ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦: ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର ଏକ ସରଳ ସମାଧାନ ପାଲଟିଛି। ଏପରିକି ଏହା ଜରିଆରେ ଉପଭୋକ୍ତା ଅଳଙ୍କାର କ୍ରୟଠାରୁ ଆରମ୍ଭ କରି ଉପହାର ପ୍ରଦାନ ପର୍ଯ୍ୟନ୍ତ ବ୍ୟାପକ ସୁବିଧା ପାଇପାରିବେ। ଉଲ୍ଲେଖଯୋଗ୍ୟ, ଫିନଟେକ୍‌ କମ୍ପାନୀ ପାଇନ୍‌ ଲ୍ୟାବ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ପାଇନ୍‌ ଲ୍ୟାବ୍ସ) ଏବଂ ଆମାଜନ.ଇନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ପାଇନ ଲ୍ୟାବ୍ସ ସହଭାଗିତାରେ ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ଉପଯୁକ୍ତ କର୍ପୋରେଟ୍‌ ଗିଫ୍ଟିଂ ସଲ୍ୟୁଶନ୍‌, ଯାହା ଆମାଜନ ପେ’ର ସୁବିଧା ସହିତ ସୁନା ସହ ଜଡ଼ିତ ନିବେଶକୁ ସହଜ କରିଛି। ଏହି ଭାଉଚର୍‌ ବର୍ତ୍ତମାନ ପାଇନ ଲ୍ୟାବ୍ସ ଦ୍ୱାରା ପରିଚାଳିତ ହେଉଛି, ପାରମ୍ପରିକ ଗୋଲ୍ଡ ଭାଉଚର୍‌ ଗୋଟିଏ ବ୍ରାଣ୍ଡ୍‌ରେ ସୀମିତ ଥିବାବେଳେ ଏହି ଭାଉଚର ହେଉଛି, ପ୍ରଥମ ପ୍ରିପେଡ୍‌ ଉପକରଣ,ଯାହା ଉପଭୋକ୍ତାଙ୍କୁ ଆମାଜନ.ଇନରେ କଲ୍ୟାଣ,ଏମଏମଟିସି, ତନିସ୍କ ଏବଂ ଜୟଆଲୁକ୍କାସ ଭଳି ବିଶ୍ବସ୍ତ ସୁନା ବ୍ରାଣ୍ଡ୍‌ ମଧ୍ୟରୁ ସିଧାସଳଖ ଚୟନ କରିବାର ସୁବିଧା ପ୍ରଦାନ କରୁଛି। ଏପରିକି ଏହା ସୁନିଶ୍ଚିତ କରୁଛି ଯେ ସେମାନେ ମୁଦ୍ରା ଏବଂ ସୁନା ରୁପାଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସେମାନଙ୍କ ଶୈଳୀ ଏବଂ ପସନ୍ଦ ଅନୁଯାୟୀ ସୁନା ଉତ୍ପାଦ ଚୟନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri