂ ଓଡିଶାରେ ପ୍ରସ୍ତୁତ କରାଯାଉଛି। କୋଇଲାରୁ ବିଦ୍ୟୁତ୍‌ ଉପତ୍ାଦନରୁ ମୁକ୍ତି ପାଇବା ପାଇଁ ଭାରତର ଯୋଜନା ଶିଥିଳ ହୋଇଯାଇଛି। ଆଗାମୀ ୧୫ ବର୍ଷ ମଧ୍ୟରେ କୋଇଲା କ୍ଷମତା ମାତ୍ର ୧ଜିଗାଓ୍ବାଟରୁ କମ କରିବା ପାଇଁ ଯୋଜନା ରହିଛି। ବିକଶିତ ଅର୍ଥନୀତି ଏବଂ ବ୍ରିକ୍ସ ଗୋଷ୍ଠୀର ଅନ୍ୟ ଦେଶ ତୁଳନାରେ ଭାରତର ଏହି ଲକ୍ଷ୍ୟ ବହୁତ କମ ଅଟେ। ଜିଏମର ଗ୍ଲୋବାଲ କୋଇଲା ପ୍ଲାଣ୍ଟ ଟ୍ରାକରର ପ୍ରୋଜେକ୍ଟ ମ୍ୟାନେଜର କ୍ରିଷ୍ଟାଇନ୍‌ ଶିଅର୍‌ କହିଛନ୍ତି ଯେ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ ଭାରତ ସରକାର କୋଇଲା ଉତ୍ପାଦନକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି ଅନ୍ୟପଟେ ୨୦୪୦ ସୁଦ୍ଧା ଦେଶ କୋଇଲା ବ୍ୟବହାର ବୃଦ୍ଧି ପାଇବ ନାହିଁ ବୋଲି କହିଛି। ପ୍ୟାରିସ ଜଳବାୟୁ ଚୁକ୍ତି ଅନୁଯାୟୀ, କୋଇଲାରୁ ଶକ୍ତି ଉତ୍ପାଦନ ୨୦୪୦ ସୁଦ୍ଧା ସର୍ବଭାରତୀୟ ସ୍ତରରେ ଶେଷ ହେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?