ବାଣିଜ୍ୟ

ବିଓଆଇ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮-୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ପକ୍ଷରୁ ଏହାର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଆସୁଥିବା ୨୧ ଜିଲାର ୧୨୭ ଶାଖାକୁ ଓଡ଼ିଶାବାସୀଙ୍କୁ ପୁନଃ ଉତ୍ସର୍ଗୀକୃତ କରାଯାଇଛି। ଆଞ୍ଚଳିକ ପ୍ରବନ୍ଧକ…

ହୋଟେଲ ଶିଳ୍ପ ଉପରୁ ହ୍ରାସ ହେଉ ଜିଏସ୍‌ଟି

ଭୁବନେଶ୍ୱର, ୮-୯ (ବ୍ୟୁରୋ): ୭,୫୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍‌ ଉପରେ ଏବେ ୨୮% ଜିଏସ୍‌ଟି ଲାଗୁ ହେଉଛି। ଏହା ଫଳରେ ହୋଟେଲ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡୁଛି। ବିଶ୍ୱର ଅନ୍ୟ ବଜାରଗୁଡିକ କଥା ତୁଳନା…

ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ: ରାଜ୍ୟ ଆଡ଼କୁ ଦାୟିତ୍ୱ ଠେଲି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାର ନିଜର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡକୁ ଠେଲି ଦେଇଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ବାର୍ଷିକ ବୈଠକରେ ଯୋଗଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ…

କୋଇଲାରେ ୧୦୦% ଏଫ୍‌ଡିଆଇକୁ ବିରୋଧ;୨୪ରେ ୪ ଟ୍ରେଡ ୟୁନିୟନର ଧର୍ମଘଟ ଡାକରା

କୋଲକାତା,୭-୯: କେନ୍ଦ୍ର ସରକାର କୋଇଲ ଖଣି ସେକ୍ଟରରେ ୧୦୦ ପ୍ରତିଶତ ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ଡିଆଇ) ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରାଯିବାକୁ ଘୋଷଣା କରିଛନ୍ତି। ଏହାକୁ ଦେଶର ୫ ବୃହତ ଟ୍ରେଡ ୟୁନିୟନ ବିରୋଧ କରିଛନ୍ତି। ଚଳିତମାସ ୨୪ରେ ସେମାନେ ଦିନିକିଆ…

ଓରିଏଣ୍ଟାଲ ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିଲେ ନୀରବ ମୋଦି-ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୭-୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତିରେ ସାମିଲ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି)ରୁ ବଡ଼ ଧରଣର ଋଣ ଠକେଇ କରିଛନ୍ତି…

ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରିଟେଲ ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି ଆଶଙ୍କା…

ଫେମା ଆଇନ ଉଲ୍ଲଂଘନ ଅଭିଯୋଗ;ନରେଶ ଗୋୟଲଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭-୯: ବୈଦେଶିକ ବିନିମୟ ପରିଚାଳନା(ଫେମା) ଆଇନ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବନ୍ଦ ହୋଇଯାଇଥିବା ଏୟାରଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଜେରା କରିଛି। ଇଡିର ମୁମ୍ବାଇ ମୁଖ୍ୟାଳୟରେ ଏହି ଜେରା କରାଯାଇଛି। ଏଥିପୂର୍ବରୁ ଇଡି ପକ୍ଷରୁ…

ରପ୍ତାନି ବୃଦ୍ଧି ନେଇ ଖୁବଶୀଘ୍ର ଘୋଷଣା ହେବ ପ୍ୟାକେଜ

ନୂଆଦିଲ୍ଲୀ,୭-୯: ଦେଶର ରପ୍ତାନି ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ଦିନେ ଦୁଇଦିନ ଭିତରେ ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ୟାକେଜ ସ୍ଥିର କରିବା ନେଇ…

ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି ଚାଳକଙ୍କ ଠାରୁ ୨୩ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ଅଟୋ ଚାଳକଙ୍କ ଠାରୁ…

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ କାର୍‌:ଗଡ଼କରୀ

ନୂଆଦିଲ୍ଲୀ,୬-୯: ସଙ୍କଟରେ ଥିବା ଅଟୋ ସେକ୍ଟରକୁ ସାନ୍ତ୍ୱନା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରି ଆସିବା ଲାଗି ସରକାର ଏହି ସେକ୍ଟରକୁ ଯଥାସମ୍ଭବ ସହାୟତା କରିବେ। ଅଟୋ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ…

ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା ଦେଶର ୧୬୦୦ ସହରରେ ଏହି ସେବାକୁ କମ୍ପାନୀ ଉନ୍ମୋଚନ କରିଛି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ…

ପିଏମ୍‌ଇଜିପିରେ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ

ଭୁବନେଶ୍ୱର, ୬-୯(ବ୍ୟୁରୋ): ସାରା ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ସଂସ୍ଥାଗୁଡିକର ଯୋଗଦାନ ଅତୁଳନୀୟ। ସରକାର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?